ଭାରତ ନିଜର ସୁଦୃଢ଼ ଅର୍ଥବ୍ୟବସ୍ଥା ଦ୍ୱାରା ବିଶ୍ୱ ପାଇଁ ଆଶାର ଆଲୋକବର୍ତ୍ତିକା ସାଜିଛି;ପ୍ରଧାନମନ୍ତ୍ରୀ
ଭାରତ ନିଜର ସୁଦୃଢ଼ ଅର୍ଥ ବ୍ୟବସ୍ଥା ଦ୍ୱାରା ବିଶ୍ୱ ପାଇଁ ଆଶାର ଆଲୋକବର୍ତ୍ତିକା ସାଜିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ "ଅର୍ଥନୈତିକ ଅଭିବୃଦ୍ଧି ବଜାୟ ରଖିବା
ଏବଂ ସୁଦୃଢ଼ କରିବା" ଶୀର୍ଷକ ବଜେଟ୍ ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି, ବିଶ୍ୱ ଆଜି ବିଶ୍ୱସନୀୟ ଏବଂ ପ୍ରତିରୋଧୀ ଉତ୍ପାଦନର ଅଂଶୀଦାର ଖୋଜୁଛି । ଏହି କ୍ଷେତ୍ରରେ ଭାରତ ପାଖରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବାର ସୁଯୋଗ ରହିଛି । ଭାରତର ଦ୍ରୁତ ଅର୍ଥନୈତିକ ବିକାଶ ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବାର ଆଧାରଶୀଳା ପାଲଟିଛି ।
ଗବେଷଣା ଏବଂ ବିକାଶ କ୍ଷେତ୍ରରେ ପୁଞ୍ଜି ନିବେଶ ବୃଦ୍ଧି କରିବା ଏବଂ ଗୁଣବତ୍ତା ଉପରେ ଗୁରୁତ୍ୱ ଦେବା ଲାଗି ପ୍ରଧାନମନ୍ତ୍ରୀ ଏହି ଅବସରରେ ଶିଳ୍ପଜଗତକୁ ଆହ୍ୱାନ ଦେଇଥିଲେ । ଶ୍ରୀ ମୋଦୀ କହିଥିଲେ, ତୃଣମୂଳ ସ୍ତରରେ ପରିବର୍ତ୍ତନ ଆଣିବା ପାଇଁ ଶିଳ୍ପ, ଆର୍ଥିକ ସଂସ୍ଥା ଏବଂ ରାଜ୍ୟ ସରକାରମାନେ ଏହାକୁ ବାସ୍ତବ ରୂପ ଦେବା ଲାଗି ମିଳିତ ଭାବେ କାର୍ଯ୍ୟ କରିବା ଆବଶ୍ୟକ । ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତକୁ ଜୈବବିଜ୍ଞାନ ଏବଂ ପରବର୍ତ୍ତୀ ପିଢ଼ିର ଚିକିତ୍ସା ପାଇଁ ଏକ ବିଶ୍ୱସ୍ତରୀୟ କେନ୍ଦ୍ର ଭାବେ ପ୍ରତିଷ୍ଠା କରିବା ଉଦ୍ଦେଶ୍ୟରେ ବଜେଟ୍ରେ ବାୟୋଫାର୍ମା ଶକ୍ତିମିଶନ ପାଇଁ ବ୍ୟବସ୍ଥା ରହିଛି । ଏହି ମିଶନ ଉନ୍ନତ ବାୟୋଫାର୍ମା ଗବେଷଣା ଏବଂ ଉତ୍ପାଦନକ୍ଷେତ୍ରରେ ଦେଶକୁ ଅଗ୍ରଣୀ ସ୍ଥାନରେ ପହଞ୍ଚାଇବାକୁ ଚାହୁଁଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ବିଶ୍ୱ ଅର୍ଥ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ ଘଟୁଛି । ବଜାର ଆଉ କେବଳ ମୂଲ୍ୟ ଉପରେ ନୁହେଁ, ସ୍ଥିରତା ଉପରେ ଗୁରୁତ୍ୱ ଦେଉଛି। ଯେଉଁ ଶିଳ୍ପଗୁଡ଼ିକ ସ୍ୱଚ୍ଛ ପ୍ରଯୁକ୍ତିବିଦ୍ୟାରେ ଶୀଘ୍ର ବିନିଯୋଗ କରନ୍ତି, ସେମାନେ ଆଗାମୀ ବର୍ଷ ଗୁଡ଼ିକରେ ଉଦୀୟମାନ ବଜାରକୁ ସହଜ ପ୍ରବେଶ କରିପାରିବେ । ଏମ୍ଏସ୍ଏମ୍ଇ କ୍ଷେତ୍ରରେ ସରକାରଙ୍କ ଦ୍ୱାରା ପ୍ରବର୍ତ୍ତିତ ସଂସ୍କାର ବ୍ୟାପକ ପ୍ରଭାବ ଦେଖାଉଛି । ଲଜିଷ୍ଟିକ୍ ଖର୍ଚ୍ଚ ହ୍ରାସ କରିବା ଲାଗି ଉଚ୍ଚକ୍ଷମତାସପନ୍ନ ପରିବହନ ବ୍ୟବସ୍ଥାର ବିକାଶ, ରେଳପଥ, ରାଜପଥ, ବନ୍ଦର, ବିମାନବନ୍ଦର ଏବଂ ଜଳପଥ ମଧ୍ୟରେ ଉତ୍ତମ ସମନ୍ୱୟ ଏବଂ ବହୁମୁଖୀ ଯୋଗାଯୋଗ ବ୍ୟବସ୍ଥାର ସଂପ୍ରସାରଣ ଏକାନ୍ତ ଆବଶ୍ୟକ ।
-
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ଆଜିଠୁ୯ ଯାଏଁ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା, ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି -
ସରକାରଙ୍କ ବଡ଼ ନିଷ୍ପତ୍ତି, ତୃତୀୟ ସନ୍ତାନ ଜନ୍ମ କଲେ ମିଳିବ ୨୫ ହଜାର -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ -
ନେପାଲରେ ବାଲେନ ଶାହ ସରକାର ! -
ଖେମିନିଙ୍କ ସୋସିଆଲ ମିଡିଆ ଆକାଉଣ୍ଟରୁ ଇସ୍ରାଏଲକୁ ଧମକ, ଇସ୍ରାଏଲୀକୁ ସିଧାସଳଖ ଚେତାବନୀ -
ପୁଣି ବଦଳିଲା ସୁନା-ରୁପା ଦର : ଆଜି ଏତିକି.... -
ଜଳସଂପଦ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ରବିବାର ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ ଫାଇଟ୍; ଅପରାହ୍ଣ ୫.୩୦ରେ ଆରମ୍ଭ ହେବ ଉଦଯାପନୀ ଉତ୍ସବ












Click it and Unblock the Notifications