ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହେବେ ଫ୍ରାନ୍ସ ରାଷ୍ଟ୍ରପତି
2024 Republic Day Chief Guest: 2024 ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ । ରିପୋର୍ଟ ଅନୁସାରେ ଭାରତ ପକ୍ଷରୁ ତାଙ୍କୁ ନିମନ୍ତ୍ରଣ କରାଯାଇଥିଲା ଯାହା ପରେ ମାକ୍ରନ ମୁଖ୍ୟ ଅତିଥି ହେବା ନେଇ ସମ୍ମତି ଜଣାଇଥିବା ନେଇ ସୂଚନା ରହିଛି । ତେବେ ଗଣତନ୍ତ୍ର ଦିବସରେ ଭାରତ ଆସିବାରେ ମାକ୍ରନ୍ ଫ୍ରାନ୍ସର ଷଷ୍ଠ ନେତା ହେବେ। 1976 ପରଠାରୁ, ଭାରତ ସମୁଦାୟ ପାଞ୍ଚ ଥର ଗଣତନ୍ତ୍ର ଦିବସ ପାଇଁ ଫ୍ରାନ୍ସର ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ କରିଛି । ପୂର୍ବରୁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ଆଗମନ ବିଷୟରେ ଖବର ଚର୍ଚ୍ଚାରେ ରହିଥିଲା । ହେଲେ ଜାନୁଆରୀରେ ସେ ଦିଲ୍ଲୀ ଆସିପାରିବେ ନାହିଁ ବୋଲି ଜଣାଇଥିଲେ ।
1976ରେ, ଫ୍ରାନ୍ସର ପ୍ରଧାନମନ୍ତ୍ରୀ ଜ୍ୟାକ୍ ଚିରାକ ଗଣତନ୍ତ୍ର ଦିବସରେ ଯୋଗ ଦେଇଥିବା ପ୍ରଥମ ନେତା ଥିଲେ । ଏହା ପରେ 1980ରେ ଫ୍ରାନ୍ସର ରାଷ୍ଟ୍ରପତି ଭାଲେରୀ ଜିସ୍କାର୍ଡ ଡି ଏଷ୍ଟିଂ, 1998 ରେ ରାଷ୍ଟ୍ରପତି ଜ୍ୟାକ ଚିରାକ, 2008 ରେ ରାଷ୍ଟ୍ରପତି ନିକୋଲାସ ସାର୍କୋଜି ଏବଂ 2016 ରେ ରାଷ୍ଟ୍ରପତି ଫ୍ରାଙ୍କୋଇସ ଓଲାଣ୍ଡ ଭାରତର ଗଣତନ୍ତ୍ର ଦିବସରେ ଯୋଗ ଦେଇଥିଲେ । ଭାରତ ଏପର୍ଯ୍ୟନ୍ତ ସର୍ବାଧିକ ସଂଖ୍ୟକ ଫ୍ରାନ୍ସ ନେତାଙ୍କୁ ଗଣତନ୍ତ୍ର ଦିବସରେ ଅତିଥି ଭାବେ ନିମନ୍ତ୍ରଣ କରିିଥିବା ନେଇ ସୂଚନା ରହିଛି ।

ସୂଚନାଥାଉ ଯେ, ଚଳିତ ବର୍ଷ ଜୁଲାଇରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫ୍ରାନ୍ସର 'ସର୍ବୋଚ୍ଚ ସମ୍ମାନ ଗ୍ରାଣ୍ତ୍ କ୍ରସ୍ ଅଫ୍ ଗି ଲିଜିଅନ୍ ଅଫ୍ ଅନର' ପ୍ରଦାନ କରାଯାଇଥିଲା । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ମୋଦି ଫ୍ରାନ୍ସର ଏହି ସମ୍ମାନ ପାଇଥିଲେ । ଏହାପୂର୍ବରୁ ଦକ୍ଷିଣ ଆଫ୍ରିକାର ପୂର୍ବତନ ରାଷ୍ଟ୍ରପତି ନେଲସନ୍ ମଣ୍ତେଲା, ୱେଲ୍ସର ତତ୍କାଳୀନ ପ୍ରିନ୍ସ କିଙ୍ଗ୍ ଚାର୍ସଲ, ଜର୍ମାନୀର ପୂର୍ବତନ ଚାନସେଲର ଆଞ୍ଜେଲା ମର୍କେଲ, ଜାତିସଂଘର ପୂର୍ବତନ ମହାସିଚବ ବୁଟ୍ରସ ଘାଲି ପ୍ରମୁଖଙ୍କୁ ଏହି ସମ୍ମାନରେ ସାମ୍ମାନୀତ କରାଯାଇଥିଲା ।
-
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ.. -
ଯୁଦ୍ଧ ବନ୍ଦ ପାଇଁ ଆମେରିକା ଆଗରେ ଏହି ୩ ସର୍ତ୍ତ ରଖିଲା ଇରାନ -
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୋଧରେ ଥାନାରେ ଏତଲା -
ଟିଏମସି ପ୍ରତିନିଧିଙ୍କୁ ସମୟ ଦେଲେନି ରାଷ୍ଟ୍ରପତି -
ଆସନ୍ତା ଶିକ୍ଷା ବର୍ଷରୁ ତୃତୀୟରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମିଳିବ ଶାରୀରିକ ଶିକ୍ଷା -
ଫାରୁକ୍ ଅବ୍ଦୁଲ୍ଲାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା -
ଆସନ୍ତା ୧୫ରୁ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା! -
ମିଳୁନି ସିଲିଣ୍ଡର ; ଘରେ ଲୁଚାଇ ରଖିଥିଲେ ୫୫ ଗ୍ୟାସ୍ ସିଲିଣ୍ଡର, ଜବତ କଲା ପ୍ରଶାସନ -
ଯୁଦ୍ଧ ପ୍ରଭାବ ; ମହଙ୍ଗା ହେବ ପାଣି, ବଢିଲା ଠିପି ଦର -
କ୍ରସ ଭୋଟିଂ ଭୟ: ବେଙ୍ଗାଳୁରୁ ଗଲେ କଂଗ୍ରେସ ବିଧାୟକ -
ପୁଣି ଆଫଗାନିସ୍ତାନ ଉପରେ ପାକିସ୍ତାନର ଆକ୍ରମଣ, ଅନେକ ମୃତାହତ -
ହର୍ମୁଜ ପ୍ରଣାଳୀ ବନ୍ଦ ରହିବା ଉଚିତ୍- ମୋଜତାବା












Click it and Unblock the Notifications