ଏଚ୍.ୱାନ୍.ବି. ଭିସା ମିଳିବାରେ ବିଳମ୍ବ ନେଇ ଆମେରିକା ପ୍ରଶାସନ ସହ ଭାରତର ଆଲୋଚନା
ଭାରତୀୟମାନଙ୍କୁ ଏଚ୍.ୱାନ୍.ବି. ଭିସା ମିଳିବାରେ ଅହେତୁକ ବିଳମ୍ବ ହେଉଥିବା ନେଇ ଭାରତ ପକ୍ଷରୁ ଚିନ୍ତା ପ୍ରକଟ କରାଯାଇଛି । ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଯୟସ୍ୱାଲ କହିଛନ୍ତି, ଏଚ୍.ୱାନ୍.ଭି. ଭିସା ମିଳିବାରେ ବିଳମ୍ବ ହେଉଥିବା ନେଇ ଆବେଦନକାରୀଙ୍କ ପକ୍ଷରୁ ଅଭିଯୋଗ ଆସିଛି । ଏହି ପ୍ରସଙ୍ଗରେ ଯୁକ୍ତରାଷ୍ଟ୍ର ଆମେରିକା ପ୍ରଶାସନ ସହ ସରକାର ଆଲୋଚନା କରୁଛନ୍ତି ।

ଭାରତ ପକ୍ଷରୁ ନୂଆଦିଲ୍ଲୀ ଏବଂ ୱାଶିଂଟନ୍ ଡିସି ଠାରେ ଅବସ୍ଥିତ ଯୁକ୍ତରାଷ୍ଟ୍ର ଆମେରିକାର କର୍ତ୍ତୃପକ୍ଷଙ୍କୁ ଏହି ପ୍ରସଙ୍ଗରେ ଅବଗତ କରାଯାଇଛି ବୋଲି ଶ୍ରୀ ଜୟସ୍ୱାଲ କହିଛନ୍ତି । ଏହି ଭିସା ମିଳିବାରେ ବିଳମ୍ବ ହେବା ଯୋଗୁଁ ଅନେକ ଭାରତୀୟ ପ୍ରଭାବିତ ହେବା ସହ ଉଚ୍ଚଶିକ୍ଷା ପାଇଁ ଯିବାକୁ ଥିବା ଅନେକ ଛାତ୍ରଛାତ୍ରୀ ଏଥିରେ ଅସୁବିଧାର ସମ୍ମୁଖୀନ ହୋଉଛନ୍ତି । ବାଂଲାଦେଶରେ ହିନ୍ଦୁ ସମ୍ପ୍ରଦାୟଙ୍କ ଉପରେ ହୋଇଥିବା ହିଂସା ଆଚରଣ ସମ୍ପର୍କରେ ଶ୍ରୀ ଜୟସ୍ୱାଲ କହିଛନ୍ତି, ଏହି ପ୍ରସଙ୍ଗକୁ ଭାରତ ଦୃଢ଼ ନିନ୍ଦା କରୁଛି । ବାଂଲଶଦେଶରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ ସମ୍ପର୍କରେ ଶ୍ରୀ ଜୟସ୍ୱାଲ କହିଛନ୍ତି, ସେଠାରେ ସ୍ୱଚ୍ଛ ଓ ନରିପେକ୍ଷ ନିର୍ବାଚନ ହେବା ନେଇ ଭାରତ ସମର୍ଥନ କରୁଛି ।












Click it and Unblock the Notifications