ଆକ୍ସନ ମୁଡ଼ରେ ଭାରତ ; ସିମଳା ରାଜିନାମା ସ୍ବାକ୍ଷରିତ ଟେବୁଲରୁ ହଟିଲା ପାକିସ୍ତାନ ପତକା
୧୯୭୨ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଐତିହାସିକ ସିମଳା ରାଜିନାମା ସ୍ବାକ୍ଷରିତ ହୋଇଥିଲା। ଭାରତ ପକ୍ଷରୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏବଂ ପାକିସ୍ତାନ ପ୍ରତିପକ୍ଷ ଜୁଲଫିକର ଅଲ୍ଲୀ ଭୁଟୋ ଏହି ରାଜିନାମାରେ ସ୍ବାକ୍ଷର କରିଥିଲେ। ଏହାପରେ ଯେଉଁ ଟେବୁଲରେ ଏହି ରାଜିନାମା ସ୍ବାକ୍ଷରିତ ହୋଇଥିଲା, ତାହାକୁ ହିମାଚଳ ପ୍ରଦେଶ ରାଜଭବନର କୀର୍ତ୍ତି ହଲ୍ରେ ରଖାଯାଇଥିଲା । ତେବେ ପାକିସ୍ତାନ ସିମଳା ରାଜିନାମାକୁ ବାତିଲ କରିବା ପରେ ଶନିବାର ଉକ୍ତ ଟେବୁଲରେ ରଖାଯାଇଥିବା ପାକିସ୍ତାନର ଜାତୀୟ ପତାକାକୁ ହଟାଇ ଦିଆଯାଇଛି ।

ଟେପୁଲ ଉପରେ କେବଳ ଭାରତର ତ୍ରିରଙ୍ଗା ଦେଖିବାକୁ ମିଳିଛି। ଉକ୍ତ ଟେବୁଲକୁ ବ୍ରାସ୍ ରେଲିଂରେ ଘେରାଉ କରାଯାଇଥିବାବେଳେ ତଳେ ଲେଖାଯାଇଛି '୧୯୭୨ ଜୁଲାଇ ୩ରେ ଏହି ଟେବୁଲ ଉପରେ ସିମଳା ରାଜିନାମା ସ୍ବାକ୍ଷରିତ ହୋଇଥିଲା'। ଏପରିକି ଇନ୍ଦିରା ଗାନ୍ଧୀ ଓ ଭୁଟ୍ଟୋ ଯେଉଁ ଚୌକିରେ ବସିଥିଲେ ତାହାକୁ ମଧ୍ୟ ସେଠାରେ ସ୍ଥାନିତ କରାଯାଇଛି। ରାଜିନାମା ସ୍ବାକ୍ଷର କରୁଥିବାବେଳେ ଇନ୍ଦିରା ଓ ଭୁଟ୍ଟୋଙ୍କ ଫଟୋ ଟେବୁଲ ଉପରେ ସାଇତା ହୋଇ ରଖାଯାଇଛି। ପାକିସ୍ତାନ ବର୍ତ୍ତମାନ ଏହି ରାଜିନାମାକୁ ବାତିଲ କରିଥିବାରୁ ଟେବୁଲ ଉପରେ ସେମାନଙ୍କର ଜାତୀୟ ପତାକା ରହିବା ଅନାବଶ୍ୟକ ବୋଲି ରାଜ ଭବନ ପକ୍ଷରୁ କୁହାଯାଇଛି।












Click it and Unblock the Notifications