ବନ୍ୟଜନ୍ତୁ ସଂରକ୍ଷଣ କ୍ଷେତ୍ରରେ ଭାରତ ବିଶ୍ୱରେ ଅଗ୍ରଣୀ ଭୂମିକା ନେଇଛି;ଉପରାଷ୍ଟ୍ରପତ
ଆଜି ବିଶ୍ୱ ବନ୍ୟଜନ୍ତୁ ଦିବସ ପାଳନ କରାଯାଉଛି । ଏହି ଅବସରରେ ଉପରାଷ୍ଟ୍ରପତି ସି.ପି. ରାଧାକ୍ରିଷ୍ଣନ କହିଛନ୍ତି ଯେ, ଏହି ଦିନ ବନ୍ୟଜନ୍ତୁ ଏବଂ ଉଦ୍ଭିଦର ଅସାଧାରଣ ବିବିଧତାକୁ ପାଳନ କରିବା ପାଇଁ ଏକ ସ୍ମାରକୀ ଭାବେ କାର୍ଯ୍ୟ କରେ । ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ରାଧାକ୍ରିଷ୍ଣନ ଉଲ୍ଲେଖ କରିଛନ୍ତି ଯେ, ବନ୍ୟଜନ୍ତୁ ସଂରକ୍ଷଣ କ୍ଷେତ୍ରରେ ବିଶ୍ୱରେ ଅଗ୍ରଣୀ ଭୂମିକା ନେଇଥିବାରୁ ଭାରତ ଅତ୍ୟନ୍ତ ଗର୍ବିତ । ବିଶ୍ୱର ସର୍ବାଧିକ ସଂଖ୍ୟକ ବାଘ ଏବଂ ଏକସିଙ୍ଗା ଗଣ୍ଡା ଭାରତରେ ବାସ କରନ୍ତି ।
ଏସୀୟ ହାତୀର ଏକ ଗୁରୁତ୍ୱପୂର୍ଣ୍ଣ ସଂଖ୍ୟା ଏବଂ ଜଙ୍ଗଲରେ ଥିବା ବିଶାଳ ସିଂହର ଏକମାତ୍ର ପ୍ରାକୃତିକ ବାସସ୍ଥାନ ଭାରତରେ ରହିଛି । ଏହି ସମୃଦ୍ଧ ଜୀବଜନ୍ତୁଙ୍କୁ ପ୍ରଶଂସା କରି ଉପରାଷ୍ଟ୍ରପତି କହିଥିଲେ ଯେ, ୧୭ ହଜାରରୁ ଅଧିକ ପ୍ରଜାତିର ପୁଷ୍ପଳ ଉଦ୍ଭିଦ, ପଶ୍ଚିମଘାଟ ଏବଂ ପୂର୍ବ ହିମାଳୟର ବିବିଧ ଜଙ୍ଗଲ ଇକୋ ସିଷ୍ଟମ୍ ଏବଂ ଦେଶର ପରିବେଶଗତ ସ୍ଥିତି ସ୍ଥାପକତାକୁ ମଜବୁତ କରୁଥିବା ବିସ୍ତୃତ ହେନ୍ତାଳବଣକୁ ନେଇ ଭାରତ ଗର୍ବ ଅନୁଭବ କରେ ।

କେବଳ ଭାରତର ସମୃଦ୍ଧ ଜୈବ ବିବିଧତାର ସଂରକ୍ଷଣ ନୁହେଁ, ବରଂ ଗୁରୁତ୍ୱପୂର୍ଣ୍ଣ ପ୍ରଜାତି ଏବଂ ଇକୋ ସିଷ୍ଟମର ପୁନରୁଦ୍ଧାର ପ୍ରତି ନିଜର ପ୍ରତିବଦ୍ଧତାକୁ ଦୋହରାଇବା ପାଇଁ ଉପରାଷ୍ଟ୍ରପତି ନାଗରିକମାନଙ୍କୁ ଅନୁରୋଧ କରିଛନ୍ତି । ଭବିଷ୍ୟତ ପିଢ଼ି ପାଇଁ ଦେଶର ପ୍ରାକୃତି ଐତିହ୍ୟକୁ ସୁରକ୍ଷିତ ରଖିବା ସକାଶେ କାର୍ଯ୍ୟ କରୁଥିବା ବ୍ୟକ୍ତିବିଶେଷଙ୍କ ଉଦ୍ୟମକୁ ଶ୍ରୀ ରାଧାକ୍ରିଷ୍ଣନ ପ୍ରଶଂସା କରିଛନ୍ତି ।












Click it and Unblock the Notifications