ପ୍ରଥମ ଥର ପାଇଁ ଚାଇନକୁ ପଛରେ ପକାଇଲା ଭାରତ , ଜାଣନ୍ତୁ କାହିଁକି?
ଭାରତୀୟ ଅର୍ଥନୀତି ଏବଂ ଷ୍ଟକ ମାର୍କେଟର ଦ୍ରୁତ ଗତି ଉପରେ ସମଗ୍ର ବିଶ୍ୱ ନଜର ରଖିଛି। ଭାରତର ଏହି ଅଗ୍ରଗତି ଦେଖି ଚାଇନର ଝାଳ ବାହାରୁଛି।

କାରଣ, ପ୍ରଥମ ଥର ପାଇଁ ଭାରତ MSCI ଏମର୍ଜିଂ ମାର୍କେଟ ଏବଂ ଇନଭେଷ୍ଟେବଲ ମାର୍କେଟ ଇଣ୍ଡେକ୍ସ (ଆଇଏମଆଇ)ରେ ଚାଇନାକୁ ପଛରେ ପକାଇଛି। ଏହି ଇଣ୍ଡେକ୍ସରେ ଭାରତୀୟ ଇକ୍ୱିଟିର ମୋଟ ଓଜନ ହେଉଛି ୨୨.୨୭ ପ୍ରତିଶତ, ଯାହା ଚାଇନାର ଷ୍ଟକ ଠାରୁ ଆଗରେ ଅଛି, ଯାହାର ମିଳିତ ଓଜନ ବର୍ତ୍ତମାନ ୨୧.୫୮ ପ୍ରତିଶତକୁ ଖସି ଆସିଛି ।
ତଥ୍ୟ ଅନୁଯାୟୀ ଚାଇନାର ବଜାର ପୁଞ୍ଜି ୮.୧୪ ଟ୍ରିଲିୟନ ଡଲାର ଥିବାବେଳେ ଭାରତ ୫.୦୩ ଟ୍ରିଲିୟନ ଡଲାର ତୁଳନାରେ ୬୦ ପ୍ରତିଶତ ଅଧିକ ହୋଇଥିଲେ ମଧ୍ୟ ଭାରତ ଏହି ଇଣ୍ଡେକ୍ସରେ ଚାଇନାକୁ ପଛରେ ପକାଇ ଦେଇଛି।












Click it and Unblock the Notifications