ଭାରତ ବିଶ୍ୱସ୍ତରରେ ଦୁଗ୍ଧ ଉତ୍ପାଦନରେ ନିରନ୍ତର ଭାବେ ଶୀର୍ଷସ୍ଥାନ ବଜାୟ ରଖିଛି
ବିଶ୍ୱସ୍ତରରେ ଦୁଗ୍ଧ ଉତ୍ପାଦନରେ ଭାରତ ନିରନ୍ତର ଭାବେ ଶୀର୍ଷସ୍ଥାନ ବଜାୟ ରଖିଛି । ମୋଟ୍ ଦୁଗ୍ଧ ଉତ୍ପାଦନରେ ପ୍ରାୟ ୨୫ ପ୍ରତିଶତ ଭାରତର ଯୋଗଦାନ ରହିଛି । ଗତ ଦଶନ୍ଧି ମଧ୍ୟରେ ଏହି କ୍ଷେତ୍ର ୬ ପ୍ରତିଶତ ଚକ୍ରବୃଦ୍ଧି ହାରରେ ଅଭିବୃଦ୍ଧି ହାସଲ କରି ରେକର୍ଡ କରିଛି । ୨୦୧୪- ୧୫ରେ ଦୁଗ୍ଧ ଉତ୍ପାଦନ ୧୪୬ ନିୟୁତ ଟନ୍ ରହିଥିବାବେଳେ ୨୦୨୪- ୨୫ରେ ଏହା ୬୯ଦଶମିକ ୪ ପ୍ରତିଶତ ଅଭିବୃଦ୍ଧି ସହ ୨୪୭,ନିଉଟନ୍ରେ ପହଞ୍ଚିଛି ।

୨୦୨୪-୨୫ରେ ବିଶ୍ୱସ୍ତରରେ ହାରାହାରି ମୁଣ୍ଡପିଛା କ୍ଷୀର ଉପଲବ୍ଧତା ୩୨୮ ଗ୍ରାମ୍ ରହିଥିବାବେଳେ ଭାରତରେ ଏହା ୪୮୫ ଗ୍ରାମ୍ ହୋଇଥିଲା । କୃଷିବିକାଶ ଆଧାରିତ ପଶୁପାଳନ, ଦୁଗ୍ଧ, କୁକୁଡା ଏବଂ ମତ୍ସ୍ୟଚାଷ ଭଳି ଆନୁଷଙ୍ଗିକ କ୍ଷେତ୍ରର ପ୍ରସାର ଦ୍ୱାରା ଦେଶରେ ଦୁଗ୍ଧ ଉତ୍ପାଦନ କ୍ଷେତ୍ର ଅଧିକ ବୃଦ୍ଧି ପାଇଥିବା ଆକଳନ କରାଯାଇଛି । ଗ୍ରାମାଞ୍ଚଳ ବିକାଶ ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ଏହା ବେଶ୍ ଉପଯୋଗୀ ସାବ୍ୟସ୍ତ ହୋଇଥିବା ଜଣାପଡିଛି ।












Click it and Unblock the Notifications