ଭାରତର ପ୍ରତି ୧୦ ଲକ୍ଷ ଜନସଂଖ୍ୟାରେ ୧୫ ବିଚାରପତି

ଭାରତରେ ପ୍ରତି ୧୦ ଲକ୍ଷ ଜନସଂଖ୍ୟାରେ କେବଳ ୧୫ ଜଣ ବିଚାରପତି ରହିଛନ୍ତି। ମଙ୍ଗଳବାର ଜାରି ହୋଇଥିବା 'ଇଣ୍ଡିଆ ଜଷ୍ଟିସ୍‌ ରିପୋର୍ଟ ୨୦୨୫'ରୁ ଏହି ତଥ୍ୟ ସାମ୍‌ନାକୁ ଆସିଛି। ପ୍ରତି ୧୦ ଲକ୍ଷ ଜନସଂଖ୍ୟାରେ ୫୦ ବିଚାରପତି ରହିବା ନେଇ ୧୯୮୭ ମସିହାରେ ଲ' କମିଶନ କରିଥିବା ସୁପାରିସଠାରୁ ବର୍ତ୍ତମାନର ବିଚାରପତିଙ୍କ ସଂଖ୍ୟା ବହୁତ ଦୂରରେ ଥିବା ଏହି ରିପୋର୍ଟ କହିଛି।

India has 15 judges per million population

ଜଷ୍ଟିସ୍‌ ରିପୋର୍ଟ ଅନୁଯାୟୀ, ୧୪୦ କୋଟି ଜନସଂଖ୍ୟାର ଦେଶ ଭାରତରେ ୨୧,୨୮୫ ଜଣ ବିଚାରପତି ରହିଛନ୍ତି। ସେହିପରି ଭାରତର ଉଚ୍ଚନ୍ୟାୟାଳୟଗୁଡ଼ିକରେ ସମୁଦାୟ ମଞ୍ଜୁର ପଦବୀର ୩୩% ଖାଲିପଡ଼ିଥିବା ଏହି ରିପୋର୍ଟ କହିଛି। ସେଥିମଧ୍ୟରୁ କେବଳ ୨୦୨୫ରେ ୨୧% ପଦବୀ ଖାଲି ପଡ଼ିଛି, ଯାହା ସମ୍ପ୍ରତି ବିଚାରପତିଙ୍କର କାର୍ଯ୍ୟଭାର ବଢ଼ାଇଛି। ଦେଶର ଜିଲା କୋର୍ଟଗୁଡ଼ିକରେ ପ୍ରତି ବିଚାରପତିଙ୍କ ପିଛା ହାରାହାରି ୨,୨୦୦ ମାମଲାର ବୋଝ ରହିଥିବା ଏହି ରିପୋର୍ଟ କହିଛି। ଆଲ୍ଲାହାବାଦ ଏବଂ ମଧ୍ୟପ୍ରଦେଶ ହାଇକୋର୍ଟରେ ପ୍ରତି ବିଚାରପତିଙ୍କ ପିଛା ହାରାହାରି ୧୫ ହଜାର ମାମଲାର ବୋଝ ରହିଛି। ୨୦୧୭ରେ ଦେଶର ଜିଲା ଅଦାଲତଗୁଡ଼ିକରେ ମହିଳା ବିଚାରପତିଙ୍କ ସଂଖ୍ୟା ମୋଟ ବିଚାରପତିଙ୍କର ୩୦% ହୋଇଥିବାବେଳେ ଏବେ ଏହି ସଂଖ୍ୟ ବଢ଼ି ୩୮.୩%ରେ ପହଞ୍ଚିଛି। ସେହିପରି ଦେଶର ଉଚ୍ଚ ନ୍ୟାୟାଳୟଗୁଡ଼ିକରେ ୨୦୧୭ରେ ମହିଳା ବିଚାରପତିଙ୍କ ସଂଖ୍ୟା ୧୧.୪% ଥିବାବେଳେ ୨୦୨୫ରେ ଏହା ବଢ଼ି ୧୪% ହୋଇଛି। ସୁପ୍ରିମକୋର୍ଟ ଏବଂ ହାଇକୋର୍ଟଗୁଡ଼ିକ ତୁଳନାରେ ଜିଲା ଅଦାଲତଗୁଡ଼ିକରେ ମହିଳା ବିଚାରପତିଙ୍କ ସଂଖ୍ୟା ତୁଳନାତ୍ମକ ଭାବେ ଅଧିକ ବୋଲି ଏହି ରିପୋର୍ଟ କହିଛି। ସମ୍ପ୍ରତି ଦେଶର ୨୫ ହାଇକୋର୍ଟରେ କେବଳ ଜଣେ ମହିଳା ମୁଖ୍ୟ ବିଚାରପତି ରହିଛନ୍ତି। ସେହିପରି ଭାରତର ଜିଲା ଅଦାଲତଗୁଡ଼ିକରେ କେବଳ ୫% ବିଚାରପତି ଅନୁସୂଚିତ ଜନଜାତି(ଏସ୍‌ଟି) ବର୍ଗରୁ ଆସୁଥିବାବେଳେ ୧୪% ବିଚାରପତି ଅନୁସୂଚିତ ଜାତି(ଏସ୍‌ସି) ବର୍ଗରୁ ଆସୁଛନ୍ତି। ୨୦୧୮ରୁ ୬୯୮ ଜଣ ହାଇକୋର୍ଟ ବିଚାରପତି ନିଯୁକ୍ତ ହୋଇଥିବାବେଳେ ସେଥିମଧ୍ୟରୁ କେବଳ ୩୭ ଜଣ ଏସ୍‌ସି ଏବଂ ଏସ୍‌ଟି ବର୍ଗର ହୋଇଥିବା ଏହି ରିପୋର୍ଟ କହିଛି। ସେହିପରି ଭାରତର ନ୍ୟାୟପାଳିକାରେ ଅନ୍ୟ ପଛୁଆ ଜାତି (ଓବିସି) ବର୍ଗର ବିଚାରପତିଙ୍କ ସାମଗ୍ରିକ ପ୍ରତିନିଧିତ୍ୱ ୨୫.୬% ରହିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+