ମସ୍କଙ୍କ ଷ୍ଟାରଲିଙ୍କକୁ ଭାରତରେ ମିଳିଲା ଲାଇସେନ୍ସ
ଏଲନ ମସ୍କଙ୍କୁ ଭାରତରେ ମିଳିଛି ବଡ ସଫଳତା । ମସ୍କଙ୍କ କମ୍ପାନି ଷ୍ଟାରଲିଙ୍କକୁ ଟେଲିକମ ମନ୍ତ୍ରଣାଳୟ ପକ୍ଷରୁ ଲାଇସେନ୍ସ ମିଳିଛି । ଲାଇସେନ୍ସ ମିଳିବା ସହିତ ସାଟେଲାଇଟ ଇଣ୍ଟରନେଟ୍ ଉପଲବ୍ଧ କରାଉଥିବା ଷ୍ଟାରଲିଙ୍କ ପାଇଁ ସବୁଠୁ ବଡ ବାଧା ଦୂର ହୋଇଛି । ଏହା ସହିତ କମ୍ପାନି ଭାରତରେ ନିଜର ସେବା ଲଞ୍ଚ କରିବାର ନିକଟତର ହୋଇଛି ।

ଡିପାର୍ଟମେଣ୍ଟ ଅପ ଟେଲିକମ୍ୟୁନିକେସନ(ଡିଓଟି)ରୁ ଲାଇସେନ୍ସ ପାଇବାରେ ଷ୍ଟାରଲିଙ୍କ ତୃତୀୟ କମ୍ପାନି ହୋଇଛି । ଏହା ପୂର୍ବରୁ ଏମିତି ଲାଇସେନ୍ସ ୱାନୱେବ ଓ ରିଲାଏନ୍ସ ଜିଓକୁ ମିଳି ସାରିଛି । ତେବେ ଷ୍ଟାରଲିଙ୍କ ଓ ଡିଓଟି ପକ୍ଷରୁ ଏ ନେଇ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି । ଷ୍ଟାରଲିଙ୍କ ଭାରତରେ କମର୍ସିଆଲ ଅପରେଟ୍ ପାଇଁ ୨୦୨୨ରୁ ଲାଇସେନ୍ସ ଅପେକ୍ଷାରେ ଥିଲା । ମାତ୍ର ଅନ୍ତର୍ଜାତୀୟ ସୁରକ୍ଷା ସଂପର୍କିତ ଅନେକ କାରଣରୁ ଏଥିରେ ବିଳମ୍ବ ଘଟିଥିଲା । ଆମାଜନର କୁଇପର ମଧ୍ୟ ଭାରତରେ ଲାଇସେନ୍ସ ପାଇବା ପାଇଁ ଅପେକ୍ଷକ୍ଷାରେ ରହିଛି ।












Click it and Unblock the Notifications