ବାଂଲାଦେଶକୁ କଠୋର ଚେତାବନୀ ଦେଲା ଭାରତ, କହିଲା ହିନ୍ଦୁଙ୍କ ସୁରକ୍ଷା ପାଇଁ..

ବାଂଲାଦେଶରେ ହିନ୍ଦୁଙ୍କ ହତ୍ୟା ଘଟଣାକୁ ଆମେ ଅଣଦେଖା କରିପାରିବୁ ନାହିଁ। ସଂଖ୍ୟାଲଘୁଙ୍କ ସୁରକ୍ଷା ପାଇଁ ବାଂଲାଦେଶ ସରକାର ବାରମ୍ବାର ପ୍ରତିଶ୍ରୁତି ଦେଉଥିଲେ ବି ଦିନକୁ ଦିନ ଆକ୍ରମଣ ବଢିବାରେ ଲାଗିଛି। ଏହାକୁ ରାଜନୈତିକ ହିଂସା କିମ୍ବା ଗଣମାଧ୍ୟମର କପୋଳକଳ୍ପିତ ଖବର କହି ବାଂଲାଦେଶ ସରକାର ଏଡାଇ ଦେଇପାରିବେ ନାହିଁ ବୋଲି କହିଛନ୍ତି ଭାରତୀୟ ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ।

Bangladesh

ଗତ କିଛିଦିନ ଧରି ବାଂଲାଦେଶ ଭାରତ ବିରୋଧରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଅମୂଳକ ଅଭିଯୋଗ କରି ଆସୁଛି। ଭାରତ ଏହାର କଡା ଜବାବ ଦେଇଛି। ସେହିପରି ବାଂଲାଦେଶରେ ହିନ୍ଦୁ ଯୁବକଙ୍କ ହତ୍ୟା ଘଟଣାରେ ସଂପୃକ୍ତ ଅପରାଧୀମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ତାଗିଦ କରିଛି ଭାରତ। ବାଂଲାଦେଶର ଅନ୍ତରୀଣ ସରକାରଙ୍କ କାର୍ଯ୍ୟକାଳରେ ସଂଖ୍ୟାଲଘୁଙ୍କ ବିରୋଧରେ ୨୯ ଶହରୁ ଅଧିକ ହିଂସାକାଣ୍ଡ ହୋଇଛି।

ଏଥିରେ ହତ୍ୟା, ପୋଡାଜଳା, ଜମି ହଡପ ଭଳି ମାମଲା ରହିଛି। ହେଲେ ଏସବୁ ଘଟଣାକୁ ୟୁନୁସ ସରକାର ରାଜନୈତିକ ହିଂସା କହି ଏଡାଇ ଆସୁଛନ୍ତି। ଏହା ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ତିକ୍ତ କରିଛି ବୋଲି କହିଛନ୍ତି MEA ମୁଖପାତ୍ର। ସେହିପରି ବାଂଲାଦେଶରେ ସ୍ୱଚ୍ଛ ଓ ନିରପେକ୍ଷ ନିର୍ବାଚନକୁ ଭାରତ ସମର୍ଥନ କରେ ବୋଲି MEA ପକ୍ଷରୁ କୁହାଯାଇଛି। ତେବେ ନିର୍ବାଚନ ଆଳରେ ବଢିଥିବା ଭାରତ ବିରୋଧୀ ହିଂସା ଉପରେ କଡା ନଜର ରଖାଯାଇଛି। ୟୁନୁସଙ୍କ ନେତୃତ୍ୱରେ ବାଂଲାଦେଶରେ ଭାରତ ବିରୋଧୀ କାର୍ଯ୍ୟକଳାପ ବଢିବା ଚିନ୍ତାଜନକ ବୋଲି MEA କହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+