ମାଓ ଆତଙ୍କୀରୁ ଭାରତ ମୁକ୍ତ: ପ୍ରଧାନମନ୍ତ୍ରୀ ମୋଦି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆଇଏନଏସ ବିକ୍ରାନ୍ତରେ ନୌସେନା କର୍ମଚାରୀଙ୍କ ସହିତ ଦୀପାବଳି ପାଳନ କରିଛନ୍ତି। ତାଙ୍କ ଅଭିଭାଷଣରେ ସେ ଏହାକୁ ତାଙ୍କର ସୌଭାଗ୍ୟ ବୋଲି ବର୍ଣ୍ଣନା କରିଥିଲେ। ଏହା ସହ ସେ କହିଛନ୍ତି ଯେ ଆଜି ମାଓବାଦୀଙ୍କ ଆତଙ୍କୀରୁ ମୁକ୍ତି ପାଇଛି ଭାରତ । ଦେଶର ଶହେରୁ ଅଧିକ ଜିଲ୍ଲା ମାଓବାଦୀଙ୍କ କବଳରେ ରହିଥିଲା ।

ଏବେ ୧୨୫ରୁ ମାତ୍ର ୩ଟି ଜିଲ୍ଲା ମାଓପ୍ରବଣ ଜିଲ୍ଲା ହୋଇ ରହିଛି । ଅସ୍ତ୍ର ଛାଡି ସମାଜର ମୁଖ୍ୟସ୍ରୋତରେ ସାମିଲ ହେଉଛନ୍ତି ମାଓବାଦୀ । ସୁରକ୍ଷା ବାହିନୀର ବୀରତ୍ୱ ଯୋଗୁଁ ମାଓ ହିଂସା ବିରୁଦ୍ଧରେ ସଫଳତା ମିଳିଛି । ରାଇଫଲ୍ ଛାଡି ସମ୍ବିଧାନ ଆଗରେ ମୁଣ୍ଡ ନିଆଁଇଛନ୍ତି ମାଓବାଦୀ । ଚଳିତ ବର୍ଷ ଆତଙ୍କମୁକ୍ତ ଦୀପାବଳି ପାଳନ କରିବ ମାଓପ୍ରବଣ ଜିଲ୍ଲା । ମାଟିରୁ ମହାକାଶ ପର୍ଯ୍ୟନ୍ତ ବିକାଶରେ ସେନାର ବଡ ଭାଗିଦାରୀ ଅଛି । ଜଳରୁ ଜମି ପର୍ଯ୍ୟନ୍ତ ଆଜି ଶୁଭୁଛି 'ଭାରତ ମାତା କି ଜୟ' ।












Click it and Unblock the Notifications