Get Updates
Get notified of breaking news, exclusive insights, and must-see stories!

ଦେଶରେ ବନ୍ୟା ବିତ୍ପାତ: ଗଲାଣି 970 ଜଣଙ୍କ ପ୍ରାଣ, 82ଙ୍କ ମିଳୁନି ପତ୍ତା

ତେବେ ଚଳିତ ମୌସୁମୀରେ ଦେଶର ବିଭିନ୍ନ ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଏବେସୁଦ୍ଧା ମୋଟ 970 ଲୋକ ପ୍ରାଣ ହରାଇଛନ୍ତି । ଏହି ସ୍ଥିତିର ମୁକାବିଲା ପାଇଁ କେନ୍ଦ୍ର ସରକାର ଏସଡିଆରଏଫ୍ ରୁ 9ଟି ରାଜ୍ୟ ପାଇଁ ପ୍ରଥମ କିସ୍ତି ଟଙ୍କା ଜାରି ହୋଇଛି।

ନୂଆଦିଲ୍ଲୀ: ଦେଶର ବିଭିନ୍ନ ରାଜ୍ୟରେ ଦେଖା ଦେଇଛି ବନ୍ୟା ବିତ୍ପାତ। ଯେଉଁଠି ଦେଖିଲେ ଜଳମୟ। ଚଳିତ ବର୍ଷ କରାଳ ରୂପ ଦେଖାଉଛି ମୌସୁମୀ । ଲଗାଣ ବନ୍ୟା, ଭୂସ୍ଖଳନ ଏବଂ ଅନ୍ୟାନ ଅଘଟଣରେ ଗଲାଣି ଅନେକ ନିରୀହ ଜୀବନ। ଏବେ ବି ହଜାର ହଜାର ଲୋକ ଜଳବନ୍ଦୀ ରହିଛନ୍ତି । ଖାଇବା ପିଇବାରେ ଭୋଗୁଛନ୍ତି ନାହିଁ ନଥିବା ଅସୁବିଧା । ବନ୍ୟା ଜଳ ଗାଁ ଭିତରେ ପଶିବା ପରେ ଘରେ ରହିବା କଷ୍ଟକର ହୋଇ ପଡ଼ିଲାଣି।

flood

ତେବେ ଚଳିତ ମୌସୁମୀରେ ଦେଶର ବିଭିନ୍ନ ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଏବେସୁଦ୍ଧା ମୋଟ 970 ଲୋକ ପ୍ରାଣ ହରାଇଛନ୍ତି । ଏହି ସ୍ଥିତିର ମୁକାବିଲା ପାଇଁ କେନ୍ଦ୍ର ସରକାର ଏସଡିଆରଏଫ୍ ରୁ 9ଟି ରାଜ୍ୟ ପାଇଁ ପ୍ରଥମ କିସ୍ତି ରୂପେ 2446.80 କୋଟି ଟଙ୍କା ଜାରି କରିଛନ୍ତି ।

ସରକାରୀ ତଥ୍ୟ ଅନୁଯାୟୀ, ଚଳିତ ବର୍ଷ ଆସାମରେ ସର୍ବାଧିକ ପ୍ରାକୃତିକ ବିପର୍ଯ୍ୟୟ ଜନିତ ମୃତ୍ୟୁ ଘଟିଛି । ଏଠାରେ 193 ଜଣଙ୍କ ମୃତ୍ୟୁ ହୋଇଛି । ତେବେ 174 ଜଣ ପାଣିରେ ବୁଡିବା ଯୋଗୁଁ ପ୍ରାଣ ହରାଇଛନ୍ତି ଏବଂ 19 ଜଣଙ୍କ ଭୂସ୍ଖଳନରେ ମୃତ୍ୟୁ ଘଟିଛି । ଏହାପରେ ହିମାଚଳ ପ୍ରଦେଶରେ 187 ଜନଙ୍କର ମୃତ୍ୟୁ ହୋଇଛି। ହିମାଚଳରେ ବଜ୍ରପାତରେ ଦୁଇ ଜଣ, ଭୂସ୍ଖଳନରେ 6, ପାଣିରେ ବୁଡି 37ଜଣ ଏବଂ ଅନ୍ୟାନ୍ୟ କାରଣ ଯୋଗୁଁ 147 ଜଣଙ୍କ ଜୀବନ ଯାଇଛି ।ଗୁଜୁରାଟରେ ଏବେ ସୁଦ୍ଧା 88 ଜଣ ପ୍ରାଣ ହରାଇଛନ୍ତି । ମଣିପୁରରେ 53, ବିହାରରେ 50, ମେଘାଳୟରେ 36ଜଣ ପ୍ରାଣ ହରାଇଛନ୍ତି।

ବିଭିନ୍ନ ରାଜ୍ୟରେ ମୋଟ 82 ଜଣ ନିଖୋଜ ଥିବା ସୂଚନା ମିଳିଛି । ଆସାମରେ 34ଟି ଜିଲ୍ଲା ବନ୍ୟା ପ୍ରଭାବିତ ହୋଇଥିବା ବେଳେ ମଧ୍ୟପ୍ରଦେଶ 32, ଗୁଜୁରାଟର 26ଏବଂ ଅରୁଣାଚଳ ପ୍ରଦେଶର ଅତିକମରେ 25ଜିଲ୍ଲା ବନ୍ୟାରେ ପ୍ରଭାବିତ ହୋଇଛି । ଆସାମରେ ୩୭ ଜଣ ନିଖୋଜ ଅଛନ୍ତି । ଏହାପରେ ମଣିପୁରରେ 12, ମେଘାଳୟରେ 11 ଏବଂ ମହାରାଷ୍ଟ୍ରରେ 6ଟି ନିଖୋଜ ମାମଲା ପ୍ରକାଶ ପାଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+