ଯକ୍ଷ୍ମା ମୁକ୍ତ ଭାରତ ନିମନ୍ତେ ସ୍ୱତନ୍ତ୍ର ୧୦୦ ଦିନିଆ ଅଭିଯାନ ଆରମ୍ଭ ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦୀ

ଯକ୍ଷ୍ମା ବିରୋଧରେ ଭାରତର ଲଢ଼େଇ ଆହୁରି ଶକ୍ତିଶାଳୀ ହୋଇଛି ବୋଲି ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅଧିକ ପ୍ରଭାବିତ ଯକ୍ଷ୍ମା ଜିଲ୍ଲାଗୁଡ଼ିକ ଉପରେ ଧ୍ୟାନ ଦେଇ ଏକ ସ୍ୱତନ୍ତ୍ର ୧୦୦ ଦିନିଆ ଅଭିଯାନ ଆରମ୍ଭ କରିବାକୁ ଘୋଷଣା କରିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କ ଦ୍ୱାରା ଲିଖିତ ଏକ ଲେଖା ପଢ଼ିବାକୁ ସେ ନାଗରିକମାନଙ୍କୁ ଅନୁରୋଧ କରିଛନ୍ତି।

ସାମାଜିକ ଗଣମାଧ୍ୟମ 'ଏକ୍ସ'ରେ ଏକ ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି, ଯକ୍ଷ୍ମା ବିରୁଦ୍ଧରେ ଆମର ଲଢ଼େଇ ଆହୁରି ଶକ୍ତିଶାଳୀ ହୋଇଛି। ଯକ୍ଷ୍ମାକୁ ପରାସ୍ତ କରିବା ପାଇଁ ସାମୂହିକ ଭାବନାରେ ପରିଚାଳିତ ଏହି ସ୍ୱତନ୍ତ୍ର ୧୦୦ ଦିନିଆ ଅଭିଯାନ ଆଜିଠାରୁ ଆରମ୍ଭ ହୋଇଛି, ଯେଉଁଥିରେ ଅଧିକ ପୀଡିତ ଯକ୍ଷ୍ମା ଜିଲ୍ଲାଗୁଡ଼ିକ ଉପରେ ଧ୍ୟାନ ଦିଆଯାଉଛି। ଯକ୍ଷ୍ମା ସହ ବହୁମୁଖୀ ଢଙ୍ଗରେ ଲଢ଼େଇ କରୁଛି ଭାରତ।

narendra modi

ଏହି ୧୦୦ ଦିନରେ ରୋଗୀଙ୍କୁ ଦ୍ୱିଗୁଣିତ ସହାୟତା, ଜନ ଭାଗିଦାରୀ, ଉନ୍ନତ ଔଷଧ ଓ ବୈଷୟିକ ଜ୍ଞାନକୌଶଳ ଏବଂ ଉନ୍ନତ ନିଦାନ ଉପକରଣର ବ୍ୟବହାର ଉପରେ ଗୁରୁତ୍ୱ ଦିଆଯିବ ବୋଲି ଶ୍ରୀ ମୋଦୀ କହିଛନ୍ତି। ସମସ୍ତେ ଏକାଠି ହୋଇ ଯକ୍ଷ୍ମା ନିରାକରଣ ପାଇଁ ଯଥାସମ୍ଭବ ଉଦ୍ୟମ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହ୍ୱାନ ଦେଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+