ପାକିସ୍ତାନ ଉପରେ ଭାରତର ବଡ଼ ପଦକ୍ଷେପ, ପାକିସ୍ତାନ ବିମାନ ପାଇଁ ମାସେ ବଢିଲା କଟକଣା
ଅପରେସନ ସିନ୍ଦୁର ପରେ ଉଭୟ ଭରାତ ଓ ପାକିସ୍ତାନ ପରସ୍ପରର ବାୟୁସୀମାକୁ ବନ୍ଦ କରିଦେଇଛନ୍ତି । ଅର୍ଥାତ୍ ଭାରତୀୟ ବିମାନ ପାକ ବାୟୁସୀମା ଓ ପାକ୍ ବିମାନ ଭାରତୀୟ ବାୟୁସୀମା ବ୍ୟବହାର କରିପାରିବେ ନାହିଁ । ନିକଟରେ ପାକିସ୍ତାନ ଏହି କଟକଣାକୁ ଆଉ ମାସେ ବଢାଇଥିବାବେଳେ ଆଜି ଭାରତ ସମାନ ପଦକ୍ଷେପ ନେଇଛି ।

ଭାରତ ସରକାର ଜୁନ୍ ୨୩ ପର୍ଯ୍ୟନ୍ତ ପାକିସ୍ତାନୀ ବିମାନ ପାଇଁ ତାର ଆକାଶ ମାର୍ଗ ବନ୍ଦ କରିଦେଇଛନ୍ତି। ପୂର୍ବରୁ, ପାକିସ୍ତାନ ସହିତ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ସରକାର ୨୩ ମଇ ୨୦୨୫ ପର୍ଯ୍ୟନ୍ତ ନୋଟାମ୍ (ନୋଟିସ ଟୁ ଏୟାରମ୍ୟାନ) ଜାରି କରିଥିଲେ। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ କହିଛି ଯେ ପାକିସ୍ତାନୀ ଯାତ୍ରୀବାହୀ ବିମାନ ଏବଂ ସାମରିକ ବିମାନ ଭାରତୀୟ ଆକାଶ ମାର୍ଗ ସହିତ ଯୋଗାଯୋଗ କରିପାରିବ ନାହିଁ। ପାକିସ୍ତାନ ଏୟାରପୋର୍ଟ ଅଥରିଟି ପକ୍ଷରୁ ଜୁନ ୨୪ ପର୍ଯ୍ୟନ୍ତ ନୋଟାମ ଜାରି କରାଯାଇଛି । କେବଳ ଭାରତୀୟ ବିମାନ ପାଇଁ ଏହି କଟକଣା ରହିବ ।












Click it and Unblock the Notifications