ଜାତିସଂଘରେ ପାକିସ୍ତାନର ମୁଖା ଖୋଲିଲା ଭାରତ: କହିଲା ପାକିସ୍ତାନ ଆତଙ୍କବାଦର ଜନ୍ମଦାତା
India in UN: ଜାତିସଂଘରେ ପାକିସ୍ତାନର ମୁଖା ଖୋଲିଲା ଭାରତ । ସାରା ବିଶ୍ୱ ସାମ୍ମନାରେ କଡ଼ା ଭାଷାରେ ପାକିସ୍ତାନର ନିନ୍ଦା କଲେ ଯୋଜନା ପଟେଲ । ସେ କହିଛନ୍ତି, ପାକିସ୍ତାନ ଏକ 'ଦୁଷ୍ଟ ଦେଶ' ଯାହା ଆତଙ୍କବାଦକୁ ପ୍ରଶ୍ରୟ ଦିଏ ଏବଂ ସମଗ୍ର ଅଞ୍ଚଳରେ ଅଶାନ୍ତି ସୃଷ୍ଟି କରେ। ଆତଙ୍କବାଦୀଙ୍କୁ ପାକିସ୍ତାନର ପ୍ରୋତ୍ସାହନ ଏବଂ ଫଣ୍ତିଂ ନେଇ ମଧ୍ୟ ତଥ୍ୟ ରଖିଲେ ।
ଯୋଜନା ପଟେଲ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫଙ୍କ ସାମ୍ପ୍ରତିକ ସାକ୍ଷାତକାରର ମଧ୍ୟ ଉଲ୍ଲେଖ କରିଥିଲେ, ଯେଉଁଥିରେ ସେ ସ୍ୱୀକାର କରିଥିଲେ ଯେ ପାକିସ୍ତାନରେ ଆତଙ୍କବାଦକୁ ପ୍ରୋତ୍ସାହିତ କରାଯାଇଛି। ପଟେଲ କହିଥିଲେ ଯେ ଯେତେବେଳେ ମନ୍ତ୍ରୀ ନିଜେ ଏହାକୁ ଗ୍ରହଣ କରୁଛନ୍ତି, ସେତେବେଳେ ଆଉ କିଛି କହିବାର ଆବଶ୍ୟକତା ନାହିଁ। ତିନି ଦଶନ୍ଧି ଧରି ଆତଙ୍କବାଦ କାର୍ଯ୍ୟ କରିଆସୁଥିବା ପାକ୍ ସ୍ୱୀକାର କରିଛି । ତେବେ ୨୬/୧୧ ମୁମ୍ବାଇ ଆକ୍ରମଣ ପରେ ପହଲଗାମରେ ସର୍ବାଧିକ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଛି ।

ସେ ଆହୁରି କହିଛନ୍ତି ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ସାରା ବିଶ୍ୱ ନିନ୍ଦା କରିଛି ଏବଂ ଭାରତ ସହ ଛିଡା ହୋଇଛି । ଆତଙ୍କବାଦ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକତା ରହିଛି । ଯୋଜନା ପଟେଲ ୨୨ ଏପ୍ରିଲରେ ଜାତିସଂଘରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପ୍ରସଙ୍ଗ ଉଠାଇଥିଲେ ।
ସେ ଆହୁରି କହିଛନ୍ତି, ଭାରତ ଦୀର୍ଘ ସମୟ ଧରି ସୀମାପାର ଆତଙ୍କବାଦର ଶିକାର ହୋଇଆସୁଛି ଏବଂ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ନିଜେ ସ୍ୱୀକାର କରିଛନ୍ତି ଯେ ତାଙ୍କ ଦେଶରେ ଆତଙ୍କବାଦୀମାନଙ୍କୁ ତାଲିମ ଦିଆଯାଇଛି, ଏହା କିଛି ନୂଆ ନୁହେଁ, ପାକିସ୍ତାନ ପୂର୍ବରୁ ଏହା କରିଆସୁଛି ଏବଂ ଆଜି ମଧ୍ୟ କରୁଛି।
ଜାତିସଂଘ ବୈଠକରେ, ପାକିସ୍ତାନର ନାମ ନ ନେଇ, ଯୋଜନା ପଟେଲ କହିଥିଲେ ଯେ ଏକ ଦେଶର ପ୍ରତିନିଧିମାନେ ଏହି ମଞ୍ଚର ଅପବ୍ୟବହାର କରିଛନ୍ତି ଏବଂ ଭାରତ ବିରୁଦ୍ଧରେ ମିଥ୍ୟା ଅଭିଯୋଗ ଆଣିଛନ୍ତି। ସେହିପରି ପହଲଗାମ ଆକ୍ରମଣ ପରେ ଭାରତକୁ ସମର୍ଥନ କରିବା ପାଇଁ ଯୋଜନା ପଟେଲ ଜାତିସଂଘ ଏବଂ ଅନ୍ୟାନ୍ୟ ଦେଶଗୁଡ଼ିକୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଥିଲେ ଯେ ଭାରତ ଆତଙ୍କବାଦର ପୀଡିତମାନଙ୍କୁ କେବେ ଭୁଲିବ ନାହିଁ ଏବଂ ସେମାନଙ୍କୁ ନ୍ୟାୟ ଦେବା ପାଇଁ ଯଥାସମ୍ଭବ ପ୍ରୟାସ କରିବ।
ସୂଚନାଥାଉ ଯେ, ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ ସ୍କାଏ ନ୍ୟୁଜ୍ କୁ ଦେଇଥିବା ଏକ ସାକ୍ଷାତକାରରେ ସ୍ୱୀକାର କରିଥିଲେ ଯେ ପାକିସ୍ତାନର ଆତଙ୍କବାଦକୁ ସମର୍ଥନ କରିବା ଏବଂ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଇବାର ଏକ ଦୀର୍ଘ ଇତିହାସ ରହିଛି। କଥାବାର୍ତ୍ତା ସମୟରେ ସେ କହିଥିଲେ, ଆମେ ଗତ ୩୦ ବର୍ଷ ଧରି ଆମେରିକା ପାଇଁ ଏହି ଘୃଣ୍ୟ କାମ କରିଆସୁଛୁ। ଭାରତ ବିରୋଧରେ ଯୁଦ୍ଧ କଥା କହୁଥିବା ଖୱାଜା ଆସିଫ କହିଥିଲେ ଯେ ଲସ୍କର-ଏ-ତୈବା ଏବେ ପାକିସ୍ତାନରେ ଶେଷ ହୋଇଯାଇଛି। ସେ ସ୍ୱୀକାର କରିଛନ୍ତି ଯେ ପୂର୍ବରୁ ଏହି ଆତଙ୍କବାଦୀ ସଂଗଠନର ପାକିସ୍ତାନ ସହିତ କିଛି ସମ୍ପର୍କ ଥିଲା, କିନ୍ତୁ ଏବେ ସେହି ସଂଗଠନର କୌଣସି ଅସ୍ତିତ୍ୱ ନାହିଁ।












Click it and Unblock the Notifications