ଆଉ ଜଣେ ପାକିସ୍ତାନ ହାଇ କମିଶନ ଅଧିକାରୀଙ୍କୁ ତଡି଼ଲା ଭାରତ, ୨୪ ଘଣ୍ଟା ଭିତରେ.....
ଆଉ ଜଣେ ପାକିସ୍ତାନୀ ଅଧିକାରୀଙ୍କୁ ଭାରତ ଛାଡିବାକୁ ନିର୍ଦ୍ଦେଶ। କିସ୍ତାନ ହାଇ କମିଶନରେ କାର୍ଯ୍ୟରତ ଜଣେ ଅଧିକାରୀଙ୍କୁ ଭାରତ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି। ୨୪ ଘଣ୍ଟା ଭିତରେ ଦେଶ ଛାଡି ଚାଲିଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ପାକିସ୍ତାନ ଉଚ୍ଚାୟୁକ୍ତ ଅଧିକାରୀଙ୍କୁ ଭାରତ ଛାଡିବାକୁ ନିର୍ଦ୍ଦେଶ ରହିଛି। ଜଣେ ଅଧିକାରୀଙ୍କୁ ଅବାଞ୍ଛିତ ଘୋଷଣା କରି ତୁରନ୍ତ ଭାରତ ଛାଡି ଚାଲିଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ପାକିସ୍ତାନକୁ କଡ଼ା ଚେତାବନୀ ଦେଇଛି MEA।
ଗୁପ୍ତଚର କାର୍ଯ୍ୟକଳାପରେ ଜଡିତ ଥିବାରୁ ଭାରତ ସରକାର ପୂର୍ବରୁ ପାକିସ୍ତାନୀ ଦୂତାବାସରେ କାର୍ଯ୍ୟରତ ଜଣେ ଅଧିକାରୀ ଆହସାନ-ଉର-ରହିମ ଓରଫ ଦାନିଶଙ୍କୁ ମେ ୧୩ ତାରିଖରେ ଦେଶ ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ। ଦାନିଶର ପାକିସ୍ତାନୀ ଗୁପ୍ତଚର ଯାତ୍ରା ବ୍ଲଗର୍ ଜ୍ୟୋତି ମାଲହୋତ୍ରାଙ୍କ ସହ ସମ୍ପର୍କ ଥିଲା। ଜ୍ୟୋତି ପାକିସ୍ତାନ ହାଇକମିଶନରେ ଆୟୋଜିତ ଇଫତାର ପାର୍ଟିରେ ଯୋଗ ଦେଇଥିଲେ।

ଜ୍ୟୋତି ମାଲହୋତ୍ରା ୨୦୨୩ ମସିହାରେ ଦାନିଶଙ୍କୁ ଭେଟିଥିଲେ, ଯେତେବେଳେ ସେ ପ୍ରଥମ ଥର ପାଇଁ ଏକ ପ୍ରତିନିଧିମଣ୍ଡଳୀ ସହିତ ପାକିସ୍ତାନ ଯାଇଥିଲେ। ଭାରତ ଫେରିବା ପରେ ମଧ୍ୟ ଜ୍ୟୋତି ଦାନିଶଙ୍କ ସମ୍ପର୍କରେ ଥିଲେ। ଦାନିଶଙ୍କ ସୁପାରିଶ ପରେ, ସେ ଦ୍ୱିତୀୟ ଥର ପାଇଁ ପାକିସ୍ତାନ ଗସ୍ତ କରିଥିଲେ। ଯେଉଁଠାରେ ସେ ଅଲି ଅହସାନଙ୍କୁ ଭେଟିଥିଲେ। ଅଲି ହିଁ ଜ୍ୟୋତିଙ୍କ ପାକିସ୍ତାନରେ ରହିବା ଏବଂ ଯାତ୍ରା ବ୍ୟବସ୍ଥା କରିଥିଲେ ଏବଂ ତାଙ୍କୁ ଶାକିର ଏବଂ ରାଣା ଶାହବାଜ ଭଳି ପାକିସ୍ତାନୀ ଗୁଇନ୍ଦା ଏବଂ ସୁରକ୍ଷା ଅଧିକାରୀଙ୍କ ସହ ପରିଚିତ କରାଇଥିଲେ।












Click it and Unblock the Notifications