ଭାରରତ ଓ କାନାଡା ମଧ୍ୟରେ ତିକ୍ତତା, ହାଇକମିଶନରଙ୍କୁ ଫେରି ଆସିବା ପାଇଁ ନିର୍ଦ୍ଦେଶ
India Canadian News: କାନାଡା ସରକାରଙ୍କ ସହ ଶେଷ ବିବାଦ ମଧ୍ୟରେ ଭାରତ ସରକାର 6 ଜଣ କାନାଡିୟ କୂଟନୀତିଜ୍ଞଙ୍କୁ ବହିଷ୍କାର କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେମାନଙ୍କୁ 19ଅକ୍ଟୋବର 2024 ରାତି 11:59 ରେ କିମ୍ବା ପୂର୍ବରୁ ଭାରତ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି। ଭାରତ ସରକାର ମଧ୍ୟ କାନାଡାରୁ ନିଜର ରାଷ୍ଟ୍ରଦୂତମାନଙ୍କୁ ଫେରି ଆସିବା ପାଇଁ ନିର୍ଦ୍ଦେଶ ଦେଇଛି । ଖାଲିସ୍ତାନୀ ବିଚ୍ଛିନ୍ନତାବାଦୀ ହାର୍ଦ୍ଦିକ ସିଂ ନିଜାରଙ୍କ ହତ୍ୟା ଘଟଣାର ତଦନ୍ତ ସହ ଏହି ଅଧିକାରୀମାନଙ୍କୁ ଯୋଡିବା ପାଇଁ କାନାଡାର ପ୍ରୟାସର ଜବାବରେ ଭାରତ ଏହି ପଦକ୍ଷେପ ନେଇଛି।
କାନାଡାର ରାଷ୍ଟ୍ରଦୂତଙ୍କୁ ଡକାଇବାର କିଛି ସମୟ ପରେ ବୈଦେଶିକ ମନ୍ତ୍ରଣାଳୟ ଏହି ନିଷ୍ପତ୍ତି ଘୋଷଣା କରିଛି। ସେ କହିଛନ୍ତି, "ଆଜି ସନ୍ଧ୍ୟାରେ ସଚିବ (ପୂର୍ବ) ଙ୍କ ଦ୍ୱାରା କାନାଡାର ରାଷ୍ଟ୍ରଦୂତଙ୍କୁ ଡକାଯାଇଥିଲା। ତାଙ୍କୁ ସୂଚନା ଦିଆଯାଇଥିଲା ଯେ କାନାଡାର ଭାରତୀୟ ହାଇ କମିଶନର ତଥା ଅନ୍ୟ କୂଟନୀତିଜ୍ଞ ତଥା ଅଧିକାରୀଙ୍କ ଭିତ୍ତିହୀନ ଟାର୍ଗେଟ ସମ୍ପୂର୍ଣ୍ଣ ଗ୍ରହଣୀୟ ନୁହେଁ।"

କାନାଡାର କ୍ଷମତାସୀନ ଜଷ୍ଟିନ ଟ୍ରୁଡୋ ସରକାର ବିଦ୍ରୋହୀ ଓ ହିଂସାତ୍ମକ ପରିବେଶକୁ ସୁରକ୍ଷା ଦେବା ଭଳି କାମରେ ଲିପ୍ତ ରହିଛନ୍ତି। ଭାରତର କହିଛି ଯେ ବର୍ତ୍ତମାନ କାନାଡାର କ୍ଷମତାସୀନ ସରକାର ଉପରେ କୌଣସି ପ୍ରକାରର ଭରସା ନାହିଁ। ତେଣୁ ସମସ୍ତ ଅଧିକାରୀମାନଙ୍କୁ ସୁରକ୍ଷାକୁ ଦୃଷ୍ଟିରେ ରଖି ନିଜ ଦେଶକୁ ଫେରି ଆସିବା ପାଇଁ ନିର୍ଦ୍ଦେଶ ଦେଇଛି । ଭାରତ ସରକାର କାନାଡାରେ ଥିବା ହାଇକମିଶନ ଓ ଅନ୍ୟ ଅଧିକାରୀମାନଙ୍କୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଥିବା ନୂଆଦିଲ୍ଲୀ ପକ୍ଷରୁ କୁହାଯାଇଛି।












Click it and Unblock the Notifications