ଭାରତକୁ ନାହିଁ ଶରଣାର୍ଥୀ ସମସ୍ୟା : ବୈଦେଶିକ ମନ୍ତ୍ରୀ
ପଡୋଶୀ ଶ୍ରୀଲଙ୍କାରେ ସଙ୍କଟ ଏବେ ପଡୋଶୀ ଭାରତ ଉପରେ ପ୍ରଭାବ ପକାଉଥିବା ଦେଖାଯାଉଛି । ତେବେ ବର୍ତ୍ତମାନ ଏହାକୁ ନେଇ ଭାରତରେ ଶରଣାର୍ଥୀ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ଯଥେଷ୍ଟ ରହିଥିବା ବେଳେ ଏହାକୁ ଖଣ୍ଡନ କରିଛନ୍ତି ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ।
ନୂଆଦିଲ୍ଲୀ: ପଡୋଶୀ ଶ୍ରୀଲଙ୍କାରେ ସଙ୍କଟ ଏବେ ପଡୋଶୀ ଭାରତ ଉପରେ ପ୍ରଭାବ ପକାଉଥିବା ଦେଖାଯାଉଛି । ତେବେ ବର୍ତ୍ତମାନ ଏହାକୁ ନେଇ ଭାରତରେ ଶରଣାର୍ଥୀ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ଯଥେଷ୍ଟ ରହିଥିବା ବେଳେ ଏହାକୁ ଖଣ୍ଡନ କରିଛନ୍ତି ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ।

ଜୟଶଙ୍କର କହିଛନ୍ତି, ଶ୍ରୀଲଙ୍କାରେ ଲାଗି ରହିଥିବା ସ୍ଥିତି ଉପରେ ଭାରତ କଡା ନଜର ରଖିଛି । ଆର୍ଥିକ ସଙ୍କଟର ପ୍ରଥମ ଦିନରୁ ହିଁ ଭାରତ ସହଯୋଗୀ ଭାବେ ଶ୍ରୀଲଙ୍କା ସହିତ ରହି ଆସିଛି । ତେବେ ଶରଣାର୍ଥୀ ସମସ୍ୟା ନେଇ ଭାରତକୁ କୌଣସି ସମସ୍ୟା ନାହିଁ । ଏପରିକି ସେଠାରେ ନାଗରିକମାନେ ସରକାରଙ୍କ ବିରୋଧରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।
ଶରଣାର୍ଥୀ ସମସ୍ୟା ପରି ସ୍ଥିତି ଶ୍ରୀଲଙ୍କାରେ ମଧ୍ୟ ସୃଷ୍ଟି ହୋଇ ନଥିବା କହିଛନ୍ତି ଜୟଶଙ୍କର ।ଜୟଶଙ୍କର ଆହୁରି ମଧ୍ୟ କହିଛନ୍ତି ଭାରତ ପ୍ରଥମ ଦିନରୁ ଶ୍ରୀଲଙ୍କାକୁ ସହାୟତା କରିଆସିଛି । ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି । ଶ୍ରୀଲଙ୍କାରେ ଘଟୁଥିବା ପ୍ରତ୍ୟେକ ଘଟଣାକ୍ରମ ଓ ଗତିଶିଳତା ଉପରେ ଭାରତ ବିଶ୍ଳେଷଣ କରୁଛି । ଶ୍ରୀଲଙ୍କାର ଏକମାତ୍ର ନିକଟତମ ପଡୋଶୀ ଭାବେ ପ୍ରଥମ ମନ୍ତ୍ରରେ ବିଶ୍ବାସ କରୁଥିବା ଭାରତ ତାର ନୈତିକ ଦାୟିତ୍ବବୋଧ ପାଳନ କରିଆସିଛି । ଭାରତ ବର୍ତ୍ତମାନ ସୁଦ୍ଧା ପ୍ରାୟ 3.5 ବିଲିୟନ ଆମେରିକୀୟ ଡଲାରର ସହାୟତା ସାମଗ୍ରୀ ପଠାଇ ସାରିଛି । ଏହାରି ମଧ୍ୟରେ ଖାଦ୍ୟ ସାମଗ୍ରୀ, ଔଷଧ, ଇନ୍ଧନ ପରି ଜରୁରୀ ସାମଗ୍ରୀ ମଧ୍ୟ ରହିଛି ।












Click it and Unblock the Notifications