ସାବଧାନ! ଭାରତରେ ଚିହ୍ନଟ ହେଲା 'ମଙ୍କିପକ୍ସ'ର ନୂଆ ଭ୍ୟାରିଏଣ୍ଟର ପ୍ରଥମ ମାମଲା
India Detects First Case Of Clade 1 Variant Of MPox: ଭାରତରେ ଚିହ୍ନଟ ହେଲା 'ମଙ୍କିପକ୍ସ'ର ନୂଆ ଭ୍ୟାରିଏଣ୍ଟର ପ୍ରଥମ ମାମଲା । ମିଳିଥିବା ସୂଚନା ଅନୁସାରେ ଗତ ସପ୍ତାହରେ କେରଳର ମାଲାପୁରମରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିଲା, ଟେଷ୍ଟ ପରେ ଏହା 'ମଙ୍କିପକ୍ସ' ନିଶ୍ଚିତ ହୋଇଛି।

ସୂଚନା ଅନୁସାରେ, ଜଣେ 38 ବର୍ଷିୟ ଯୁବକ 'ମଙ୍କିପକ୍ସ'ର ଆକ୍ରାନ୍ତ ହୋଇଛନ୍ତି ସେ ୟୁଏଇକୁ ଯାତ୍ରା କରିଥିଲେ । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବ୍ୟକ୍ତିଙ୍କ ମଧ୍ୟରେ MPox clad 1 ପ୍ରକାର ନିଶ୍ଚିତ ହୋଇଛି । ଭାରତରେ ଏହି ପ୍ରକାରର ପ୍ରଥମ ଘଟଣା । WHO ଏହି ଭ୍ୟାରିଏଣ୍ଟକୁ ବିଶ୍ୱ ସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛି । କୁହାଯାଉଛି ଯେ ଉକ୍ତ ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଏକ ସପ୍ତାହ ପାଇଁ ଭର୍ତ୍ତି କରାଯାଇଛି। ତାଙ୍କୁ ଅଲଗା ସ୍ଥାନରେ ରଖାଯାଇ ଚିକିତ୍ସା କରାଯାଉଛି ।












Click it and Unblock the Notifications