Get Updates
Get notified of breaking news, exclusive insights, and must-see stories!

UAEରେ ଗର୍ଜ୍ଜନ କରିବ ଭାରତର ମିଗ୍‌ -୨୯ ଓ ଜାଗୁଆର

ବିଶ୍ୱର ସବୁଠୁ ଶକ୍ତିଶାଳୀ ବାୟୁସେନା ଗୁଡ଼ିକ ୟୁଏଇପ ଅଲ୍‌ ଧଫରା ଏୟାରବେସ୍‌ରେ ଏକତ୍ରିତ ହୋଇଛନ୍ତି। ଏହିଥର ଭାରତର ବାୟୁସେନା ମଧ୍ୟ ପୂରା ପାୱାରରେ। ଡେଜର୍ଟ ଫ୍ଲେଗ୍‌-୧୦ ନାମକ ଏହି ବହୁପକ୍ଷୀୟ ଯୁଦ୍ଧାଭ୍ୟାସରେ ଭାରତୀୟ ବାୟୁସେନା ନିଜର ଦୁଇ ଘାତକ ଲଢୁଆ ବିମାନ- ଜାଗୁଆର ଓ ମିଗ୍‌-୨୯କୁ ମୁତୟନ କରିଛି। ଦୁଇ ବିମାନ ୨୧ ଅପ୍ରେଲରୁ ୮ ମଇ ଯାଏ ଚାଲୁଥିବା ଯୁଦ୍ଧାଭ୍ୟାସରେ ନିଜର ପରାକ୍ରମର ପ୍ରଦର୍ଶନ କରିବେ।

ଏହି ହାଇ-ପ୍ରୋଫାଇଲ ଅଭ୍ୟାସରେ ଭାରତ ସହ ଆମେରିକା , ଫ୍ରାନ୍ସ , ବ୍ରିଟେନ , ଜର୍ମାନୀ , ଅଷ୍ଟ୍ରେଲିଆ , ସାଉଦୀ ଆରବ , ତୁର୍କୀ, କତାର, କୋରିଆ ଓ ପ୍ରାୟୋଜକ ୟୁଏଇ ସହ ୧୨ଟି ଦେଶର ବାୟୁସେନା ଅଂଶଗ୍ରହଣ କରୁଛନ୍ତି। ଏହି ଦେଶ ଗୁଡ଼ିକର ସେନା କେବଳ ପରସ୍ପର ସହ ଉନ୍ନତ ଏୟାର ଯୁଦ୍ଧ ଟେକନିକ୍‌କୁ ସେୟାର କରିବେନି, ଏହାସହ ଅପରେସନାଲ କୋଅର୍ଡିନେସନ ଓ ରଣନୀତିକ ବୁଝାମଣାକୁ ମଧ୍ୟ ମଜବୁତ୍‌ କରୁଛନ୍ତି।

indian air force

ଭାରତୀୟ ବାୟୁସେନାର ଏହି ଉପସ୍ଥିତି କେବଳ ସେନା ଅଭ୍ୟାସ ନୁହେଁ , ବରଂ ଏକ ରଣନୀତିକ ବାର୍ତ୍ତା ଦେଉଛି। ଭାରତ ଏବେ କେବଳ ଏକ ଆଞ୍ଚଳିକ ଶକ୍ତି ନୁହେଁ , ବରଂ ଏକ ବିଶ୍ୱ ସୁରକ୍ଷା ପାର୍ଟନର ହୋଇ ସାରିଛି। ମିଗ-୨୯ର ଗତି ଓ ଜାଗୁଆରର ଆକ୍ରମଣାତ୍ମକ କ୍ଷମତା , ଦୁହେଁ ମିଶି ଏହା ଦେଖାଇବେ କି ଭାରତୀୟ ବାୟୁସେନା କାହାର ବି ଚ୍ୟାଲେଞ୍ଜକୁ ମୁକାବିଲା କରିବାରେ ସକ୍ଷମ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+