ରୁଷ୍ ସେନାରେ କାର୍ଯ୍ୟରତ ଭାରତୀୟ ନାଗରିକଙ୍କୁ ସ୍ୱଦେଶ ଫେରାଇବାକୁ ଦାବି କଲା ଭାରତ
ରୁଷୀୟ ସେନାରେ ନିୟୋଜିତ ଜଣେ ଭାରତୀୟ ନାଗରିକଙ୍କ ମୃତ୍ୟୁ ଘଟଣାକୁ ନେଇ ଭାରତ ଆପତ୍ତି ଉଠାଇଛି। ମସ୍କୋରେ ଥିବା ରୁଷୀୟ କର୍ତ୍ତୃପକ୍ଷ ଏବଂ ନୂଆଦିଲ୍ଲୀସ୍ଥିତ ରୁଷ ଦୂତାବାସ ନିକଟରେ ଏହି ବିଷୟକୁ ଉପସ୍ଥାପନ କରି ରୁଷ୍ ସେନାରେ କାର୍ଯ୍ୟ କରିବା ପାଇଁ ନିଯୁକ୍ତି ପାଇଥିବା ଅବଶିଷ୍ଟ ଭାରତୀୟ ନାଗରିକଙ୍କୁ ଶୀଘ୍ର ସ୍ୱଦେଶ ଫେରାଇାବକୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦାବି କରିଛି।
ଏକ ବିବୃତ୍ତିରେ ମନ୍ତ୍ରଣାଳୟ ଆଜି କେରଳର ଏହି ଭାରତୀୟ ନାଗରିକଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରିଛି। ସିଏ ରୁଷ ସେନାରେ ନିଯୁକ୍ତ ହୋଇଥିଲେ। କେରଳର ଆଉ ଜଣେ ଭାରତୀୟ ନାଗରିକ ଆହତ ହୋଇ ମସ୍କୋର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ବୋଲି ବୈଦେଶିକ ମନ୍ତ୍ରଣାଳୟ ସୂଚନା ଦେଇଛି।

ମସ୍କୋସ୍ଥିତ ଭାରତୀୟ ଦୂତାବାସ ସେମାନଙ୍କ ପରିବାର ସହ ଯୋଗାଯୋଗରେ ରହିଛି ଏବଂ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେଉଛି ବୋଲି ଭାରତ ପକ୍ଷରୁ କୁହାଯାଇଛି। ମୃତ ବ୍ୟକ୍ତିଙ୍କ ଶରୀର ଏବଂ ରୁଷ୍ରେ ଚିକିତ୍ସାଧୀନ ଆହତ ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଆଣିବା ଲାଗି ପାଇଁ ରୁଷ୍ କର୍ତ୍ତୃପକ୍ଷଙ୍କ ସହ ମିଶି କାମ କରୁଛି ବୋଲି ମନ୍ତ୍ରଣାଳୟ କହିଛି।












Click it and Unblock the Notifications