ପୁଣି ପାକିସ୍ତାନକୁ ବଡ ଝଟକା ଦେକ ଭାରତ, ଏତିକି ତାରିଖ ଯାଏଁ ପାକିସ୍ତାନ ପାଇଁ ବନ୍ଦ ହେଲା ଭାରତର ଆକାଶ ମାର୍ଗ

ଭାରତ ପାକିସ୍ତାନ ପାଇଁ ପୁଣି ବଡ଼ ଘୋଷଣା କରିଛି । ଭାରତ ପାକିସ୍ତାନ ବିମାନ ପାଇଁ ଏୟାରସ୍ପେସ ବନ୍ଦ ଅବଧିକୁ ୧ ମାସ ବଢାଇ ଦେଇଛି । ଏହାକୁ ଜୁଲାଇ ୨୪ ଯାଏଁ ବଢାଇ ଦିଆଯାଇଛି ।

Pakistan

ଏୟାରସ୍ପେସ୍ ବନ୍ଦ ନେଇ NOTAM ନୋଟିସ ଜାରି କରିଛି ନୂଆ ଦିଲ୍ଲୀ । ପାକିସ୍ତାନ ପାଇଁ ଭାରତର ଏୟାର ସ୍ପେସ୍ ବନ୍ଦ ଏବେ ମହଙ୍ଗା ହେବ । ପାକିସ୍ତାନର କୌଣସି ବିମାନ ଭାରତୀୟ ବାୟୁସୀମା ଦେଇ ଉଡ଼ାଣ କରି ପାରିବ ନାହିଁ । ପାକିସ୍ତାନରେ ପଞ୍ଜିକୃତ, ପରିଚାଳିତ ଏବଂ ଲିଜରେ ନେଇଥିବା ବିମାନ, ପାକିସ୍ତାନ ଏୟାର ଲାଇନ୍ସ ଏବଂ ସେନା ଉଡ଼ାଣ ପାଇଁ ଏୟାର ସ୍ପେସ୍ ବନ୍ଦ କଲା ଭାରତ ।

ଭାରତୀୟ ଏୟାର ସ୍ପେସ ୩୦ ଏପ୍ରିଲରୁ ପାକିସ୍ତାନ ଏୟାରଲାଇନ୍ସ କମ୍ପାନୀ ପାଇଁ ବନ୍ଦ ରହିଥିଲା । କଶ୍ମୀର ପହଲଗାମରେ ୨୨ ଏପ୍ରିଲରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କ ଜୀବନ ଚାଲିଯାଇଥିଲା । ଏହାପରେ ଭାରତ ସରକାର ପାକିସ୍ତାନ ଉପରେ କାର୍ଯ୍ୟାନୁଷ୍ଠାନ କରି ଅନେକ ପ୍ରତିବନ୍ଧକ ଲଗାଇଥିଲେ ।

ଭାରତ ଦ୍ବାରା ପାକିସ୍ତାନ ବିମାନ ପାଇଁ ବନ୍ଦ ହୋଇଥିବା ଏୟାର ସ୍ପେସ ପ୍ରଥମେ ୨୪ ମଇରେ ଖୋଲିବାର ଥିଲା । କିନ୍ତୁ ଏହାକୁ ବଢାଇ ୨୪ ଜୁନ୍ କରିଦିଆଯାଇଥିଲା । ଏବେ ନୂଆ ଏନଓଟିଏଏମ୍ ଅନୁଯାୟୀ, ଏହାକୁ ବଢାଇ ଜୁଲାଇ ୨୪ ଯାଏଁ କରିଦଆଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+