୧୦ ହଜାର ଟପିଲା ଦୈନିକ କରୋନା ସଂକ୍ରମଣ
ନୂଆଦିଲ୍ଲୀ: ଦେଶରେ ଦୈନିକ କୋରନା ସଂକ୍ରମଣ ୧୦ ହଜାର ଟପିଲା । ଗତ ୨୪ ଘଣ୍ଟାରେ ଦେଶରେ ୧୦,୧୫୮ ଜଣ କୋରନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୮ ମାସରେ ଏହା ହେଉଛି ସର୍ବାଧିକ ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ୧୦,୧୫୮ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪,୪୭,୮୬,୧୬୦ରେ ପହଞ୍ଚିଛି । ସେହିପରି ଗତ ୨୪ ଘଣ୍ଟାରେ ୧୯ ଜଣଙ୍କ ମୃତ୍ୟୁ ହୋଇଛି । ଏଥି ସହ ଦେଶରେ କୋଭିଡ୍-୧୯ ଜନିତ ମୃତ୍ୟୁସଂଖ୍ୟା ୫,୩୧,୦୩୫କୁ ବୃଦ୍ଧି ପାଇଛି ।

ଦେଶରେ ଦୈନିକ କୋଭିଡ୍-୧୯ 'ପଜିଟିଭିଟି' ହାର ୬.୯୧% ଥିବା ବେଳେ ସାପ୍ତାହିକ 'ପଜିଟିଭିଟି' ହାର ୩.୬୭% ରହିଥିବା କଥା ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି । ଗତ ୨୪ ଘଣ୍ଟାରେ କୋଭିଡ୍-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୪,୪୨,୧୦,୧୨୭ । ସମ୍ପ୍ରତି ଦେଶରେ ସୁସ୍ଥତା ହାର ୯୮.୭୧% ରହିଛି ।
ତେବେ ବିଶେଷଜ୍ଞ କହିଛନ୍ତି ଯେ, ଓମିକ୍ରନର XBB.୧.୧୬ ସବଭାରିଆଣ୍ଟ, ଯାହା ସଂକ୍ରମଣ ବଢିବା ପାଇଁ ଦାୟୀ । ବର୍ତ୍ତମାନର ଟିକାକରଣ ଏହି ସମସ୍ୟାର ସମାଧାନ କରିବାରେ ସକ୍ଷମ ହୋଇଥିବାରୁ ଏହା ଚିନ୍ତାର କାରଣ ନୁହେଁ । ସୂଚନାନୁସାରେ, ଫେବୃଆରୀରେ ୨୧.୬% ବୃଦ୍ଧି ପାଇଥିବାବେଳେ, ମାର୍ଚ୍ଚରେ ଏହାବି ତା ଠାରୁ ବଢି ୩୫.୮% ହୋଇଥିଲା, ଯଦିଓ ଏହି କାରଣରୁ କାହାକୁ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପଡି ନଥିଲା କିମ୍ବା ଏହି କୋଭିଡ ଯୋଗୁଁ କାହାର ମୃତ୍ୟୁ ହୋଇ ନଥିଲା ।












Click it and Unblock the Notifications