Corona Update: ୪ ଦିନ ପରେ ଦେଶରେ ୪ ଲକ୍ଷରୁ କମ ଆସିଲା ଦୈନିକ ସଂକ୍ରମଣ
ଦେଶରେ ସାମାନ୍ୟ କମିଛି ଦୈନିକ ସଂକ୍ରମଣ ସଂଖ୍ଯା । ୪ ଦିନ ଧରି ୪ ଲକ୍ଷ ଉପରେ ସଂକ୍ରମଣ ରହୁଥିବା ବେଳେ ଆଜି ସଂକ୍ରମଣ ସଂଖ୍ୟା ୩ ଲକ୍ଷ ୬୬ହଜାର ୧୬୧ରେ ପହଞ୍ଚିଛି ।
ନୂଆଦିଲ୍ଲୀ: ଦେଶରେ ସାମାନ୍ୟ କମିଛି ଦୈନିକ ସଂକ୍ରମଣ ସଂଖ୍ଯା । ୪ ଦିନ ଧରି ୪ ଲକ୍ଷ ଉପରେ ସଂକ୍ରମଣ ରହୁଥିବା ବେଳେ ଆଜି ସଂକ୍ରମଣ ସଂଖ୍ୟା ୩ ଲକ୍ଷ ୬୬ହଜାର ୧୬୧ରେ ପହଞ୍ଚିଛି । ୩ ହଜାର ୭୫୪ ସଂକ୍ରମିତଙ୍କ ଜୀବନ ଯାଇଛି । ୨୪ ଘଣ୍ଟାରେ ୩ ଲକ୍ଷ ୫୩ ହଜାର ୮୧୮ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ତେବେ ଦେଶରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ କୋଟି ୨୬ ଲକ୍ଷ ୬୨ ହଜାର ୫୭୫ ରେ ପହଞ୍ଚିଛି । ମୋଟ୍ ସୁସ୍ଥ ହେଲେଣି କୋଟିଏ ୮୬ ଲକ୍ଷ ୭୧ ହଜାର ୨୨୨ ରହିଛି । ମୋଟ୍ କରୋନା ମୃତ୍ୟୁସଂଖ୍ୟା ୨ ଲକ୍ଷ ୪୬ ହଜାର ୧୧୬ଥିବା ବେଳେ ଆକ୍ଟିଭ କେସ୍ ରହିଛି ୩୭ ଲକ୍ଷ ୪୫ ହଜାର ୨୩୭ । ଦେଶରେ ମୋଟ୍ ୧୭ କୋଟି ଲକ୍ଷ ୭୬ ହଜାର ୬୦୩ ଜଣଙ୍କୁ ଟିକା ଦିଆଯାଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାରକଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।
ସେହିପରି ଦିଲ୍ଲୀ, କେରଳ, ଉତ୍ତର ପ୍ରଦେଶ ସ୍ଥିତିରେ ମଧ୍ୟ ସୁଧାର ଆସିଛି । ହେଲେ କର୍ଣାଟକ ସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି । ଗତ ୨୪ଘଣ୍ଟା ମଧ୍ୟରେ କର୍ଣ୍ଣାଟକରେ ଦୈନିକ ସଂକ୍ରମଣ ୪୭, ୯୩୦ ରହିଛି । ଏହାକୁ ମିଶାଇ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୯.୩୪ ଲକ୍ଷ ହୋଇଛି । କରୋନାରେ ଆଜି ୪୯୦ ଲୋକଙ୍କର ମୃତ୍ୟୁ ଘଟିଥିବାବେଳେ ମୃତକଙ୍କ ସଂଖ୍ୟା ୧୮, ୭୭୬ରେ ପହଞ୍ଚିଛି ।












Click it and Unblock the Notifications