For Quick Alerts
Turn On Notification  
For Daily Alerts
Oneindia App Download

ଦେଶର କରୋନା ସ୍ଥିତିରେ ଆସୁଛି ସୁଧାର, ଗତ ୨୪ ଘଣ୍ଟାରେ ଦେଶରେ ୮୦,୮୩୪ ନୂଆ ସଂକ୍ରମିତ ଚିହ୍ନଟ

ଦେଶରେ ସୁଧୁରୁଛି କରୋନା ସ୍ଥିତି । ଦିନକରେ ୮୦ହଜାର ୮୩୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୭୧ ଦିନରେ ସବୁଠୁ କମ୍ ଦୈନିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଦେଶରେ ।

|

ନୂଆଦିଲ୍ଲୀ: ଦେଶରେ ସୁଧୁରୁଛି କରୋନା ସ୍ଥିତି । ଦିନକରେ ୮୦ହଜାର ୮୩୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୭୧ ଦିନରେ ସବୁଠୁ କମ୍ ଦୈନିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଦେଶରେ । ଦେଶର ଦୈନିକ ପଜିଟିଭ ହାର ୪.୨୫ ପ୍ରତିଶତ ରହିଛି । ଦେଶରେ ୭୩ ଦିନ ପରେ ସର୍ବନିମ୍ନ ୮୦୮୩୪ ସଂକ୍ରମିତ ଚିହ୍ନଟ ହୋଇଛି ।

india corona update

ସେହିଭଳି ଗତ ୨୪ ଘଣ୍ଟାରେ ଦେଶରେ କରୋନାରେ ୩୩୦୩ ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୩,୭୦,୩୮୪ ରହିଛି । ୨୪ ଘଣ୍ଟାରେ ଲକ୍ଷେ ୩୨ହଜାର ୬୨ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ୩ହଜାର ୩୦୩ ସଂକ୍ରମିତଙ୍କ ଜୀବନ ନେଇଛି କିଲର ଭାଇରସ୍ । ମୋଟ୍ କରୋନା ପଜିଟଭ ସଂଖ୍ୟା ୨କୋଟି ୯୪ଲକ୍ଷ ୩୯ହଜାର ୯୮୯ ଥିବା ବେଳେ ମୋଟ୍ ସୁସ୍ଥ ହେଲେଣି ୨କୋଟି ୮୦ ଲକ୍ଷ ୪୩ହଜାର ୪୪୬ । ଆକ୍ଟିଭ କେସ୍ ୧୦ଲକ୍ଷ ୨୬ହଜାର ୧୫୯ଥିବା ବେଳେ ମୋଟ୍ ମୃତ୍ୟୁସଂଖ୍ୟା ୩ଲକ୍ଷ ୭୦ହଜାର ୩୮୪ରେ ପହଞ୍ଚିଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।

ଅନ୍ୟପଟେ ରାଜ୍ୟରେ ବି ଖସୁଛି ଦୈନିକ ସଂକ୍ରମଣ ହାର । ଗତ ୨୪ ଘଣ୍ଟାରେ ୪ ହଜାର ୪୬୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୨୫୪୬ ଜଣ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୨୫୪୬ ଜଣ ଲୋକାଲ କଣ୍ଟାକ୍ଟସରୁ ଚିହ୍ନଟ ହୋଇଛନ୍ତି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
India Corona Update: 80,834 new cases found in last 24 hours
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X