Get Updates
Get notified of breaking news, exclusive insights, and must-see stories!

ଦେଶରେ କମୁଛି ଦୈନିକ ସଂକ୍ରମଣ, ବଢୁଛି ମୃତ୍ୟୁ ସଂଖ୍ୟା

ଦେଶରେ ୨୪ ଘଣ୍ଟାରେ ୩ଲକ୍ଷ ୧୧ହଜାର ୧୭୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୪ହଜାର ୭୭ଜଣ ସଂକ୍ରମିତଙ୍କ ଜୀବନ ନେଇଛି ଭାଇରସ୍ । ଦିନକରେ ୩ଲକ୍ଷ ୬୨ହଜାର ୪୩୭ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ନୂଆଦିଲ୍ଲୀ: ଦେଶରେ ଦୈନିକ ସଂକ୍ରମଣ କ୍ରମାଗତ ତୃତୀୟ ଦିନ ହ୍ରାସ ପାଇଛି । କିନ୍ତୁ କୋଭିଡ୍ ରୋଗୀଙ୍କ ମୃତ୍ୟୁ ସଂଖ୍ୟା ଚିନ୍ତା ବଢ଼ାଉଛି । ଦେଶରେ ୨୪ ଘଣ୍ଟାରେ ୩ଲକ୍ଷ ୧୧ହଜାର ୧୭୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୪ହଜାର ୭୭ଜଣ ସଂକ୍ରମିତଙ୍କ ଜୀବନ ନେଇଛି ଭାଇରସ୍ । ଦିନକରେ ୩ଲକ୍ଷ ୬୨ହଜାର ୪୩୭ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Corona Update

ସେହିପରି ଦେଶରେ ମୋଟ୍ କରୋନା ଆକ୍ରାନ୍ତହ୍କ ସଂଖ୍ୟା ୨କୋଟି ୪୬ଲକ୍ଷ ୮୪ହଜାର ୭୭, ମୋଟ୍ ସୁସ୍ଥ ହେଲେଣି ୨କୋଟି ୭ଲକ୍ଷ ୯୫ହଜାର ୩୩୫ । ମୋଟ୍ କରୋନା ମୃତ୍ୟୁସଂଖ୍ୟା ୨ଲକ୍ଷ ୭୦ହଜାର ୨୮୪ ଥିବା ବେଳେ ଆକ୍ଟିଭ କେସ୍ ରହିଛି ୩୬ଲକ୍ଷ ୧୮ହଜାର ୪୫୮ । ଦେଶରେ ୧୮କୋଟି ୨୨ଲକ୍ଷ ୨୦ହଜାର ୧୬୪ଜଣଙ୍କୁ ଟିକାକରଣ କରାଗଲାଣି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।

ତେବେ ଆଜି ୮୫ ପ୍ରତିଶତ ନୂଆ ସଂକ୍ରମଣ କେବଳ ୧୦ରି ରାଜ୍ୟରୁ ଆସିଛି । ସେହିପରି ୧୧ ରାଜ୍ୟରେ ସଂକ୍ରମଣ ମାମଲା ଏକ ଲକ୍ଷରୁ ଅଧିକ ରହିଛି । ତେବେ ଦେଶର ୨୪ଟି ରାଜ୍ୟରେ ସଂକ୍ରମର ହାର ୧୫ ପ୍ରତିଶତରୁ କମ୍ ରହିଛି । ତେବେ ଭାରତରେ କରୋନାରୁ ସୁସ୍ଥ ହାର ୮୨ ପ୍ରତିଶତରୁ ଅଧିକ ରହିଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+