ଆଜି ଦେଶରେ ଦେଢ଼ ଲକ୍ଷ ପାର୍ ଦୈନିକ ସଂକ୍ରମଣ, ୩୨୭ ଜଣଙ୍କ ମୃତ୍ୟୁ
ଦିନକରେ ଦେଢ଼ ଲକ୍ଷ ଡେଇଁଛି ସଂକ୍ରମିତଙ୍କ ସଂଖ୍ୟା। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନାନୁସାରେ ଗତ ୨୪ ଘଣ୍ଟାରେ ଦେଶରେ ୧,୫୯, ୬୩୨ଟି ନୂଆ ମାମଲା ସାମ୍ନାକୁ ଆସିଛି।
ନୂଆଦିଲ୍ଲୀ: ଦେଶରେ ବଢୁଛି କରୋନା ସଂକ୍ରମଣ ମାମଲା । ଓମିକ୍ରନ୍ ମାମଲା ମଧ୍ୟ ବଢ଼ି ବଢ଼ି ଚାଲିଛି । ଦିନକରେ ଦେଢ଼ ଲକ୍ଷ ଡେଇଁଛି ସଂକ୍ରମିତଙ୍କ ସଂଖ୍ୟା। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନାନୁସାରେ ଗତ ୨୪ ଘଣ୍ଟାରେ ଦେଶରେ ୧,୫୯, ୬୩୨ଟି ନୂଆ ମାମଲା ସାମ୍ନାକୁ ଆସିଛି। ଏହାକୁ ମିଶାଇ ଦୈନିକ ପଜିଟିଭ ହାର ୧୦.୨୧%କୁ ବୃଦ୍ଧି ପାଇଛି।

ଦେଶରେ ଏବେ କରୋନାର ୫ ଲକ୍ଷ ୯୦ ହଜାର ୬୧୧ ସକ୍ରିୟ ସଂକ୍ରମଣ ମାମଲା ରହିଛି । କୋଭିଡରେ ମୋଟ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୮୩ ହଜାର ୭୯୦କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟାରେ ୪୦ ହଜାର ୮୬୩ ଜଣ କୋଭିଡ୍ ରୋଗୀ ସୁସ୍ଥ ହୋଇଛନ୍ତି । ଦେଶରେ ଏବେ ଯାଏ ମୋଟ ୩ କୋଟି ୪୪ ଲକ୍ଷ ୬୦୩ ଜଣ ସଂକ୍ରମିତ ହୋଇଛନ୍ତି ।
ସେହିପରି କରୋନାରେ ଆକ୍ରାନ୍ତ ହୋଇ ଦେଶରେ ୨୪ ଘଣ୍ଟାରେ ୩୨୭ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ମୋଟ କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୬୨୩ରେ ପହଞ୍ଚିଛି। ଏଥିରେ ମହାରାଷ୍ଟ୍ରରୁ ସର୍ବାଧିକ ୧୦୦୯ ଆକ୍ରାନ୍ତ ଅଛନ୍ତି। ତା'ପଛକୁ ରହିଛି ଦିଲ୍ଲୀ। ଏଠାରେ ଓମିକ୍ରନ୍ର ମୋଟ ୫୧୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।












Click it and Unblock the Notifications