ଡରାଇଲାଣି କରୋନା: ୨୪ ଘଣ୍ଟାରେ ୩,୨୭୫ ନୂଆ ମାମଲା, ୫୫ ଆକ୍ରାନ୍ତଙ୍କ ମୃତ୍ୟୁ

ଗତ ୨୪ ଘଣ୍ଟା ମଧ୍ୟରେ ସମୁଦାୟ ୩,୨୭୫ ନୂଆ କୋଭିଡ -୧୯ ସଂକ୍ରମଣ ମାମଲା ରେକର୍ଡ କରାଯାଇ ଥିବା ବେଳେ ୫୫ ମୃତ୍ୟୁ ହୋଇଛି।

ନୂଆଦିଲ୍ଲୀ: ଦେଶରେ ବଢ଼ିବାରେ ଲାଗଛି କୋଭିଡ ମାମଲା । ଗତ ୨୪ ଘଣ୍ଟା ମଧ୍ୟରେ ସମୁଦାୟ ୩,୨୭୫ ନୂଆ କୋଭିଡ -୧୯ ସଂକ୍ରମଣ ମାମଲା ରେକର୍ଡ କରାଯାଇ ଥିବା ବେଳେ ୫୫ ମୃତ୍ୟୁ ହୋଇଛି। ବର୍ତ୍ତମାନ ମୋଟ କୋଭିଡ଼ ଆକ୍ରାନ୍ତ ଙ୍କ ସଂଖ୍ୟା ୪,୩୦,୯୧,୩୯୩ କୁ ବୃଦ୍ଧି ହେବ ସହ ସମୁଦାୟ ମୃତ୍ୟୁ ୫୨୩,୯୭୫ କୁ ବୃଦ୍ଧି ପାଇଛି ।

coronavirus

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଦୈନିକ ପଜିଟିଭିଟି ହାର ୦.୭୭% ଥିବାବେଳେ ସାପ୍ତାହିକ ପଜିଟିଭିଟି ହାର ୦.୭୮.% ରହିଛି। ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ପାଇଁ ସମୁଦାୟ ୮୩.୯୩ କୋଟି ନମୁନା ପରୀକ୍ଷା କରାଯାଇଛି। ଗତ ୨୪ ଘଣ୍ଟା ରେ ୪,୨୩, ୪୩୦ନମୁନା ପରୀକ୍ଷା ଚାଲିଛି ।

ଦେଶବ୍ୟାପୀ ଟୀକାକରଣ ଡ୍ରାଇଭ ଅଧୀନରେ ଟୀକା କାରଣ ଚାଲିଛି। ୧୫ ରୁ ୧୮ ବର୍ଷ ବୟସ ବର୍ଗ ପାଇଁ ୫,୮୫,୯୦,୪୭୩ ପ୍ରଥମ ଡୋଜ୍ ଏବଂ ୪, ୨୭,୭୯,୩୦୮ ଦ୍ୱିତୀୟ ଡୋଜ୍ ଦିଆଯାଇଛି । ହୋଇଥିବାବେଳେ ୧୨ ରୁ ୧୪ ବର୍ଷ ବୟସ ବର୍ଗରେ ୩,୯୭,୦୭,୩୫୯ ଜଣଙ୍କୁ ପ୍ରଥମ ଡୋଜ୍ ଏବଂ୮୩,୯୦,୯୭୮ ଙ୍କ ଉପରେ ଦ୍ୱିତୀୟ ଡୋଜ୍ ଦୀୟଯାଇଚି। ଏହି ସମୟରେ, ୬୦ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି, ସ୍ୱାସ୍ଥ୍ୟସେବା ଏବଂ ଫ୍ରଣ୍ଟଲାଇନ କର୍ମଚାରୀଙ୍କ ପାଇଁ ୨,୭୯,୭୫, ୯୭୪ ଟି ବୁଷ୍ଟର ଡୋଜ ବ୍ୟବହୃତ ହୋଇଛି।

କୋଭିଡ -୧୯ ମାମଲାରେ ବ୍ୟାପକ ମାତ୍ରାରେ ବଢ଼ିଯିବା ପରେ ଦିଲ୍ଲୀ ଏବଂ ମହାରାଷ୍ଟ୍ର ରେ ମାମଲା ସାମାନ୍ୟ ବୃଦ୍ଧି ପାଇଛି। ବୁଧବାର ଦିଲ୍ଲୀରେ ୨୪ ଘଣ୍ଟା ମଧ୍ୟରେ ୧୩୫୪ ମାମଲା ସାମ୍ନା କୁ ଆସିବା ସହ ବର୍ତ୍ତମାନ ୭.୬୪ ପ୍ରତିଶତ ପଜିଟିଭ କେସ ରହିଛି। ବର୍ତ୍ତମାନ XE, BA.2 ଭାରିଆଣ୍ଟସ୍ ସହିତ ନୂତନ କୋଭିଡ୍ -୧୯ ସାମ୍ନା କୁ ଆସିଛି। ଦୁଇ ବର୍ଷ ହେବ ଏହି ଭାଇରସ ସାରା ବିଶ୍ଵ କୁ ସମସ୍ୟା ଘେର ରେ ବାନ୍ଧି ରଖିଚି ଏହି ମହାମାରୀ । ପ୍ରଥମରୁ ସାଂଘାଇ ଏହି ମହାମାରୀର ସବୁଠୁ ବଡ ହଟସ୍ପଟ୍ ଭାବେ ରହି ଆସିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+