POK ଉପରେ ବଡ଼ ମନ୍ତବ୍ୟ ଦେଲେ ରାଜନାଥ, କହିଲେ ...

ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଏବଂ ନ୍ଦ୍ରଶାସିତ ଅଞ୍ଚଳ ମାନ୍ୟତା ପାଇବା ପରେ ଏଠାରେ ପ୍ରଥମ ଥର ବିଧାନସଭା ଅନୁଷ୍ଠିତ ହେଉଛି। ଏଥିପାଇଁ ବିଜେପି ଶୁକ୍ରବାର ଘୋଷଣାପତ୍ର ପ୍ରକାଶ କରିଥିଲା, ଯେଉଁଥିରେ ବିକାଶମୂଳକ କାର୍ଯ୍ୟକୁ ମୁଦ୍ଦା କରାଯାଇଥିଲା। ବିଶେଷ କରି ପର୍ଯ୍ୟଟନ କ୍ଷେତ୍ରର ବିକାଶକୁ ବିଜେପି ନିର୍ବାଚନୀ ଘୋଷଣାପତ୍ରରେ ମୁଖ୍ୟ ମୁଦ୍ଦା କରିଛି।

ଜମ୍ମୁ କଶ୍ମୀରରେ ସେପ୍େଟମ୍ବର ୧୮, ୨୫ ଏବଂ ଅକ୍ଟୋବର ୧ରେ ତିନୋଟି ପର୍ଯ୍ୟାୟରେ ମତଦାନ ହେବ ଏବଂ ଅକ୍ଟୋବର ୮ରେ ଫଳାଫଳ ପ୍ରକାଶ ପାଇବ। ଏପଟେ ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନ ପାଇଁ ଆଜି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେପି। ଏହି ତାଲିକାରେ ୧୦ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇ ଥିବାବେଳେ ବାଦ୍ ପଡ଼ିଛନ୍ତି ପୂର୍ବତନ ଉପମୁଖ୍ୟମନ୍ତ୍ରୀ କବିନ୍ଦର ଗୁପ୍ତା। ଗାନ୍ଧି ନଗର (ବର୍ତ୍ତମାନର ବାହୁ) ଆସନରୁ ଦଳ ତାଙ୍କ ବଦଳରେ ବିକ୍ରମ ରନ୍ଧୱାଙ୍କୁ ଟିକେଟ୍ ଦେଇକ୍ତି। ଆଉ ଦଳ ମଧ୍ୟ ଏବେ ଜୋରାଦାର କରୁଛି ପ୍ରଚାର । ଏସବୁ ଭିତରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି

rajnath singh

ଜମ୍ମୁ-କଶ୍ମୀରର ରାମବନରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ପାକ୍ ଅଧିକୃତ କଶ୍ମୀର (ପିଓକେ)ର ବାସିନ୍ଦାମାନେ ଭାରତରେ ଯୋଗ ଦିଅନ୍ତୁ, ଆମେ ସେମାନଙ୍କୁ ଆମର ଲୋକ ବୋଲି ବିବେଚନା କରୁଛୁ। କଂଗ୍ରେସ-ଏନସି ମେଣ୍ଟ କହିଛି ଯେ ସେମାନେ ଧାରା ୩୭୦ ପୁଣି ଲାଗୁ କରିବେ, କିନ୍ତୁ ଯେପର୍ଯ୍ୟନ୍ତ ବିଜେପି ଅଛି, ସେପର୍ଯ୍ୟନ୍ତ କେହି ଏହା କରିପାରିବେ ନାହିଁ। ଜମ୍ମୁ-କଶ୍ମୀରରେ ସ୍ଥିତି ବଦଳିଯାଇଛି, ଯୁବକଙ୍କ ପାଖରେ ଏବେ ପିସ୍ତଲ ଓ ରିଭଲଭର ବଦଳରେ ଲାପଟପ୍ ଓ କମ୍ପ୍ୟୁଟର ରହିଛି। ଜମ୍ମୁ-କଶ୍ମୀରର ଲୋକମାନେ ଦୀର୍ଘ ଦିନ ଧରି ସେମାନଙ୍କ ଅଧିକାରରୁ ବଞ୍ଚିତ ହୋଇଥିଲେ।

ଚଳିତ ବିଧାନସଭା ନିର୍ବାଚନରେ ପାକିସ୍ତାନରୁ ଆସିଥିବା ଶରଣାର୍ଥୀ, ଆମ ବାଲ୍ମିକି ସମ୍ପ୍ରଦାୟ ଏବଂ ସଫେଇ କର୍ମଚାରୀଙ୍କ ପରିବାରକୁ ପ୍ରଥମ ଥର ପାଇଁ ସ୍ଥାନୀୟ ସଂସ୍ଥା ନିର୍ବାଚନରେ ଭୋଟ୍ ଦେବାର ଅଧିକାର ମିଳିଛି। ରାଜନାଥ କହିଛନ୍ତି ଯେ ପୂର୍ବରୁ ସମଗ୍ର ଦେଶରେ ଆତଙ୍କବାଦ ସ୍ଥଳୀ ଭାବେ ପରିଚିତ ଜମ୍ମୁ-କଶ୍ମୀର ଏବେ ପର୍ଯ୍ୟଟନର ହଟସ୍ପଟ୍ ପାଲଟିଛି। ସାଢ଼େ ତିନି ଦଶନ୍ଧି ପରେ ପ୍ରଥମ ଥର ପାଇଁ ଶ୍ରୀନଗରରେ ନଜର ଆସିଛି ତାଜିଆ ।

ପୂର୍ବରୁ ଜମ୍ମୁରୁ ଶ୍ରୀନଗର ଯିବାକୁ ବହୁ ସମୟ ଲାଗୁଥିଲା। କିନ୍ତୁ ଏବେ ସାଢ଼େ ଚାରି ଘଣ୍ଟା ମଧ୍ୟରେ ଜମ୍ମୁ-ଶ୍ରୀନଗରରେ ପହଞ୍ଚିହେବ। ପାକିସ୍ତାନ ସରକାର ପିଓକେକୁ ବିଦେଶୀ ଭୂମି ଭାବେ ବିବେଚନା କରୁଛନ୍ତି। ନିଜେ ପାକିସ୍ତାନର ଏଏସଜି ସତ୍ୟପାଠ ଦେଇ ଏହା କହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+