ହିନ୍ଦୁଙ୍କ ଉପରେ ଅତ୍ୟାଚାର ; ବାଂଲାଦେଶକୁ ଭାରତ ସରକାରଙ୍କ ଏଭଳି ଦାବି
ବାଂଲାଦେଶରେ ରେ କମୁନି ହିନ୍ଦୁଙ୍କ ଉପରେ ଅତ୍ୟାଚାର । ଇସ୍କନ ପୂଜାରୀ ଚିନ୍ମୟ ଦାସ ଗିରଫ ହେବା ପରେ ଅନେକ ଜାଗା ରେ ହିନ୍ଦୁ ମାନଙ୍କ ଉପରେ କରା ଯାଇଚି ଆକ୍ରମଣ। ମନ୍ଦିର ଉପରେ ଟେକା ପଥର ଫିଙ୍ଗା ହେଉ କି ହିନ୍ଦୁ ମାନଙ୍କ ଘରେ ପଶି ସେମାନଙ୍କୁ ବାଡେଇବା ଏହା ଏପର୍ଯ୍ୟନ୍ତ ବି ବନ୍ଦ ହେଇନି । ଚିନ୍ମୟ ଦାସ ଙ୍କୁ ଯେମିତି କୋର୍ଟକୁ ନିଆଯାଇଛି ଲାଗୁଛି ଯେମିତି ସେ ଜଣେ ଆତଙ୍କବାଦୀ ।
ଚିଟାଗଙ୍ଗରେ ହିନ୍ଦୁମାନେ ଏକତ୍ରିତ ହେଇଥିବା ସମୟରେ ପୋଲିସ ଲାଠିଚାର୍ଜ କରିଥିଲା , ପୋଲିସର ଲାଠି ଚାର୍ଜରେ ଯୁବ ଆଇନଜୀବୀ ସୈଫୁଲ ଇସଲାମ ଆଲିଫ ଙ୍କ ମୃତ୍ୟୁ ହେଇଛି ,କିଛି ମାସ ପୂର୍ବରୁ ଆଲିଫ୍ ସୋସିଆଲ ମିଡିଆରେ ବାଂଲାଦେଶରେ ଘଟୁଥିବା ହିଂସା ଉପରେ ମତ ରଖି କହିଥିଲେ , ସରକାର ଧର୍ମ ନାମରେ ଦେଶକୁ ବିଭାଜନ କରି ପାରିବେ ନାହିଁ । ଅଭିଯୋଗ ଆଧାରରେ ଚିନ୍ମୟ ଦାସଙ୍କୁ ଗିରଫ କରାଯାଇଥିବା ପୁଲିସ କହିଛି ।

ବାଂଲାଦେଶରେ ହିନ୍ଦୁ ସନ୍ଥ ଚିନ୍ମୟ କୃଷ୍ଣ ଦାସଙ୍କ ଗିରଫଦାରିକୁ ନେଇ ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ମଙ୍ଗଳବାର ଏକ ବୟାନ ଜାରି କରାଯାଇଛି। ଚିନ୍ମୟ ଦାସଙ୍କୁ ଜାମିନ ନ ମିଳିବାକୁ ନେଇ ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଗଭୀର ଚିନ୍ତା ପ୍ରକଟ କରାଯାଇଛି। ହିନ୍ଦୁ ସମେତ ସମସ୍ତ ସଂଖ୍ୟାଲଘୁ ସମୁଦାୟର ଲୋକଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ବାଂଲାଦେଶର ଅନ୍ତରୀଣ ସରକାରଙ୍କୁ ଭାରତ ଆଗ୍ରହ କରିଛି।
ଏହି ବୟାନରେ କୁହାଯାଇଛି, ହିନ୍ଦୁ ସନ୍ଥ ଚିନ୍ମୟ କୃଷ୍ଣ ଦାସ୍ଙ୍କୁ ଗିରଫ କରାଯିବା ଓ ତାଙ୍କୁ ଜାମିନ ନ ମିଳିବା ନିଶ୍ଚିତ ଭାବେ ଦୁର୍ଭାଗ୍ୟଜନକ। ଦେଶର ଚରମପନ୍ଥୀଙ୍କ ଦ୍ୱାରା ହିନ୍ଦୁ ଏବଂ ବିଭିନ୍ନ ସଂଖ୍ୟାଲଘୁ ସମୁଦାୟକୁ କରାଯାଇଥିବା ବିଭିନ୍ନ ଆକ୍ରମଣ ପରେ ଏହି ଘଟଣା ସାମ୍ନାକୁ ଆସିଛି।
ସେହିପରି ବାଂଲାଦେଶରେ ସଂଖ୍ୟାଲଘୁ ସମୁଦାୟର ଲୋକଙ୍କ ଘର, ବ୍ୟବସାୟିକ ପ୍ରତିଷ୍ଠାନକୁ ଟାର୍ଗେଟ କରି ସେଗୁଡ଼ିକୁ ଲୁଟ୍ ଏବଂ ଭଙ୍ଗାରୁଜା ମଧ୍ୟ କରାଯାଉଛି। ଏ ସମସ୍ତ ଘଟଣା ଦୁର୍ଭାଗ୍ୟଜନକ। ଅପରାଧୀମାନଙ୍କ ବିରୋଧରେ ଏପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ। ତେଣୁ ଏଥିପ୍ରତି ଦୃଷ୍ଟି ଦେବାକୁ ବାଂଲାଦେଶ ସରକାରଙ୍କୁ ଭାରତ ସଚେତନ କରିଛି।












Click it and Unblock the Notifications