ବଢିଲା ଭାରତୀୟ ବାୟୁସେନାର ଶକ୍ତି ,୧୧୪ ରାଫାଲ ଜେଟ୍‌କୁ ମିଳିଲା ମଞ୍ଜୁରୀ

ଭାରତୀୟ ବାୟୁସେନାର ଶକ୍ତି ବୃଦ୍ଧି ପାଇବାକୁ ଯାଉଛି। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ଦିଲ୍ଲୀ ଗସ୍ତ ପୂର୍ବରୁ ରାଫାଲ ଲଢ଼ୁଆ ବିମାନ ପାଇଁ ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ହୋଇଥିବା ମେଗା ଡିଲ ସମ୍ପର୍କରେ ଏକ ଭଲ ଖବର ଆସିଛି। ଗୁରୁବାର ପ୍ରତିରକ୍ଷା ମନ୍ତ୍ରଣାଳୟ ଭାରତୀୟ ବାୟୁସେନା ପାଇଁ ୧୧୪ଟି ଭାରତରେ ନିର୍ମିତ ରାଫାଲ ଲଢ଼ୁଆ ବିମାନକୁ ମଞ୍ଜୁରୀ ଦେଇଛି। ଭାରତରେ ନିର୍ମିତ ହେବାକୁ ଥିବା ଫରାସୀ ଲଢ଼ୁଆ ବିମାନ ପାଇଁ ଏହି ଡିଲର ମୋଟ ମୂଲ୍ୟ ପ୍ରାୟ ୩.୨୫ ଲକ୍ଷ କୋଟି ହେବ। ଏହା ବିଶ୍ୱର ସବୁଠାରୁ ବଡ଼ ପ୍ରତିରକ୍ଷା ଚୁକ୍ତି ମଧ୍ୟରୁ ଅନ୍ୟତମ ହେବ। ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ (DAC)ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ଡିଲ ପାଇଁ ଅନୁମୋଦନ ଦିଆଯାଇଛି।

ଡିଏସି ବା ଡିଫେନ୍ସ ଆକ୍ୟୁଜେସନ କମିଟି ହେଉଚି ପ୍ରତିରକ୍ଷା ବିଭାଗର ଏକ ଉଚ୍ଚସ୍ତରୀୟ କମିଟି । ଏହାର ଅଧ୍ୟକ୍ଷ ହେଲେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଏତିରେ ସେନା ମୁଖ୍ୟଙ୍କ ସମେତ ପ୍ରତିରକ୍ଷ ସଚିବ ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ସଦସ୍ୟ ରହିଥାନ୍ତି । ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ ଫେବ୍ରୁଆରୀ ୧୭-୧୯ ଯାଏ ସରକାରୀ ଗସ୍ତରେ ଭାରତ ଆସିବେ ।

ଏହି ସମୟରେ ସେ ଏଆଇ ଇମ୍ପାକ୍ଟ ସମିଟରେ ଅଂଶଗ୍ରହଣ କରିବେ । ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଦ୍ୱିପାକ୍ଷିକ ସମ୍ପର୍କ ଉପରେ ମଧ୍ୟ ଚର୍ଚ୍ଚା କରିବେ । ଫ୍ରାନ୍ସ ରାଷ୍ଟ୍ରପତି ପିଏମ୍ ମୋଦୀଙ୍କ ଆମନ୍ତ୍ରଣରେ ଭାରତ ଆସିବେ । ଫ୍ରାନ୍ସ ରାଷ୍ଟ୍ର ମୁଖ୍ୟଙ୍କ ଏହି ଗସ୍ତ ପ୍ରଧାନମନ୍ତ୍ରୀ ମୋଦୀଙ୍କ ୨୦୨୫ ଫେବ୍ରୁଆରୀ ଗସ୍ତ ପରେ ହେବାକୁ ଯାଉଛି ।

Rafale

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଫ୍ରାନ୍ସ ରାଷ୍ଟ୍ରପତିଙ୍କ ଏହି ଯାତ୍ରା ଏପରି ସମୟରେ ହେବାକୁ ଯାଉଛି, ଯେତେବେଳେ ଭାରତରେ ବାୟୁ ସେନା ପାଇଁ ଅତିରିକ୍ତ ୧୧୪ ରାଫେଲ ଯୁଦ୍ଧ ବିମାନ କ୍ରୟ ଉପରେ ସହମତି ହେଉଥିବା ନଜର ଆସୁଛି । ପ୍ରଧାନମନ୍ତ୍ରୀ ମୋଦୀ ଓ ଇମାନୁଏଲ୍ ମାକ୍ରୋନଙ୍କ ମଧ୍ୟରେ ଏହି ପ୍ରସଙ୍ଗ ଉପରେ ପ୍ରାରମ୍ଭିକ ଆଲୋଚନା ହୋଇପାରେ । ରାଫେଲ ନିର୍ମାଣ କରୁଥିବା କମ୍ପାନି ଡସଲ୍ଟ ଭାରତରେ ରାଫେଲ ବିମାନର ନିର୍ମାଣ ପାଇଁ ନୀତିଗତ ରୂପେ ସହମତି ଦେଇଥିବା ଦାବି କରାଯାଉଛି ।

ଭାରତୀୟ ବାୟୁ ସେନା ପାଇଁ ସ୍ୱୀକୃତି ସଂଖ୍ୟା ୪୨ ଥିବା ବେଳେ ବର୍ତ୍ତମାନ କେବଳ ୩୦ ଯୁଦ୍ଧ ବିମାନର ସ୍କ୍ୱାଡ୍ରନ୍ ରହିଛି । ପାକିସ୍ତାନ ଓ ବାଂଲାଦେଶ ଏବଂ ପାକିସ୍ତାନ ଓ ଚୀନ ମଧ୍ୟରେ ବଢୁଥିବା ସମ୍ପର୍କ ବିପଦ ଆଶଂକାକୁ ଅଧିକ କରିଛି । ଆଶା କରାଯାଉଛି ଯେ ଏହି ପ୍ରୋଜେକ୍ଟ ଭାରତୀୟ ବାୟୁ ସେନାକୁ ଦୀର୍ଘ ଅବଧିରେ ୪.୫-ଜେନେରେସନ-ପ୍ଲସ୍ ମଲ୍ଟିରୋଲ ଯୁଦ୍ଧ ବିମାନର ଆବଶ୍ୟକତାକୁ ପୂରା କରିବାରେ ସାହାଯ୍ୟ କରିବ । ଡିଲ୍ ଅନୁସାରେ କ୍ରୟ ହେବାକୁ ଥିବା ୧୧୪ ରାଫେଲ୍ ଯୁଦ୍ଧ ବିମାନ ମଧ୍ୟରୁ ପ୍ରାୟ ୮୦ ପ୍ରତିଶତ ଭାରତରେ ନିର୍ମାଣ କରିବା ଯୋଜନା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+