Get Updates
Get notified of breaking news, exclusive insights, and must-see stories!

ସଫଳ ହେଲା ଚନ୍ଦ୍ରଯାନ-୩ର ଅବତରଣ; ନ୍ୟୁୟର୍କ ଟାଇମ୍ସର ପୁରୁଣା କାର୍ଟୁନକୁ ଜବାବ ଦେଲେ ଭାରତୀୟ

ନ୍ୟୁୟର୍କ ଟାଇମ୍ସର କାର୍ଟୁନକୁ ଜବାବ । ସୋସିଆଲ ମିଡିଆରେ ନ୍ୟୁୟର୍କ ଟାଇମ୍ସର କାର୍ଟୁନକୁ ଜବାବ । ବହୁ ବର୍ଷ ପରେ ନ୍ୟୁୟର୍କ ଟାଇମ୍ସରେ ବାହାରିଥିବା କାର୍ଟୁନକୁ ଜବାବ କରାଯାଇଛି ।

୨୦୧୪ ମସିହାରେ ଆମେରିକାର ଗଣମାଧ୍ୟମ ସଂସ୍ଥା ନ୍ୟୁୟର୍କ ଟାଇମ୍ସରେ ଏହା ପ୍ରକାଶ ପାଇଥିଲା । ଯେଉଁ କାର୍ଟୁନ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭାରତରେ ଚନ୍ଦ୍ରଯାନ-୩ ମିଶନ ସଫଳ ହେଲା ପରେ ଏବେ ଏହାକୁ ନେଇ ଜବାବ ।

ଏହି କାର୍ଟୁନ ପୋଷ୍ଟ ପରି ବିକାଶଶୀଳ ଏବଂ ପାଶ୍ଚାତ୍ୟ ଦେଶକୁ ଟାର୍ଗେଟ କରିଛନ୍ତି ଭାରତୀୟ ୟୁଜର । ଭାରତର ମଙ୍ଗଳ ମିଶନକୁ ନେଇ କାର୍ଟୁନ କରି କଟାକ୍ଷ କରିଥିଲା ନ୍ୟୁୟର୍କ ଟାଇମ୍ସ ।ଏକ କାର୍ଟୁନରେ ଦୁଇଟି ଚିତ୍ର ରହିଥିଲା । ଗୋଟି ଚିତ୍ରରେ ଇଲାଇଟ ସ୍ପେସ କ୍ଲବ ଥିଲା । ଯେଉଁଥିରେ ଦୁଇ ଜଣ ବ୍ୟକ୍ତି ଏକ ଘରେ ଖବର କାଗଜ ପଢୁଥିଲେ । ଅନ୍ୟ ନ୍ୟୁଜ ପେପରରେ ଲେଖାଥିଲା ଭାରତର ମଙ୍ଗଳ ମିଶନ । ଆଉ ସ୍ପେଶ କ୍ଲବରେ ଦୁଇ ଜଣ ଥିବା ବେଳେ କବାଟ ବନ୍ଦ ଥିଲା । ଅନ୍ୟ ଏକ ଚିତ୍ରରେ ଜଣେ ବ୍ୟକ୍ତି ଏକ ଗାଈକୁ ନେଇ ସ୍ପେସ କ୍ଲବର କବାଟ ବାଡଉଥିବାର ଦେଖାଯାଇଥିଲା।

CHANDRAYAAN 3

ଗାଈକୁ ନେଇ ସ୍ପେସ କ୍ଲବର କବାଟ ବାଡଉଥିବାର ବ୍ୟକ୍ତିଙ୍କୁ ଭାରତ ଦର୍ଶାଯାଇଥିଲା । ଅର୍ଥାତ୍ ଭାରତ ଭଳି ଗରିବ ଦେଶ, ଯେଉଁଠାରେ ଲୋକେ ଗାଈ ଚରାଇ ପେଟ ପୋଷନ୍ତି । ସେମାନେ ଗାଈକୁ ନେଇ ମହାକାଶକୁ ଯିବାକୁ ଯୋଜନା କରୁଥିଲେ ବୋଲି ଭାରତକୁ କଟାକ୍ଷ କରାଯାଇଥିଲା ।

ସେଥିପାଇଁ ଭାରତର ମଙ୍ଗଳ ମିଶନକୁ କଟାକ୍ଷ କରି କାର୍ଟୁନ କରାଯାଇଥିଲା । ଅବଶ୍ୟ ପରେ ଏଥିପାଇଁ କ୍ଷମା ମାଗିଥିଲା ନ୍ୟୁୟର୍କ ଟାଇମ୍ସ ।

ଏବେ ଭାରତର ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ସଫଳ ସଫ୍ଟ ଅବତରଣ କରିବା ପରେ ଲୋକେ ଉକ୍ତ କାର୍ଟୁନ ପୋଷ୍ଟ କରି ନ୍ୟୁୟର୍କ ଟାଇମ୍ସକୁ ଭାରତୀୟ ମାନେ କଟାକ୍ଷ କରିଛନ୍ତି ।

କାର୍ଟୁନିଷ୍ଟ ହେଙ୍ଗ୍ କିମ ସଙ୍ଗ ଏହି କାର୍ଟୁନ ତିଆରି କରିଥିଲେ । ଯାହାକୁ ନେଇ ସେତେବେଳେ ବିବାଦ ଉପୁଜିଥିଲା ।

ସଫଳ ହୋଇଛି ଭାରତର ମୁନ ମିଶନ । ଚନ୍ଦ୍ରରେ ସଫ୍ଟ ଲ୍ୟାଣ୍ଡି କଲା ଚନ୍ଦ୍ରଯାନ-୩ । ଭାରତ ପ୍ରଥମ ଦେଶ ଭାବେ ଚନ୍ଦ୍ରର ଦକ୍ଷିଣ ମେରୁରେ କରିଛି ଅବତରଣ । ତେବେ ଚନ୍ଦ୍ରରେ ସଫ୍ଟ ଲ୍ୟାଣ୍ଡିଂ କରିବାରେ ଭାରତ ହେଉଛି ଚତୁର୍ଥ ଦେଶ । ଏହି ସଫଳତା ପାଇଁ ପ୍ରଧାନମନ୍ତ୍ରୀ ଇସ୍ରୋ ବୈଜ୍ଞାନିକ ଓ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହା ଭାରତର ଉଦୟର କ୍ଷଣ ବୋଲି ସେ କହିଛନ୍ତି ।

ଯେତେବେଳେ ଭାରତ ଏହି ସଫଳତା ହାସଲ କଲା ସେତେବେଳେ 80,59,688 ରୁ ଅଧିକ ଲୋକ ଦେଖୁଥିଲେ । ଚନ୍ଦ୍ରଯାନ -3 ଲ୍ୟାଣ୍ଡର ଚନ୍ଦ୍ର ପୃଷ୍ଠକୁ ଯେତେବଳେ ସ୍ପର୍ଶ କରିଥିଲା ଫେସବୁକରେ 355.6K ରୁ ଅଧିକ ଲୋକ ଦେଖୁଥିଲେ ।

ଏହା ବ୍ୟତୀତ ଯେଉଁମାନେ ISRO ର ଅଫିସିଆଲ୍ ପ୍ରସାରଣ ଚ୍ୟାନେଲରେ ଚନ୍ଦ୍ରାୟଣ -3 ଅବତରଣକୁ ଲାଇଭ୍ ଦେଖିଥିଲେ, କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱର ଅନେକ ଲୋକ ଐତିହାସିକ ମୁହୂର୍ତ୍ତର ସାକ୍ଷୀ ରହିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+