ଦୀପାବଳିରେ LAC ରୁ ଖୁସି ଖବର, ପରସ୍ପରକୁ ମିଠା ଦେଇ ବିବାଦ ତୁଟାଇଲେ ଭାରତ ଓ ଚୀନ ସେନା
ନୂଆଦିଲ୍ଲୀ : ଭାରତ ଓ ଚୀନ୍ ଭିତରେ ଥିବା ଖରାପ ସମ୍ପର୍କ ଏବେ ଭଲ ହେବାରେ ଲାଗିଛି। ଏହାର ସ୍ପଷ୍ଟ ଉଦାହରଣ ଆଜି ଏଲଏସିରେ ଦେଖିବାକୁ ମିଳିଛି। ଦୀପାବଳି ଅବସରରେ ଭାରତ ଓ ଚୀନ୍ର ସୈନିକ ପରସ୍ପରକୁ ମିଠା ଉପହାର ଦେଇଛନ୍ତି। ଏହି ଫଟୋ ଏଭଳି ସମୟରେ ଆସିଛି, ଯେତେବେଳେ ଦୁଇ ଦେଶ ପୂର୍ବ ଲଦାଖରେ ସମ୍ବେଦନଶୀଳ ସ୍ଥାନ ଡେମଚେକ୍ ଓ ଦେପସାଙ୍ଗ ମୈଦାନରେ ଅଲଗା ପକ୍ରିୟାକୁ ସଫଳତାପୂର୍ବକ ପୁରା କରିଛି। ଦୀପାବଳି ଅବସରରେ ଏଭଳି ଫଟୋ ସାମନାକୁ ଆସିବା ଉପରେ ଏହାକୁ କୁଟନୈତିକ ଦୃଷ୍ଟିକୋଣରୁ ଏକ ଗୁରୁତ୍ବପୂର୍ଣ୍ଣ ଉପଲବ୍ଧି ବୋଲି କୁହାଯାଉଛି। ସେନା ସୂତ୍ରରୁ ପ୍ରକାଶ ଯେ ୫ଟି ବିଏମପି ପଏଣ୍ଟରେ ମିଠା ଆଦାନ ପ୍ରଦାନ କରାଯାଇଥିଲା।
କେବଳ ପୂର୍ବ ଲଦାଖର ଡେପସାଙ୍ଗ ଓ ଡେମଚୋକ ନୁହେଁ, ଅନ୍ୟନ୍ୟ ସ୍ଥାନରେ ମଧ୍ୟ ଏହି ମିଠା ବଣ୍ଟନ କରାଯାଇଛି। ଯେଉଁଠି ମିଠା ବଣ୍ଟନ କରାଯାଇଛି, ଲଦାଖର ଚୁଶୁଲ ମୋଲଡୋ, ସିକିମର ନାଥୁ ଲା, ଅରୁଣାଚଳର ବୁମଲା ଏବଂ ଅନ୍ୟାନ୍ୟ ସ୍ଥାନରେ ମିଠା ବଣ୍ଟନ କରାଯାଇଛି।

ଜୁନ୍ ୨୦୨୦ରେ ଗଲୱାନ ଉପତ୍ୟକାରେ ଭୟଙ୍କର ସଂଘର୍ଷ ପରେ ଭାରତ ଓ ଚୀନ୍ ମଧ୍ୟରେ ସମ୍ପର୍କ ଖରାପ ହୋଇଯାଇଥିଲା। ବିଗତ କିଛି ଦଶନ୍ଧି ମଧ୍ୟରେ ଉଭୟ ପକ୍ଷ ମଧ୍ୟରେ ଏହା ସବୁଠାରୁ ଗମ୍ଭୀର ସାମରିକ ସଂଘର୍ଷ ଥିଲା। ଅନେକ ପର୍ୟ୍ୟାୟ ଧରି ଆଲୋଚନା ପରେ ଅକ୍ଟୋବର ୨୧ରେ ଚୁକ୍ତି ଚୂଡ଼ାନ୍ତ ହୋଇଥିଲା। ଏହାପରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଏକ ବିବୃତିରେ କହିଥିଲେ ଯେ ଦୁଇ ପକ୍ଷ ମଧ୍ୟରେ ସାମରିକ ବିବାଦ ଆରମ୍ଭ ହେବା ପୂର୍ବ ସ୍ଥିତିକୁ ଫେରିବେ । ଏହାସହିତ ଭାରତ ଏବଂ ଚୀନ୍ ସୈନିକମାନେ ସମାନ ଭାବରେ ପାଟ୍ରୋଲିଂ କରିବାକୁ ସକ୍ଷମ ହେବେ।












Click it and Unblock the Notifications