ସିକିମ ସୀମାରେ ସଙ୍ଘର୍ଷ, ଭାରତ-ଚୀନ ସେନା ମୁହାଁମୁହିଁ
ଚୀନ୍ ସୈନ୍ୟମାନେ ସିକିମର ନାକୁ ଲାରେ ଚୀନ ସେନା ଭାରତୀୟ ସୀମା ଭିତରକୁ ଅନୁପ୍ରବେଶ କରିବାକୁ ପ୍ରୟାସ କରୁଥିଲେ। ଯାହାକୁ ଭାରତୀୟ ସେନା ଉପଯୁକ୍ତ ଉତ୍ତର ଦେଇଥିଲା।
ନୂଆଦିଲ୍ଲୀ: ଭାରତ ଏବଂ ଚୀନ୍ ମଧ୍ୟରେ ତିକ୍ତତାକୁ ହ୍ରାସ କରିବା ପାଇଁ ନିରନ୍ତର ଉଦ୍ୟମ ଚାଲିଥିବା ବେଳେ ଚୀନ ସେନାର ବର୍ବରତା କମିବାରେ ନା ନେଉନି । ସେପଟେ ଦୁଇ ଦେଶ ମଧ୍ୟରେ କର୍ପସ କମାଣ୍ଡରସ୍ତରୀୟ ବୈଠକ ବସିଥିବା ବେଳେ ଏପଟେ ଚୀନ ସେନା ପୁଣିଥରେ ଭାରତୀୟ ସୀମାରେ ଅମୁପ୍ରବେଶ ଉଦ୍ୟମ କରିଛି ।

ମିଳିଥିବା ରିପୋର୍ଟ ଅନୁଯାୟୀ, ଚୀନ୍ ସୈନ୍ୟମାନେ ସିକିମର ନାକୁ ଲାରେ ଭାରତୀୟ ସୀମା ଭିତରକୁ ଅନୁପ୍ରବେଶ କରିବାକୁ ପ୍ରୟାସ କରୁଥିଲେ । ଯାହାକୁ ଭାରତୀୟ ସେନା ଉପଯୁକ୍ତ ଉତ୍ତର ଦେଇଥିଲା। ଭାରତୀୟ ସେନା ଏକ ବିବୃତ୍ତି ଜାରି କରି କହିଛି ଯେ, ଗତ 20 ଜାନୁୟାରୀ 2021 ରେ ସିକିମର ନାକୁଲା ଅଞ୍ଚଳରେ ସାମାନ୍ୟ ସଂଘର୍ଷ ଘଟିଥିଲା ଯାହା ସ୍ଥାନୀୟ କମାଣ୍ଡୋଙ୍କ ଦ୍ବାରା ସମାଧାନ କରାଯାଇଛି ।
ତେବେ ଏହି ସଙ୍ଘର୍ଷରେ ଉଭୟ ଦେଶ ସେନା ଆହାତ ହୋଇଥିବା ସୂଚନା ରହିଛି । ଏଥିରେ ୨୦ରୁ ଅଧିକ ଚୀନ ସେନା ଆହତ ହୋଇଥିବା ସୂଚନା ମିଳିଛି । ସେହିପରି ଭାରତର ୪ଜଣ ସେନା ଆହତ ହୋଇଥିବା ଜଣାପଡ଼ିଛି।
ସୂଚନାଥାଉ କି, ରବିବାର ଦାର୍ଘ 15 ଘଣ୍ଟା ଧରି କର୍ପସ କମାଣ୍ଡର ବୈଠକ ଅନୁଷ୍ଠିତ ହୋଇଥିଲା । ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (LAC) କୁ ନେଇ ଚାଲିଥିବା ବିବାଦ ମଧ୍ୟରେ ରବିବାର (24 ଜାନୁଆରୀ) ରେ ଭାରତ ଏବଂ ଚୀନ୍ ମଧ୍ୟରେ 9ମ ରାଉଣ୍ଡ କର୍ପସ କମାଣ୍ଡର ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଚୀନ୍ ସମ୍ମୁଖରେ ଭାରତ ସ୍ପଷ୍ଟ କରିଛି ଯେ ପିପୁଲ୍ସ ଲିବରେସନ୍ ଆର୍ମି- PLA କୁ ସମସ୍ତ ବିବାଦୀୟ ସ୍ଥାନରୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବାକୁ ପଡିବ। ପୂର୍ବାଞ୍ଚଳ ଲଦାଖର LAC ଉପରେ ଚୀନ୍ ଆଡକୁ ଥିବା ମଲଡୋରେ ସକାଳ 10 ଟାରୁ ଏହି ବୈଠକ ଆରମ୍ଭ ହୋଇ ରାତି 2:30 ପର୍ଯ୍ୟନ୍ତ ଚାଲିଥିଲା ।












Click it and Unblock the Notifications