ବୈଦେଶିକ ମନ୍ତ୍ରୀଙ୍କ ବଡ଼ ବୟାନ, କହିଲେ ସୀମା ଅଞ୍ଚଳରେ ଶାନ୍ତି ବ୍ୟତିତ ସମ୍ପର୍କ ସ୍ୱାଭାବିକ କରିବା ଅସମ୍ଭବ

ନୂଆଦିଲ୍ଲୀ: ଭାରତ-ଚୀନ୍ ସମ୍ପର୍କ ତଥା ଚୀନ୍ ସହ ସୀମା ବିବାଦ ସମ୍ପର୍କରେ ମଙ୍ଗଳବାର ଲୋକସଭାରେ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର କହିଛନ୍ତି ଯେ, ସେଠାରେ ଶାନ୍ତି ଫେରାଇ ଆଣିବା ପାଇଁ ଉଦ୍ୟମ ଚାଲିଛି। ଏପ୍ରିଲ୍ ୨୦୨୦ଠାରୁ ପରିସ୍ଥିତି ସ୍ୱାଭାବିକ ରହିଛି।ଶୀତ ଅଧିବେଶନରେ ଭାରତ-ଚାଇନା ସମ୍ପର୍କକୁ ନେଇ ଲୋକସଭାରେ ବିବୃତି ରଖିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର। ଚାଇନା ସହ ନିରପେକ୍ଷ ଓ ଉଭୟ ଦେଶକୁ ଗ୍ରହଣୀୟ ହେଉଥିବା ଭଳି ପଦକ୍ଷେପ ନେବାକୁ ଭାରତ ପ୍ରତିଶ୍ରୁତିବଦ୍ଧ ବୋଲି ଜୟଶଙ୍କର ଗୃହକୁ ଅବଗତ କରାଇଛନ୍ତି।

ସେ କହିଛନ୍ତି, " ନିୟମିତ କୂଟନୀତିକ ଆଲୋଚନା ଯୋଗୁ ଭାରତ-ଚାଇନା ସମ୍ପର୍କ ଉନ୍ନତି ଦିଗରରେ ଗତି କରୁଥିବା ନିକଟରେ ସୀମାରେ ନିଆଯାଇଥିବା ପଦକ୍ଷେପରୁ ସ୍ପଷ୍ଟ ହୋଇଛି।"ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ ଭାରତ-ଚୀନ୍ ସମ୍ପର୍କ ବିଷୟରେ ଆଲୋଚନା କରିବା ପାଇଁ କୂଟନୈତିକ ସ୍ତରରେ ଏବଂ ଏସ୍‌ଏଚ୍‌ଏମ୍‌ସି ରେ ଡବ୍ଳୁଏମ୍‌ସିସିର ବୈଠକ ଅନୁଷ୍ଠିତ ହୋଇଥିଲା।

S Jaishankar

ସେ କହିଛନ୍ତି ଯେ ଭାରତ ଏବଂ ଚୀନ୍ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ଜୁନ୍ ୨୦୨୦ ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଡବ୍ଳୁଏମ୍‌ସିସି ର ୧୭ ଟି ବୈଠକ ଏବଂ ଏସ୍‌ଏଚ୍‌ଏମ୍‌ସିର ୨୧ ଟି ବୈଠକ ଅନୁଷ୍ଠିତ ହୋଇଥିଲା। ତା'ପରେ ୨୧ ଅକ୍ଟୋବର ୨୦୨୪ ରେ, ଡେପସଙ୍ଗ ଏବଂ ଡେମୋକୋକ ଅଞ୍ଚଳରେ ଏକ ଚୁକ୍ତିନାମା ହୋଇଥିଲା। ସେପ୍ଟେମ୍ବର ୨୦୨୨ ଠାରୁ ଏହି ପ୍ରସଙ୍ଗଗୁଡିକୁ ନେଇ ଆଲୋଚନା ହୋଇଆସୁଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+