ଲଦାଖ ସୀମାରୁ ପଛକୁ ହଟିଲେ ଉଭୟ ଦେଶର ସେନା, ଦୀପାବଳିରେ ପରସ୍ପରକୁ ମିଠା ଦେବେ
ନୂଆଦିଲ୍ଲୀ: ଭାରତ ଏବଂ ଚୀନ ସେନା ଏଲଏସିର ବିବାଦୀୟ ସ୍ଥାନରୁ ପଛକୁ ହଟିସାରିଛନ୍ତି । ଏଣିକି ଦୁଇ ଦେଶର ସେନା ନିଜର ପରମ୍ପାରିକ ଶିବରରେ ମୁତୟନ ରହିବେ । ସେନା ସୂତ୍ର ଅନୁସାରେ ଏବେ ସୀମାରେ ନିୟମିତ ପାଟ୍ରୋଲିଂ ହେବ । ଏହି ପଦକ୍ଷେପ ଦୁଇ ଦେଶ ମଧ୍ୟରେ ବିବାଦର ସମାଧାନ ରୂପେ ଦେଖାଯାଉଛି । ସୂତ୍ର ଅନୁସାରେ ଦୁଇ ଦେଶର ସେନା ଗୁରୁବାର ଦୀପାବଳି ଅବସରରେ ପରସ୍ପରକୁ ମିଠେଇ ଦେବେ । ପୂର୍ବ ଲଦାଖରେ ଡେପସାଙ୍ଗ ଏବଂ ଡୋମଚେକରୁ ଦେଇ ଦେଶର ସେନା ପଛକୁ ହଟିଛନ୍ତି ।
ଭାରତୀୟ ସେନାର ସୂତ୍ରରୁ ପ୍ରକାଶ ଯେ ବୁଧବାର ଯାଞ୍ଚ ପ୍ରକ୍ରିୟା ଚାଲିଛି ଏବଂ ପାଟ୍ରୋଲିଂ କିପରି ହେବ ତାହାର ନିଷ୍ପତ୍ତି ଗ୍ରାଉଣ୍ଡ କମାଣ୍ଡୋମାନେ ନେବେ। ସେପଟେ ଭାରତରେ ଚାଇନାର ରାଷ୍ଟ୍ରଦୂତ ଜୁ ଫିହୋଙ୍ଗ ବୁଧବାର କୋଲକାତାରେ ଖବରଦାତାମାନଙ୍କୁ କହିଛନ୍ତି ଯେ ଦୁଇ ଦେଶ "ଗୁରୁତ୍ୱପୂର୍ଣ୍ଣ ବୁଝାମଣା" ରେ ପହଞ୍ଚିଛନ୍ତି।
ଏଥିସହିତ ସେ କହିଛନ୍ତି ଗତ ସପ୍ତାହରେ ରୁଷିଆରେ ଅନୁଷ୍ଠିତ ହୋଇଥିବା ବ୍ରିକ୍ସ ଶିଖର ସମ୍ମିଳନୀରେ ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା। ବର୍ତ୍ତମାନ ଦୁଇ ନେତା ଗୁରୁତ୍ୱପୂର୍ଣ୍ଣ ବୁଝାମଣାରେ ପହଞ୍ଚିସାରିଛନ୍ତି, ତେଣୁ ସେମାନେ ଆମର ଦୁଇ ଦେଶ ମଧ୍ୟରେ ସମ୍ପର୍କର ପରବର୍ତ୍ତୀ ବିକାଶ ପାଇଁ ନିର୍ଦ୍ଦେଶାବଳୀ ହେବେ। ମୁଁ ଆଶା କରୁଛି ଯେ ଏହି ସହମତିର ମାର୍ଗଦର୍ଶନରେ ଭବିଷ୍ୟତରେ ଆମର ସମ୍ପର୍କ ସୁରୁଖୁରୁରେ ଆଗକୁ ବଢିବ ଏବଂ ଆମର ଦୁଇ ପକ୍ଷ ମଧ୍ୟରେ ନିର୍ଦ୍ଦିଷ୍ଟ ମତଭେଦ ଦ୍ୱାରା ସେମାନେ ସୀମିତ କିମ୍ବା ବାଧାପ୍ରାପ୍ତ ହେବେ ନାହିଁ ବୋଲି ରାଷ୍ଟ୍ରଦୂତ କହିଛନ୍ତି।

ସେ କହିଛନ୍ତି, "ଦୁଇ ପଡୋଶୀ ଦେଶ ଭାବରେ ଆମର ସ୍ୱାଭାବିକ କଥା ଯେ ଆମର କିଛି ମତଭେଦ ରହିଛି ଏବଂ ଏହାର ସମାଧାନ ଏବଂ ସମାଧାନ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା। ଏହି ମତଭେଦକୁ କିପରି ମୁକାବିଲା କରାଯିବ ସେନେଇ ଦୁଇ ନେତାଙ୍କ ବୈଠକ ଆମ ପାଇଁ ଏକ ଉତ୍ତମ ଉଦାହରଣ ସୃଷ୍ଟି କରିଛି ବୋଲି ସେ କହିଛନ୍ତି।"
ପ୍ରତିରକ୍ଷା ବିଭାଗର ସୂତ୍ର ଅନୁସାରେ, ଦୁଇ ଅଞ୍ଚଳରୁ ଭାରତ ଓ ଚାଇନା ସେନା ପ୍ରତ୍ୟାହାର କରିବା ସହ ଟେଣ୍ଟ ଗୁଡ଼ିକ ହଟାଇ ଦେଇଛନ୍ତି। ଏଥିସହ ଅସ୍ଥାୟୀ ଭିତ୍ତିଭୂମିକୁ ମଧ୍ୟ ଉଚ୍ଛେଦ କରାଯାଇଛି। ଏବେ ସମ୍ଭାବ୍ୟ ରୁଟିନ ପାଟ୍ରୋଲିଂ ଆରମ୍ଭ ହେବ। ଏଥିପାଇଁ ଦୁଇ ଦେଶ ରାଜି ମଧ୍ୟ ରହିଛନ୍ତି। ଡିସଏନଗେଜମେଣ୍ଟ ପ୍ରକ୍ରିୟା ଶେଷ ହୋଇଥିବାରୁ ସ୍ଥାନୀୟ କମାଣ୍ଡର୍ସ, ବ୍ରିଗେଡିୟର୍ସ ଓ ଅନ୍ୟ ପାହ୍ୟାର ଅଧିକାରୀମାନେ ପରସ୍ପର ସହ ଆଲୋଚନା କରିବେ। ସୀମାନ୍ତର ଏହି ସମ୍ବେଦନଶୀଳ ଅଞ୍ଚଳରେ ସ୍ଥିରତା ବଜାୟୀ ରଖିବାକୁ ଦୁଇ ଦେଶ କାର୍ଯ୍ୟ କରିବେ ବୋଲି ଏହି ସୂତ୍ରରେ କୁହାଯାଇଛି।
ଏଥିରେ ଆହୁରି କୁହାଯାଇଛି ଯେ ଭାରତ ଓ ଚାଇନାର ସ୍ଥାନୀୟ ସାମରିକ କମାଣ୍ଡର୍ସ ଆଜି ଦେପସାଙ୍ଗ ଓ ଡେମଚୋକ ନିକଟସ୍ଥ ଏଲଏସିରେ ପରସ୍ପରକୁ ଭେଟିଥିଲେ। ସେମାନେ ପରସ୍ପର ସହ କଥା ହୋଇ ଡିସଏନଗେଜମେଣ୍ଟ ପ୍ରକ୍ରିୟାକୁ ଶେଷ କରିଛନ୍ତି। ଏରିଆଲ ଯାଞ୍ଚ ଦ୍ୱାରା ବିବାଦୀୟ ଅଞ୍ଚଳରୁ ଡିସଏନଗେଜମେଣ୍ଟ ଶେଷ ହୋଇଛି କି ନାହିଁ, ତା'କୁ ମଧ୍ୟ ନିଶ୍ଚିତ କରାଯାଇଛି।
ଏବେ ଡିସଏନଗେଜମେଣ୍ଟ ହୋଇଥିବା ଦେପାଙ୍ଗ ଓ ଡେମଚୋକ ଅଞ୍ଚଳରେ ଦୁଇ ଦେଶ ସଫଳତାର ସହ ପାଟ୍ରୋଲିଂ କରିବେ। ଏହାପରେ ବାକି ବଫର ଜୋନରେ ହେବାକୁ ଥିବା ପାଟ୍ରୋଲିଂ ଉପରେ ନିଷ୍ପତ୍ତି ହେବ ବୋଲି ଜଣାପଡ଼ିଛି। ଉଭୟ ଦେଶର ସ୍ଥାନୀୟ ମିଲିଟାରୀ କମାଣ୍ଡର୍ସ ପ୍ରତିଦିନ ସକାଳେ ହଟଲାଇନ ଦ୍ୱାରା ଦୈନିକ ଯୋଜନା ସମ୍ପର୍କରେ କଥା ହେବେ। ସେହିପରି ଧାର୍ଯ୍ୟ ସ୍ଥାନରେ ଦୈନିକ ଥରେ କିମ୍ବା ଦୁଇ ଥର ଇନ ପର୍ସନ ମିଟିଂ କରି ସ୍ଥିତିର ସମୀକ୍ଷା କରିବେ। ସବୁ କିଛି ପ୍ରୋଟକଲ ଅନୁସାରେ ହେବ ବୋଲି ଦୁଇ ଦେଶ ରାଜି ହୋଇଛନ୍ତି।












Click it and Unblock the Notifications