ଭାରତ-ଚୀନ ସୀମା ବିବାଦ: ଭାରତର କଡା ଚେତାବନୀ, 'ଚୀନ ସେନା ପଛକୁ ହଟ'
ଭାରତ ଏବଂ ଚୀନ୍ ସୀମା ବିବାଦକୁ ନେଇ ଚାଲିଥିବା ଦ୍ୱନ୍ଦ୍ୱ ମଧ୍ୟରେ ପ୍ରାୟ ଅଢେଇ ମାସର ବ୍ୟବଧାନ ପରେ ରବିବାର ନବମ ରାଉଣ୍ଡ କର୍ପସ କମାଣ୍ଡରସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା।
ନୂଆଦିଲ୍ଲୀ: ଭାରତ ଏବଂ ଚୀନ୍ ସୀମା ବିବାଦକୁ ନେଇ ଚାଲିଥିବା ଦ୍ୱନ୍ଦ୍ୱ ମଧ୍ୟରେ ପ୍ରାୟ ଅଢେଇ ମାସର ବ୍ୟବଧାନ ପରେ ରବିବାର ନବମ ରାଉଣ୍ଡ କର୍ପସ କମାଣ୍ଡରସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ପ୍ରାୟ 15 ଘଣ୍ଟା ଧରି ଚାଲିଥିବା ଏହି ବୈଠକରେ ଭାରତ ଚୀନକୁ ଚରମ ବାଣୀ ଶୁଣାଇଛି।

ସୀମରୁ ଚୀନ ସେନା ପଛକୁ ହଟିଲେ ଯାଇ ଶାନ୍ତି ସମ୍ଭବ ବୋଲି ଭାରତ ରୋକଠୋକ କହିଛି। ପୂର୍ବ ଲଦାଖରେ ଥିବା ସମସ୍ତ ବିବାଦସ୍ଥଳୀରୁ ସମ୍ପୂର୍ଣ୍ଣ ସୈନ୍ୟ ପ୍ରତ୍ୟାହାର ଓ ଉତ୍ତେଜନା ହ୍ରାସ ନିମନ୍ତେ ରବିବାର ଦିନ ଭାରତ ପୁଣି ଥରେ ଚୀନ୍କୁ କହିଛି।
ଏହି ବୈଠକରେ ଚୀନ୍ ସମ୍ମୁଖରେ ଭାରତ ସ୍ପଷ୍ଟ କରିଛି ଯେ ପିପୁଲ୍ସ ଲିବରେସନ୍ ଆର୍ମି- PLA କୁ ସମସ୍ତ ବିବାଦୀୟ ସ୍ଥାନରୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବାକୁ ପଡିବ। ପୂର୍ବାଞ୍ଚଳ ଲଦାଖର LAC ଉପରେ ଚୀନ୍ ଆଡକୁ ଥିବା ମଲଡୋରେ ସକାଳ 10 ଟାରୁ ଏହି ବୈଠକ ଆରମ୍ଭ ହୋଇ ରାତି 2:30 ପର୍ଯ୍ୟନ୍ତ ଚାଲିଥିଲା ।












Click it and Unblock the Notifications