ଭାରତ-ଚାଇନା ସମ୍ପର୍କରେ ପୁଣି ବଢୁଛି ଗଭୀରତା, ପୁଣି ଆରମ୍ଭ ହେବ କୈଳାଶ-ମାନସରୋବର ଯାତ୍ରା
ଭାରତ ଏବଂ ଚାଇନା କୈଳାସ ମାନସରୋବର ଯାତ୍ରା ପୁନଃ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସୋମବାର ବୈଦେଶିକ ମନ୍ତ୍ରଣାଳୟ ଏହି ସୂଚନା ଦେଇଛି। ବିଦେଶ ମନ୍ତ୍ରଣାଳୟ କହିଛି , ବୈଦେଶିକ ସଚିବ ବିକ୍ରମ ମିଶ୍ରୀ ୨୭ ଜାନୁଆରୀରେ ଭାରତ ଏବଂ ଚାଇନା ମଧ୍ୟରେ ବୈଦେଶିକ ସଚିବ-ଉପ-ବୈଦେଶିକ ମନ୍ତ୍ରୀଙ୍କ ବୈଠକ ପାଇଁ ୨୬-୨୭ରେ ବେଜିଂ ଗସ୍ତ କରିଥିଲେ।

ଏହି ସମୟ ମଧ୍ୟରେ ଉଭୟ ଦଳ ୨୦୨୫ଗ୍ରୀଷ୍ମ ଋତୁରେ କୈଳାସ ମାନସରୋବର ଯାତ୍ରା ପୁଣି ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଯାତ୍ରା ୨୦୨୦ରୁ ବନ୍ଦ ଥିଲା। ବୈଦେଶିକ ସଚିବ ବିକ୍ରମ ମିଶ୍ରୀ ଏବଂ ଚାଇନା ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟିଙ୍କ ମଧ୍ୟରେ ହୋଇଥିବା ବୈଠକରେ ଏହାକୁ ପୁନଃଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି।












Click it and Unblock the Notifications