ଭାରତ-ଚୀନ ମଧ୍ୟରେ ବୁଝାମଣା,ଏଲଏସିରେ କରିବେ ପାଟ୍ରୋଲିଂ

ଭାରତ ଓ ଚାଇନା ମଧ୍ୟରେ ଲାଗି ରହିଥିବା ସୀମା ବିବାଦକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ଦୀର୍ଘ ଦିନ ଧରି କୂଟନୀତିକ ସ୍ତରରେ ଚାଲିଥିବା ଆଲୋଚନା ଶେଷରେ ସକାରାତ୍ମକ ଫଳ ଆଣିଛି , ଏଲ୍‌ଏସିକୁ ନେଇ ଭାରତ ଏବଂ ଚୀନ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୁଝାମଣା ହୋଇଛି । ଭାରତ ଏବଂ ଚୀନ ପୁଣି ଥରେ ପାଟ୍ରୋଲିଂ କରିବା ଉପରେ ସହମତି ପ୍ରକାଶ କରିଛନ୍ତି ।

ଲଗାତାର ଆଲୋଚନା କରିବା ପରେ ଏଲ୍‌ଏସିରେ ପାଟ୍ରୋଲିଂ ପାଇଁ ଏକ ନିଶ୍ଚିତ ବ୍ୟବସ୍ଥା ଉପରେ ଦୁଇ ଦେଶ ସହମତ ହୋଇଛନ୍ତି । ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୧୬ତମ ବ୍ରିକ୍ସ ଶିଖର ସମ୍ମିଳନୀ ପାଇଁ ରୁଷ ଗସ୍ତ ପୂର୍ବରୁ ଏହି ମହତ୍ୱପୂର୍ଣ୍ଣ ଘଟଣାକ୍ରମ ହୋଇଛି ।

ଭାରତୀୟ ବିଦେଶ ସଚିବ ବିକ୍ରମ ମିସ୍ତ୍ରୀ ସୋମବାର ଏହି ଘୋଷଣା କରିଛନ୍ତି ଯେ ,ଉଭୟ ଦେଶର ଅଧିକାରୀଙ୍କ ମଧ୍ୟରେ ହୋଇଥିବା ସଦ୍ୟ କଥାବାର୍ତ୍ତା ପରେ ଭାରତ ଓ ଚୀନ୍‌ ଏଲଏସିରେ ପାଟ୍ରୋଲିଂ ପାଇଁ ଏକ ଚୁକ୍ତି ଉପରେ ପହଞ୍ଚିଛନ୍ତି। ସେ କହିଛନ୍ତି ଯେ , ଏହି ଚୁକ୍ତି ପରେ ଉଭୟ ଦେଶର ସେନାଙ୍କ ମଧ୍ୟରେ ସୀମାରେ ଚାଲୁଥିବା ଷ୍ଟାଣ୍ଡଅଫ୍‌ରେ ହ୍ରାସ ପାଇବା ଆଶା ରହିଛି।

India China

ମିସ୍ତ୍ରୀ କହିଛନ୍ତି ଯେ, ଆମେ ଚୀନ୍‌ ସହ ପାଟ୍ରୋଲିଂ ମାମଲା ଉପରେ ଆଲୋଚନା ପରେ ଏକ ପ୍ରମୁଖ ବୁଝାମଣା ଉପରେ ପହଞ୍ଚିଛୁ। ଏହି ଚୁକ୍ତି ସୀମାରେ ଉଭୟ ଦେଶ ମଧ୍ୟରେ ଜାରି ଷ୍ଟାଣ୍ଡ ଅଫ୍‌ରେ ହ୍ରାସ ପାଇବାର ଆଶା ରହିଛି। ସେ କହିଛନ୍ତି ଯେ, ଗତ ଅନେକ ସପ୍ତାହରୁ ଚାଲିଥିବା ଆଲୋଚନା ମଧ୍ୟରେ ଅନ୍ତତଃ ଆମେ ବାସ୍ତବିକ ନିୟନ୍ତ୍ରଣ ରେଖାରେ ପାଟ୍ରୋଲିଂ ପାଇଁ ଏକ ନିଶ୍ଚିତ ବ୍ୟବସ୍ଥା ଉପରେ ପହଞ୍ଚିଛୁ। ଏହି ବୁଝାମଣା ମାଧ୍ୟମରେ ଆମେ ୨୦୨୦ ସୀମାରେ ଜାରି ଉତ୍ତେଜନାକୁ ହ୍ରାସ କରିବାରେ ସାହାଯ୍ୟ ମିଳିବ।

ଆସନ୍ତାକାଲି ଠାରୁ ରୁଷରେ ୧୬ତମ ବ୍ରିକ୍ସ ସମ୍ମିଳନୀ ଆରମ୍ଭ ହେବ। ଏଥିରେ ଯୋଗ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯିବେ। ଏହାପୂର୍ବରୁ ଦୁଇ ଦେଶ ମଧ୍ୟରେ ବିବାଦ ଶେଷ କରିବାକୁ ସହମତି ପ୍ରକାଶ ପାଇଥିବା ଖବର ଆସିଛି। ଅକ୍ଟୋବର ୨୨ ଓ ୨୩ରେ ରୁଷରେ ବ୍ରିକ୍ସ ସମ୍ମିଳନୀ ଆୟୋଜନ ହେବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+