For Quick Alerts
Turn On Notification  
For Daily Alerts
Oneindia App Download

ଆଜି ପବିତ୍ର ବୁଦ୍ଧ ପୂର୍ଣ୍ଣିମା , ଜାଣନ୍ତୁ କେଉଁଠି କିପରି ହୁଏ ପାଳନ

ଆଜି ପବିତ୍ର ବୁଦ୍ଧ ପୂର୍ଣ୍ଣିମା । ଆଜିର ଦିନରେ ଜନ୍ମ ଗ୍ରହଣ କରିଥିଲେ ଭଗବାନ ଗୌତମ ବୁଦ୍ଧ । ବୌଦ୍ଧଧର୍ମର ପ୍ରତିଷ୍ଠାତା କହିଲେ ସମଗ୍ର ଏସିଆ ମହାଦେଶ ଏବଂ ଭାରତ ବର୍ଷ ଗୌତମ ବୁଦ୍ଧଙ୍କୁ ବୁଝନ୍ତି ।

|

'ବୁଦ୍ଧଂ ସରଣମ ଗଚ୍ଛାମି
ଧର୍ମଂ ସରଣମ ଗଚ୍ଛାମି
ସଂଘମ ସରଣମ ଗଚ୍ଛାମି'

BUDHA

ଆଜି ପବିତ୍ର ବୁଦ୍ଧ ପୂର୍ଣ୍ଣିମା । ଆଜିର ଦିନରେ ଜନ୍ମ ଗ୍ରହଣ କରିଥିଲେ ଭଗବାନ ଗୌତମ ବୁଦ୍ଧ । ବୌଦ୍ଧଧର୍ମର ପ୍ରତିଷ୍ଠାତା କହିଲେ ସମଗ୍ର ଏସିଆ ମହାଦେଶ ଏବଂ ଭାରତ ବର୍ଷ ଗୌତମ ବୁଦ୍ଧଙ୍କୁ ବୁଝନ୍ତି । ଖ୍ରୀଷ୍ଟ ପୂର୍ବ ଷଷ୍ଠ ଶତାବ୍ଦୀରେ ନେପାଳର କପିଳାବାସ୍ତୁ ନିକଟ ଲୁମ୍ବିନୀ ଉଦ୍ୟାନରେ ଗୌତମ ବୁଦ୍ଧ ଜନ୍ମ ଗ୍ରହଣ କରିଥିଲେ । ଗୌତମ ବୁଦ୍ଧଙ୍କ ପିତାଙ୍କ ଶୁଦ୍ଧଧନ ଶାକ୍ୟ କ୍ଷତ୍ରିୟ ବଂଶର ମୁଖ୍ୟ କପିଳାବାସ୍ତୁର ଶାସକ ଥିଲେ। ବୁଦ୍ଧଦେବଙ୍କ ମାତାଙ୍କ ମାୟାଦେବୀ ଥିଲା ।

ଗୌତମ ବୁଦ୍ଧ ଯେତେବେଳେ ମାତ୍ର 7 ବର୍ଷର ହୋଇଥିଲେ ମାତା ମାୟାଦେବୀଙ୍କର ଅକାଳ ମୄତ୍ୟୁ ଘଟିଥିଲା । ମାତାଙ୍କର ମୃତ୍ୟୁ ପରେ ତାଙ୍କ ବିମାତା ମହାପ୍ରଜାପତୀ ଗୌତମୀ ଶିଶୁପୁତ୍ରକୁ ଲାଳନ ପାଳନ କରିଥିଲେ। ସମୟର କ୍ରମେ ଗୌତମ ବୁଦ୍ଧ ସିଦ୍ଧାର୍ଥରୁ ଗୌତମ ରୂପରେ ପରିଚିତ ହୋଇଥିଲେ । ମାତ୍ର ୧୬ ବର୍ଷ ବୟସରେ ଶାକ୍ୟବଂଶୀୟ ଦଣ୍ଡପାଣିଙ୍କ କନ୍ୟା ଯଶୋଧାରାଙ୍କ ସହିତ ତାଙ୍କର ବିବାହ ହୋଇଥିଲା । ଏହାପରେ ବୁଦ୍ଧଦେବଙ୍କର ରାହୁଳ ନାମରେ ଏକ ପୁତ୍ର ସନ୍ତାନ ଜନ୍ମ ନେଇଥିଲା

କେଉଁଠି କିପରି ହୁଏ ପାଳନ

ବୁଦ୍ଧଙ୍କ ସତ୍ୟ, ଅହିଂସା ଓ କରୁଣା ବାର୍ତ୍ତାକୁ ନେଇ ତାଙ୍କର ଅନେକ ଅନୁଗାମୀ ମଧ୍ୟ ରହିଛନ୍ତି । ବୌଦ୍ଧ ଧର୍ମାବଲମ୍ବୀ ମାନେ ଆଜିର ଦିନରେ ପୂଜାର୍ଚ୍ଚନା, ପ୍ରାର୍ଥନା ଏବଂ ଉପାସନା କରିଥାନ୍ତି ।
ଏହି ଦିନରେ ଭବବାନ ବିଷ୍ନୁ ଏବଂ ମାତା ଲକ୍ଷ୍ମୀଙ୍କର ମଧ୍ୟ ଏକ ସ୍ବତନ୍ତ୍ର ପୂଜା କରାଯାଏ। ଯେଉଁମାନେ ଗଙ୍ଗା ସ୍ନାନ କରି ପାରନ୍ତି ନାହିଁ । ସେମାନେ ନିଜ ଘରେ ଗଙ୍ଗାଜଳରେ ସ୍ନାନ କରିଥାନ୍ତି । ଏହାପରେ ସଫା ବସ୍ତ୍ର ପରିଧାନ କରି ସୂର୍ଯ୍ୟଦେବଙ୍କ ପୂଜା କରିବା ସହ ବୋହିଯାଉଥିବା ପାଣିରେ ଚନ୍ଦନ ଦେଇଥାନ୍ତି ।

BUDHHA PURNIMA

ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ବୌଦ୍ଧ ଧର୍ମାବଲମ୍ବୀମାନେ ବୁଦ୍ଧ ପୂର୍ଣ୍ଣିମାରେ ଧଉଳିଗିରି ଓ ଭୁବନେଶ୍ୱରର ବୌଦ୍ଧ ବିହାରଠାରେ ବୁଦ୍ଧ ଜୟନ୍ତୀ ପାଳନ ପାଇଁ ଏକତ୍ରିତ ହୁଅନ୍ତି । ବୌଦ୍ଧ ଧର୍ମର ନିର୍ବାଣ ବା ମୋକ୍ଷରେ ଚିର ଶାନ୍ତି ଓ ପରମ ଆନନ୍ଦ ପାଏ ଜଣେ ସାଧକ । ନିରବତା ଓ ନିସ୍ତବଧତା ଧ୍ୟାନ ପାଇଁ ଏକାନ୍ତ ଆବଶ୍ୟକ ଯାହାକି ବୌଦ୍ଧ ସାଧନାର ମୂଳଭିତ୍ତି।
କେବଳ ଓଡିଶା ନୁହେଁ ଦେଶର ଭିନ୍ନ ଭିନ୍ନ ସ୍ଥାନରେ ଏହି ଦିନଟିକୁ ପାଳନ କରାଯାଏ । ତେବେ ଉତ୍ତରାଖଣ୍ଡ ହରିଦ୍ବାର ଗଙ୍ଗା ଘାଟରେ ମଧ୍ୟ ଅନେକ ଶ୍ରଦ୍ଧାଳୁ ଏକତ୍ରୀତ ହୋଇଛନ୍ତି । ପବିତ୍ର ଗଙ୍ଗାରେ ସ୍ନାନ କରି ହରିଦ୍ବାରରେ ପୂଜା ପାଠ, ଦାନ ଧର୍ମ କରିବେ ଶ୍ରଦ୍ଧାଳୁ । ଏଭଳି କରିବା ଦ୍ବାର ସୁଖ, ଶାନ୍ତି ଏବଂ ଧନ ପ୍ରାପ୍ତି ହୁଏ ବୋଲି ଲୋକଙ୍କର ବିଶ୍ବାସ ରହିଛି । ତେଣୁ ପ୍ରତିବର୍ଷ ହରିଦ୍ବାରରେ ଜମେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ।

ଭଗବାନ ବୁଦ୍ଧଙ୍କ ଉପଦେଶ

- ଯିଏ ନିଜ ଉପରେ ବିଜୟ ପ୍ରାପ୍ତକରେ ପ୍ରକୃତରେ ସେ ହିଁ ବିଜୟୀ ।
- ମଣିଷ କ୍ରୋଧକୁ ପ୍ରେମ ଦ୍ବାରା, ଲୋଭକୁ ଦାନ, ପାପକୁ ସଦାଚାର ଏବଂ ମିଥ୍ୟାକୁ ସତ୍ୟ ମାଧ୍ୟମରେ ହିଁ ବିଜୟୀ କରିପାରେ ।
- ଫୁଲର ସୁଗନ୍ଧ ପବନର ବୀପରିତ ଯାଏ ନାହିଁ, କିନ୍ତୁ ମଣିଷର ଗୁଣ ସବୁ ଆଡେ ବ୍ୟାପିଯାଏ ।
- ଘୃଣାରେ କେବେ ଘୃଣାର ଅନ୍ତ କରି ପାରିବେ ନାହିଁ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Buddha Purnima is celebrated with great fervour in India every year on the full moon day of the Baisakh month (April/May). The day is celebrated in honour of Lord Gautam Buddha who taught about non-violence, compassion and tolerance.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X