ପୁଣି ସହାୟତାର କଲା ଭାରତ, ମିଆଁମାରକୁ ପଠାଇଲା ଆଉ ୪୦୦ ଟନ ରିଲିଫ୍‌

ଭାରତ ପକ୍ଷରୁ 'ଅପରେସନ ବ୍ରହ୍ମା' ଅନୁଯାୟୀ ଭୂମିକମ୍ପ ପ୍ରଭାବିତ ମିଆଁମାରକୁ ଆଉ ୪୦୦ ଟନ୍‌ ଓଜନର ରିଲିଫ୍‌ ସାମଗ୍ରୀ ପଠାଯାଇଛି। ଭାରତୀୟ ନୌବାହିନୀର ଯୁଦ୍ଧଜାହାଜ 'ଆଇଏନଏସ ଘଡିଆଳ' ୪୪୨ ଟନ ଓଜନର ଏହି ରିଲିଫ୍‌ ସାମଗ୍ରୀ ନେଇ ବିଶାଖାପାଟଣା ବନ୍ଦରରୁ ଯାତ୍ରାରମ୍ଭ କରିଛି। ଅପରପକ୍ଷରେ ମଙ୍ଗଳବାର ସକାଳେ ଭାରତୀୟ ବାୟୁସେନାର ସି-୧୩୦ ପରିବହନ ବିମାନରେ ୧୬ ଟନ ଓଜନର ରିଲିଫ୍‌ ସାମଗ୍ରୀ ମ୍ୟାଁମାରକୁ ପଠାଯାଇଛି। ଏହା ବ୍ୟତୀତ ଭାରତୀୟ ନୌବାହିନୀର ଦୁଇଟି ଯୁଦ୍ଧଜାହାଜ ଆଇଏନଏସ ସାତପୁରା ଓ ଆଇଏନଏସ ସାବିତ୍ରୀ ୫୦ ଟନ ରିଲିଫ୍‌ ସାମଗ୍ରୀ ସହ ମ୍ୟାଁମାରରେ ପହଞ୍ଚିଥିବା ଜଣାପଡିଛି ।

Myanmar

ଏହି ଦୁଇଟି ଜାହାଜ ମିଆଁମାର ୟାଙ୍ଗନ ବନ୍ଦରରେ ଲଙ୍ଗର ପକାଇଥିବା କୁହାଯାଇଛି। ଏହି ସାମଗ୍ରୀ ମଧ୍ୟରେ ଖାଦ୍ୟ ପୁଡିଆ, ଔଷଧ ଏବଂ ତମ୍ବୁ ସାମିଲ ରହିଛି। ମ୍ୟାଁମାରକୁ ରିଲିଫ୍‌ ଯୋଗାଇବାରେ ଭାରତ ହେଉଛି ପ୍ରଥମ ବିଦେଶୀ ରାଷ୍ଟ୍ର। ଇତିପୂର୍ବରୁ ଗତ ଶନିବାର ଭାରତ ୧୫ ଟନ ରିଲିଫ୍‌ ସାମଗ୍ରୀ ପଠାଇଥିଲା। ଭାରତ ପକ୍ଷରୁ ପଠାଯାଇଥିବା ୮୦ ଜଣିଆ ଏନଡିଆରଏଫ୍‌ ଟିମ୍‌ ବର୍ତ୍ତମାନ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଭାରତୀୟ ସ୍ଥଳସେନାର ୧୨୦ ଯବାନ ମିଆଁମାରରେ ପହଞ୍ଚି ମାଣ୍ଡାଲେ ବିମାନବନ୍ଦର ନିକଟରେ ଏକ ଅସ୍ଥାୟୀ ଡାକ୍ତରଖାନା ସ୍ଥାପନ କରାଯାଇଛି। ଶୁକ୍ରବାର ମିଆଁମାରରେ ୭.୭ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା। ମଙ୍ଗଳବାର ସୁଦ୍ଧା ୨୭୦୦ ମୃତଦେହ ଉଦ୍ଧାର କରାଯାଇଥିବାବେଳେ ଆହତଙ୍କ ସଂଖ୍ୟା ୪ ହଜାରରେ ପହଞ୍ଚିଛି। ଭୂମିକମ୍ପ ଯୋଗୁଁ ମାଣ୍ଡାଲେ, ନ୍ୟାପିଦ, ସାଗାଇଙ୍ଗ୍‌ ସହର ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ମ୍ୟାଁମାରରେ ସାମରିକ ଶାସନ ଚାଲିଥିବାବେଳେ ସେଠାକାର ସରକାର ଉଦ୍ଧାର କାର୍ଯ୍ୟ ଉପରେ ଏତେଟା ଗୁରୁତ୍ବ ଦେଉନଥିବା ଅଭିଯୋଗ ହେଉଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+