ନାଟୋ ମୁଖ୍ୟଙ୍କ ଦାବିକୁ "ମିଥ୍ୟା ଏବଂ ଭିତ୍ତିହୀନ" ବୋଲି କହିଲା ଭାରତ
ନାଟୋ ମୁଖ୍ୟ ମାର୍କ ରୁଟ୍ଙ୍କ ଦାୟିତ୍ଵହୀନ ମନ୍ତବ୍ୟର ଦୃଢ଼ ନିନ୍ଦା କରିଛି ଭାରତ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁନର୍ବାର ଶୁଳ୍କ ଲାଗୁ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଫୋନ କରିଥିବା ରୁଟ୍ କହିଥିଲେ। ରୁଟଙ୍କ ଏହି ମନ୍ତବ୍ୟ ସମ୍ପୂର୍ଣ୍ଣ ଭାବେ ଭିତ୍ତିହୀନ ଏବଂ ତ୍ରୁଟିପୂର୍ଣ୍ଣ ବୋଲି ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କଡ଼ା ଶବ୍ଦରେ କୁହାଯାଇଛି।

ବିଦେଶ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସଓ୍ବାଲ ସ୍ପଷ୍ଟ ଭାବେ କହିଛନ୍ତି ଯେ, ଟ୍ରମ୍ପଙ୍କ ଟାରିଫ ବୃଦ୍ଧି ଘୋଷଣା ପରେ ପ୍ରଧାନମନ୍ତ୍ରୀ ପୁଟିନଙ୍କ ସହ କଥା ହେବାର କୌଣସି କାରଣ ନାହିଁ। ଏଭଳି କୌଣସି ବାର୍ତ୍ତାଳାପ ହୋଇନାହିଁ। ନାଟୋ ଭଳି ଏକ ଗୁରୁତ୍ଵପୂର୍ଣ୍ଣ ସଂଗଠନର ମୁଖ୍ୟ ସର୍ବସାଧାରଣରେ ମନ୍ତବ୍ୟ ଦେବା ସମୟରେ ଦାୟିତ୍ଵବାନ ହେବା ଦରକାର ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସମ୍ପର୍କରେ ଆକଳନ କରି ମନ୍ତବ୍ୟ ଦେବା ବା ଦାୟିତ୍ଵହୀନ ମନ୍ତବ୍ୟ ଦେବା ଆଦୌ ଗ୍ରହଣୀୟ ନୁହେଁ।












Click it and Unblock the Notifications