ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ଭାରତକୁ ଋଷ ଦେଲା ଏହି ମିସାଇଲ୍‌

ପହଲଗାମ୍‌ ଆତଙ୍କୀ ହମ୍‌ଲାକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ ଚରମ ସୀମାରେ ପହଞ୍ଚିଥିବା ବେଳେ ପୁରୁଣା ବନ୍ଧୁ ଋଷ୍ ଭାରତକୁ ଶକ୍ତିଶାଳୀ 'ଇଗ୍‌ଲା-ଏସ୍‌' ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଯୋଗାଇ ଦେଇଛି । ଋଷ୍‌ଠାରୁ ଏହା ମିଳିବା କ୍ଷଣି ଏହାକୁ ଫରୱାର୍ଡ ପୋଜିସନରେ ମୁତୟନ କରାଯାଇଛି । ଶତ୍ରୁ ପକ୍ଷର ଯୁଦ୍ଧ ବିମାନ, ଡ୍ରୋନ୍‌ ଓ ହେଲିକପ୍ଟରକୁ ଏହି ବ୍ୟବସ୍ଥା ମାତ୍‌ ଦେଇପାରିବ । ବିମାନରୁ କ୍ଷେପଣାସ୍ତ୍ର ମାଡ଼ ହେଲେ ଏହା ସେଗୁଡ଼ିକୁ ଆକାଶରେ ହିଁ ନିଷ୍କ୍ରିୟ କରିଦେଇ ପାରିବ ।

ଏହି ଇଗ୍‌ଲା-ଏସ୍‌ ବାୟୁ ପ୍ରତିରକ୍ଷା ବ୍ୟବସ୍ଥାର ମୂଲ୍ୟ ୨୫୦ କୋଟି ଟଙ୍କାରୁ ଅଧିକ ହେବ । ଆର୍ମି ଏୟାର ଡିଫେନ୍ସକୁ ଏହି ବ୍ୟବସ୍ଥା ଯୋଗାଇ ଦିଆଯାଇଛି । ଜରୁରିକାଳୀନ ଭାବେ ରୁଷ୍‌ ସହ ଭାରତ ଏହି ଚୁକ୍ତି କରିଥିଲା । ସେନାର ମିସାଇଲ କ୍ଷମତାକୁ ସଶକ୍ତ କରିବା ଏହା ପଛରେ ଉଦ୍ଦେଶ୍ୟ ରହିଛି । ଭାରତୀୟ ବାୟୁସେନା ମଧ୍ୟ ଅତିରିକ୍ତ ଉପକରଣ ହାସଲ ଲାଗି ସମାନ ପ୍ରକାର ଚୁକ୍ତି ସ୍ୱାକ୍ଷର କରିଛି । ଏହା ମଧ୍ୟ ନିଜ ବାୟୁ ପ୍ରତିରକ୍ଷା ନେଟୱର୍କକୁ ଆହୁରି ଶକ୍ତିଶାଳୀ କରିବ ।

ଇଗ୍‌ଲା-ଏସ୍‌ ମିସାଇଲ ହେଉଛି ସ୍ୱଳ୍ପ ଦୂରଗାମୀ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା । କେନ୍ଦ୍ର ସରକାରଙ୍କ ତରଫରୁ ସେନାକୁ ମିଳିଥିବା ସ୍ୱତନ୍ତ୍ର ଅନୁମତିକ୍ରମେ ଏହାକୁ ହାସଲ କରାଯାଇଛି । ସେନା ନିଜ ଜରୁରି ସଂଗ୍ରହଣ ଶକ୍ତିକୁ ଉପଯୋଗ କରି ଋଷ୍‌ଠାରୁ ଇଗ୍‌ଲା-ଏସ୍‌ ମିସାଇଲ ଆଣିଛି । କିଛି ସପ୍ତାହ ତଳେ ଏ ନେଇ ଚୁକ୍ତି ହୋଇଥିଲା ।

Russian missiles

ଇଗ୍‌ଲା-ଏସ୍‌ ମିଳିବା ପରେ ସେନା ଆଉ ୪୮ଟି ଲଞ୍ଚର୍‌ ଏବଂ ୯୦ଟି ମିସାଇଲ ହାସଲ ଲାଗି ଟେଣ୍ଡର ଜାରି କରିଛି । ଫାଷ୍ଟଟ୍ରାକ୍‌ ପଦ୍ଧତିରେ ଏହାକୁ ହାସଲ କରାଯିବ । ଏହାଛଡ଼ା ଲେଜର ବିମ୍‌ ମିସାଇଲର ନୂଆ ଭର୍ସନ ପାଇବା ପାଇଁ ଭାରତୀୟ ସେନା ଯୋଜନା ରଖିଛି । ଇଗ୍‌ଲା-ଏସ୍‌ ହେଉଛି ୧୯୯୦ ଦଶକରୁ ବ୍ୟବହୃତ ହୋଇଆସୁଥିବା ଇଗ୍‌ଲା ମିସାଇଲ୍‌ର ବିକଶିତ ଭର୍ସନ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+