Get Updates
Get notified of breaking news, exclusive insights, and must-see stories!

ଉପ ନିର୍ବାଚନରେ ଏନଡିଏକୁ ଲାଗିଲା ବଡ଼ ଝଟକା, ୧୩ରୁ ୧୦ ଆସନ କବ୍ଚା କଲା ଇଣ୍ଡିଆ ମେଣ୍ଟ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ବିଜେପିକୁ କଡ଼ା ଟକ୍କର ଦେଇଥିବା ବିରୋଧୀ ମେଣ୍ଟ ଇଣ୍ଡିଆ ଏବେ ୭ ରାଜ୍ୟରେ ଅନୁଷ୍ଠିତ ହୋଇଥିବା ଉପ ନିର୍ବାଚନରେ ମଧ୍ୟ ଦମଦାର ପ୍ରଦର୍ଶନ କରିଛି । ୭ ରାଜ୍ୟରେ ୧୩ଟି ବିଧାନସଭା ଆସନ ପାଇଁ ଉପ ନିର୍ବାଚନ ହୋଇଥିବା ବେଳେ ଇଣ୍ଡିଆ ମେଣ୍ଟ ବଡ଼ ବିଜୟ ହାସଲ କରିଛି ।

ବିହାର, ପଶ୍ଚିମବଙ୍ଗ, ଉତ୍ତରାଖଣ୍ଡ, ହିମାଚଳପ୍ରଦେଶ, ପଞ୍ଜାବ, ତାମିଲନାଡୁ ଏବଂ ମଧ୍ୟପ୍ରଦେଶର ୧୩ ଆସନରେ ଏହି ଉପନିର୍ବାଚନ ହୋଇଥିଲା । ଏହି ୧୩ ଆସନରୁ ଇଣ୍ଡିଆ ମେଣ୍ଟ ୧୦ ଟି ଆସନରେ ବିଜୟ ଲାଭ କରିଛି । ଏନଡିଏ କୁ ମିଳିଛି ମାତ୍ର ୨ଟି ଆସନ । ବୁଧବାର ଅନୁଷ୍ଠିତ ଉପନିର୍ବାଚନରେ କଂଗ୍ରେସ ଓ ତୃଣମୂଳ କଂଗ୍ରେସ ୪ଟି ଲେଖାଏଁ ଆସନରେ ବିଜୟୀ ହୋଇଛନ୍ତି । ବିଜେପି ପ୍ରାର୍ଥୀ ୨ଟି ଆସନ ଜିତିଥିବା ବେଳେ ଆମ୍ ଆଦମୀ ପାର୍ଟି ଓ ଡିଏମକେ ଗୋଟିଏ ଲେଖାଏଁ ଆସନରେ ବିଜୟୀ ହୋଇଛନ୍ତି ।

INDIA bloc

ବିହାରରେ ସ୍ୱାଧୀନ ପ୍ରାର୍ଥୀ ଶଙ୍କର ସିଂହ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଜେଡିୟୁର କଳାଧର ପ୍ରସାଦ ମଣ୍ଡଳଙ୍କୁ ୮,୨୪୬ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି । ହିମାଚଳପ୍ରଦେଶର ଡେରା ଆସନରେ ମୁଖ୍ୟମନ୍ତ୍ରୀ ସୁଖବୀନ୍ଦର ସିଂହ ସୁଖୁଙ୍କ ସ୍ତ୍ରୀ କମଲେଶ ଠାକୁର ବିଜୟୀ ହୋଇଛନ୍ତି । ସେ ଇଣ୍ଡି ମେଣ୍ଟରୁ ପ୍ରାର୍ଥୀ ହୋଇଥିଲେ । ଏହା ସହିତ ରାଜ୍ୟର ହମିରପୁର ଆସନରେ ବିଜେପି ପ୍ରାର୍ଥୀ ଆଶିଷ ଶର୍ମା ଏବଂ ନାଲାଗଡ଼ ଆସନରୁ କଂଗ୍ରେସ ପ୍ରାର୍ଥୀ ହରଦୀପ ସିଂହ ବାୱା ବିଜୟୀ ହୋଇଛନ୍ତି ।

ତାମିଲନାଡୁରେ ଡିଏମକେ ପ୍ରାର୍ଥୀ ଅନ୍ନିୟୁର ଶିବା ବିକ୍ରାବନ୍ଦୀ ଆସନରୁ ବିଜୟଲାଭ କରିଛନ୍ତି । ଉତ୍ତରାଖଣ୍ଡର ୨ଟି ଆସନ ମଧ୍ୟରୁ ମଙ୍ଗଲୌର ଆସନରେ କଂଗ୍ରେସ ପ୍ରାର୍ଥୀ କାଜି ମହମ୍ମଦ ନିଜାମୁଦ୍ଦିନ ଏବଂ ବଦ୍ରିନାଥ ଆସନରୁ ଳଖପତ ସିଂହ ବୁଟୋଲା ବିଜୟୀ ହୋଇଛନ୍ତି । ବିହାରରେ ରୁପୌଲି ଆସନରେ ସ୍ୱାଧୀନ ପ୍ରାର୍ଥୀ ଶଙ୍କର ସିଂହ ବିଜୟୀ ହୋଇଛନ୍ତି । ମଧ୍ୟପ୍ରଦେଶରେ ବିଜେପି ପ୍ରାର୍ଥୀ କମଲେଶ ଶାହ ଅମରୱାଡା ଆସନରୁ ନିର୍ବାଚିତ ହୋଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+