ଧନଖଡଙ୍କ ବିରୋଧରେ ଅନାସ୍ଥା ଆଣିଲେ ବିରୋଧୀ
ନୂଆଦିଲ୍ଲୀ: ବିଶ୍ବାସଭାଜନ ହୋଇପାରୁନାହାନ୍ତି ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକଡ । ତାଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଆଣିଛନ୍ତି ବିରୋଧୀ। କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡିଆ ବ୍ଲକ୍ ଧନଖଡ଼ଙ୍କ ବିରୋଧରେ ପକ୍ଷପାତିତା ଅଭିଯୋଗ ଆଣିଛି। ସେ ଗୃହ କାର୍ଯ୍ୟ ବେଳେ ଶାସକ ଦଳର ପକ୍ଷ ରଖୁଛନ୍ତି ଏବଂ ବିରୋଧୀଙ୍କ ସ୍ୱରକୁ ଦମନ କରୁଥିବା ବିରୋଧୀଦଳ ଦାବି କରିଛନ୍ତି। ସେପଟେ ଆଦାନୀ, ସୋରସେ ପ୍ରସଙ୍ଗରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳକୁ ନେଇ ଆସନ୍ତାକାଲି ଯାଏ ଉଭୟ ଗୃହକୁ ମୁଲତବୀ ଘୋଷଣା କରାଯାଇଛି ।
ରାଜ୍ୟସଭା ଅଧ୍ୟକ୍ଷ ଧନଖଡଙ୍କ ବିରୋଧରେ ଆସିଥିବା ଅନସ୍ଥା ପ୍ରସ୍ତାବରେ ୭୦ ସଦସ୍ୟଙ୍କ ସମର୍ଥନ ମିଳିଛି । କଂଗ୍ରେସ, ତୃଣମୂଳ କଂଗ୍ରେସ, ଆମ୍ ଆଦମୀ ପାର୍ଟି, ସମାଜବାଦୀ ପାର୍ଟି ଏବଂ ଅନ୍ୟ ବିରୋଧୀ ଦଳ ଏକଜୁଟ ହୋଇ ପ୍ରସ୍ତାବକୁ ସମର୍ଥନ କରିଛନ୍ତି । ବିରୋଧୀ ସାଂସଦଙ୍କ ଅଭିଯୋଗ କ୍ରମେ ରାଜ୍ୟସଭା ଅଧ୍ୟକ୍ଷ ପାତର ଅନ୍ତର କରୁଛନ୍ତି ।

ଗୃହରେ କହିବାକୁ ବିରୋଧୀ ନେତାଙ୍କୁ ସୁଯୋଗ କିମ୍ବା ଅଧିକ ସମୟ ଦିଆଯାଉନାହିଁ । ବିରୋଧୀ କହିବା ସମୟର ଜାଣିଶୁଣି ବିଶୃଙ୍ଖଳା ସୃଷ୍ଟି କରିଯାଉଛି । ବିଶୃଙ୍ଖଳା ସୃଷ୍ଟି କରୁଥିବା ସାଂସଦଙ୍କୁ ଧନଖଡ କିଛି କହୁ ନାହାନ୍ତି । ଏତେ ପକ୍ଷପତିତା କେବେ ଦେଖିନାହୁଁ । ପକ୍ଷପାତିତା ଢଙ୍ଗରେ ଗୃହ ଚଲାଉଛନ୍ତି । ଏପରି କରି ଗଣତନ୍ତ୍ରର ହତ୍ୟା ନ କରାଯାଉ । ଗୃହ ଅଧ୍ୟକ୍ଷ ଏପରି କରିବା ଠିକ ନୁହେଁ ବୋଲି କହି ବିରୋଧୀ ରାଜ୍ୟସଭା ଅଧ୍ୟକ୍ଷ ଧନଖଡଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି ।












Click it and Unblock the Notifications