ବିଶ୍ବର ଚତୁର୍ଥ ସର୍ବବୃହତ ଅର୍ଥନୈତିକ ଦେଶ ହେଲା ଭାରତ

ବିଶ୍ବର ଚତୁର୍ଥ ସର୍ବବୃହତ ଅର୍ଥନୈତିକ ଦେଶ ହେଲା ଭାରତ । ନିତି ଆୟୋଗ ସିଇଓଙ୍କ ବଡ଼ ସୂଚନା । ନିତି ଆୟୋଗ ସିଇଓ କହିଛନ୍ତି ଆଜି ଆମେ ୪ହଜାର ଅରବ ଡଲାରର ଅର୍ଥବ୍ୟବସ୍ଥାରେ ପରିଣତ ହୋଇଛୁ ।

କେବଳ ତିନି ଦେଶ ଭାରତ ଆଗରେ
ଭାରତ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୀତି ହେବାର ଏହି ସ୍ଥାନ ହାସଲ କରିଛି । ଏବେ ଭାରତ ଆଗରେ ଅଛନ୍ତି ମାତ୍ର ୩ ଦେଶ, ଆମେରିକା, ଚୀନ ଓ ଜର୍ମାନୀ । ଗୋଟିଏ ପଟେ ଆମେରିକାର ଟାରିଫ୍‌ ଯୋଗୁଁ ବିଶ୍ବରେ ହଲଚଲ୍‌ ସୃଷ୍ଟି ହୋଇଛି । କିନ୍ତୁ ଏହି ପରିସ୍ଥିତିରେ ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍‌ ମଧ୍ୟ ଭାରତର ଅର୍ଥନୀତି ଅଭିବୃଦ୍ଧିକୁ ରୋକିପାରିଲା ନାହିଁ । ଖାଲି ଏତିକି ନୁହେଁ ପାକିସ୍ତାନ ସହିତ ଉତ୍ତେଜନା ମଧ୍ୟ ଭାରତୀୟ ଅର୍ଥନୈତିକ ଅଭିବୃଦ୍ଧି ଉପରେ କୌଣସି ପ୍ରଭାବ ପକାଇ ପାରିନାହିଁ । ଭାରତ ଦୀର୍ଘ ସମୟ ଧରି ବିଶ୍ୱର ଦ୍ରୁତତ୍ତମ ଅଭିବୃଦ୍ଧିଶୀଳ ଅର୍ଥବ୍ୟବସ୍ଥା ହୋଇଆସିଛି ଏବଂ ଏବେ ଏହା ଜାପାନକୁ ପଛରେ ପକାଇଛି । ବିଶ୍ବବ୍ୟାଙ୍କରୁ ନେଇ ଆଇଏମଏଫ ପର୍ଯ୍ୟନ୍ତ ସମସ୍ତେ ଭାରତର ଜିଡିପି ଗ୍ରୋଥକୁ ମାନିଛନ୍ତି ।

India is the world s fourth largest economy

ଦିଲ୍ଲୀରେ ଆୟୋଜିତ ହୋଇଯାଇଛି ନିତି ଆୟୋଗର ଗୁରୁତ୍ବପୂର୍ଣ୍ଣ ବୈଠକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ନିତି ଆୟୋଗର ଦଶମ ଗଭର୍ଣ୍ଣିଂ କାଉନ୍‌ସିଲ୍ ବୈଠକ ଦିଲ୍ଲୀ ପ୍ରଗତି ମଇଦାନ ସ୍ଥିତ ଭାରତ ମଣ୍ଡପମ୍‌ରେ ଅନୁଷ୍ଠିତ ହୋଇଯାଇଛି ।

ବୈଠକରେ ବିକଶିତ ଭାରତ ଉପରେ ଗୁରୁତ୍ବ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୋଦୀ କହିଛନ୍ତି ଦେଶର ବିକାଶ ପାଇଁ ଆମକୁ ଟିମ୍ ଇଣ୍ଡିଆ ଭଳି କାମ କରିବାକୁ ହେବ। ପ୍ରତ୍ୟେକ ରାଜ୍ୟର ମୁଖ୍ୟମନ୍ତ୍ରୀ ନିଜ ନିଜ ରାଜ୍ୟରେ ଗୋଟିଏ ଗୋଟିଏ ପର୍ଯ୍ୟଟନ କ୍ଷେତ୍ରକୁ ବିକାଶ କରିବେ । ଭାରତରେ ଦ୍ରୁତ ଗତିରେ ସହରୀକରଣ ହେଉଛି ବୋଲି ମୋଦୀ କହିଛନ୍ତି । ବୈଠକରେ କର୍ଣ୍ଣାଟକ, କେରଳ ଓ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଯୋଗ ଦେଇନାହାଁନ୍ତି ।

ଓଡ଼ିଶା ଆଗାମୀ ୧୫ ବର୍ଷରେ ଦେଶ ବିକାଶର ଗ୍ରୋଥ୍‌ ଇଞ୍ଜିନ୍‌ ହେବାକୁ ଯାଉଛି। ଏଥିସକାଶେ ଆସନ୍ତା ଜୁନ୍‌ ୧୨ରେ ଓଡ଼ିଶାର 'ଭିଜନ୍‌ ଡକ୍ୟୁମେଣ୍ଟ' ଉନ୍ମୋଚନ କରାଯିବ। ଓଡ଼ିଶା ସରକାର ରାଜ୍ୟର ୬ଟି ସହରାଞ୍ଚଳକୁ ଏକ ମେଟ୍ରୋପଲିଟାନ୍‌ ରିଜିଅନ୍‌ ରୂପେ ବିକଶିତ କରିବା ପାଇଁ ଯୋଜନା କରିଛନ୍ତି। ପ୍ରସ୍ତାବିତ ମେଟ୍ରୋପଲିଟାନ୍‌ ରିଜିଅନ୍‌ ଭୁବନେଶ୍ୱର, କଟକ, ପୁରୀ, ଖୋର୍ଦ୍ଧା, ଜଟଣୀ, ପାରାଦୀପକୁ ନେଇ ପ୍ରତିଷ୍ଠା କରାଯିବ, ଯାହାକି ୭,୦୦୦ ବର୍ଗ କି.ମି. ବିସ୍ତୃତ ଅଞ୍ଚଳ ଉପରେ ପରିବ୍ୟାପ୍ତ ରହିବ ବୋଲି ଶନିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ସେହିପରି ୨୦୩୬ ସୁଦ୍ଧା ରାଜ୍ୟକୁ ୫୦୦ ବିଲିୟନ୍‌ ଡଲାର ଅର୍ଥନୀତିରେ ପରିଣତ କରିବାକୁ ଲକ୍ଷ୍ୟ ରହିଥିବା ବିଷୟ ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଶନ୍‌ ଫର୍‌ ଟ୍ରାନ୍ସଫର୍ମିଂ ଇଣ୍ଡିଆ (ନୀତି) ଆୟୋଗ ବୈଠକରେ ମୁଖ୍ୟମନ୍ତ୍ରୀ କହିଛନ୍ତି।

ନୂଆଦିଲ୍ଲୀର ଭାରତ ମଣ୍ଡପମ୍‌ରେ ଅନୁଷ୍ଠିତ ନୀତି ଆୟୋଗର ଦଶମ ଗଭର୍ନିଂ କାଉନ୍ସିଲ ବୈଠକରେ ଯୋଗଦେବା ଅବସରରେ ମୁଖ୍ୟମନ୍ତ୍ରୀ ମାଝୀ କେନ୍ଦ୍ର ନିକଟରେ ଓଡ଼ିଶାର ପ୍ରସ୍ତାବଗୁଡ଼ିକୁ ଉପସ୍ଥାପନ କରି କହିଛନ୍ତି, ବର୍ତ୍ତମାନ ରାଜ୍ୟର ସହରୀକରଣ ସ୍ତର ୧୭% ରହିଛି। ରାଜ୍ୟ ସରକାର ଏହାକୁ ୨୦୩୬ ସୁଦ୍ଧା ୪୦% ଓ ୨୦୪୭ ସୁଦ୍ଧା ୬୦ ପ୍ରତିଶତକୁ ବୃଦ୍ଧି କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ଅର୍ଥାତ୍‌ ସ୍ବାଧୀନତା ପ୍ରାପ୍ତିର ଶତବାର୍ଷିକୀ ପାଳନ ବେଳେ ଓଡ଼ିଶାର ସମ୍ପୂର୍ଣ୍ଣ ସହରୀକରଣ ହୋଇସାରିଥିବ। କେବଳ ଏତିକି ନୁହେଁ, ୨୦୩୬ ସୁଦ୍ଧା ରାଜ୍ୟକୁ ୫୦୦ ବିଲିୟନ୍‌ ଡଲାର ଏବଂ ୨୦୪୭ ସୁଦ୍ଧା ୧.୫ ଟ୍ରିଲିୟନ୍‌ ଡଲାର ଅର୍ଥନୀତିରେ ପରିଣତ କରିବାକୁ ଓଡ଼ିଶାବାସୀଙ୍କ ଲକ୍ଷ୍ୟ ରହିଛି। ଆମ ରାଜ୍ୟ ଆଗାମୀ ୨୫ ବର୍ଷରେ ଦେଶ ବିକାଶ ଯାତ୍ରାର ଗ୍ରୋଥ ଇଞ୍ଜିନ୍‌ ହେବାକୁ ଯାଉଛି। ୨୦୩୬ରେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଶତବାର୍ଷିକୀ ପାଳନ କରାଯିବ। ଏଥିସକାଶେ ରାଜ୍ୟ ସରକାର ଏକ 'ଭିଜନ୍‌ ଡକ୍ୟୁମେଣ୍ଟ' ପ୍ରସ୍ତୁତ କରିଛନ୍ତି। ଓଡ଼ିଶାର 'ଭିଜନ୍‌ ଡକ୍ୟୁମେଣ୍ଟ' ଏକ ବିସ୍ତୃତ, କାର୍ଯ୍ୟକାରୀଯୋଗ୍ୟ ଓ ସମାବେଶୀ ରିପୋର୍ଟ। ଅନ୍‌ଲାଇନ୍‌ ଜରିଆରେ ସଂଗୃହୀତ ୩,୨୦,୦୦୦ ଲୋକଙ୍କ ପ୍ରସ୍ତାବ ଆଧାରରେ ପ୍ରସ୍ତୁତ ଏହି ରିପୋର୍ଟ ଜୁନ୍‌ ୧୨ରେ ଓଡ଼ିଶାରେ ଭାଜପା ସରକାର ଦେଶ ବିକାଶର କ୍ଷମତାସୀନ ହେବାର ବର୍ଷପୂର୍ତ୍ତି ପାଳନ ଅବସରରେ ଏହି ଭିଜନ୍‌ ଡକ୍ୟୁମେଣ୍ଟକୁ ଉନ୍ମୋଚନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+