'ବ୍ୟାବସାୟିକ ଜୈବ ପିଚୁ ଉତ୍ପାଦନ କରିବାରେ ବିଶ୍ୱର ପ୍ରଥମ ରାଷ୍ଟ୍ର ହେଲା ଭାରତ'
ବ୍ୟାବସାୟିକ ଭାବେ ଜୈବ ବିଟୁମେନ୍ ବା ଜୈବ ପିଜୁ ଉତ୍ପାଦନ କରିବାରେ ଭାରତ ବିଶ୍ୱର ପ୍ରଥମ ଦେଶ ହୋଇପାରିଛି ବୋଲି ସଡ଼କ, ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ୍ ଗଡ଼କରୀ କହିଛନ୍ତି । ଆଜି ନୂଆଦିଲ୍ଲୀରେ ସି.ଏସ୍.ଆଇ.ଆର୍. ବୈଷୟିକ ଜ୍ଞାନକୌଶଳ ହସ୍ତାନ୍ତର ସମାରୋହରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି । ଏହି ଐତିହାସିକ ସଫଳତା ହାସଲ କରିବା ଲାଗି ଶ୍ରୀ ଗଡ଼କରୀ ସି.ଏସ୍.ଆଇ.ଆର୍.କୁ ଅଭିନନ୍ଦନ ଜଣାଇଛନ୍ତି । ସେ କହିଛନ୍ତି, ଏହି ପଦକ୍ଷେପ ମାଧ୍ୟମରେ ଶସ୍ୟ ଅବଶେଷ ପ୍ରଜ୍ୱଳନଦ୍ୱାରା ହେଉଥିବା ପ୍ରଦୂଷଣକୁ ଅନେକ ମାତ୍ରାରେ ହ୍ରାସ କରାଯାଇପାରିବ । ବିକଶିତ ଭାରତ-୨୦୪୭କୁ ସଫଳ କରିବା ଦିଗରେ ଜୈବ ବିଟୁମେନ୍ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଏହି ସମାରୋହରେ ଉଦ୍ବୋଧନ ଦେଇ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ କହିଛନ୍ତି, ଏହି ସଫଳତା ପରେ ଭାରତ ସ୍ୱଚ୍ଛ ଓ ସବୁଜ ରାଜପଥର ନୂତନ ଯୁଗରେ ପ୍ରବେଶ କରିଛି । ଏହି ପଦକ୍ଷେପ ମାଧ୍ୟମରେ ବର୍ଜ୍ୟବସ୍ତୁରୁ ସମ୍ବଳ ମିଶନକୁ ସହାୟତା ମିଳିବା ସହିତ ଆତ୍ମନିର୍ଭର ଭାରତ ଦୃଷ୍ଟିକୋଣ ମଧ୍ୟ ସଫଳ ହୋଇପାରିବ ବୋଲି ଡକ୍ଟର ସିଂହ ମତବ୍ୟକ୍ତ କରିଛନ୍ତି ।












Click it and Unblock the Notifications