୭୦୦ ବିଲିୟନ୍ ଡଲାର ଅତିକ୍ରମ କଲା ଭାରତର ବୈଦେଶିକ ମୁଦ୍ରା ଭଣ୍ଡାର
ଭାରତର ବୈଦେଶିକ ମୁଦ୍ରାଭଣ୍ଡାର ୭ଶହ ବିଲିୟନ ଆମେରିକୀୟ ଡଲାର ଅତିକ୍ରମ କରିଛି । ଏହି ସଫଳତା ଭାରତକୁ ବିଶ୍ୱସ୍ତରରେ ଚତୁର୍ଥ ସ୍ଥାନରେ ପହଞ୍ଚାଇଛି । ଗତ ୧୦ ବର୍ଷ ମଧ୍ୟରେ ଦେଶରେ ମୋଟ୍ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ ପ୍ରାୟ ୭୦୯ ବିଲିୟନ ଡଲାରରୁ ଅଧିକ ରହିଥିଲା ।
ଭିକିଭୂମି, ବଜାର ବ୍ୟବସ୍ଥା, ନବସୃଜନ କ୍ଷେତ୍ରରେ ଅଗ୍ରଗତି କରିବା ସହ ବିଶ୍ୱ ପ୍ରତିଯୋଗିତା ସୂଚକାଙ୍କରେ ୨୦୧୪ ମସିହାରେ ୭୧ତମ ସ୍ଥାନରେ ଥିବା ଭାରତ ୨୦୧୮ରେ ୩୯ତମ ସ୍ଥାନରେ ପହଞ୍ଚୁଥିଲା । ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇଥିବା ଭାରତ ତୃତୀୟ ସ୍ଥାନକୁ ଅଗ୍ରସର ହେଉଛି । ଲଜିଷ୍ଟିକ୍ସ ଠାରୁ ଆରମ୍ଭ କରି ଉଦ୍ଭାବନ, ନିରାପତ୍ତା ଏବଂ ସାଇବର ନିରାପତ୍ତା କ୍ଷେତ୍ରରେ ଭାରତ ଯଥେଷ୍ଟ ଅଗ୍ରଗତି କରିଥିବା ଜଣାପଡ଼ିଛି ।

୨୦୧୫ରୁ ୨୦୧୮ ମଧ୍ୟରେ ବ୍ୟବସାୟ କରିବାର ସହଜତା ସୂଚକାଙ୍କରେ ୪୨ଟି ସ୍ଥାନ ଉପରକୁ ଉଠିଛି । ପୁଞ୍ଜି ନିବେଶ କ୍ଷେତ୍ରରେ ଦେଶରେ ଅନୁକୂଳ ବାତାବରଣ ସୃଷ୍ଟି ହୋଇଛି । ଚଳିତବର୍ଷ ଚୀନ ପରେ ଭାରତ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଅଶୋଧିତ ଇସ୍ପାତ ଉତ୍ପାଦନକାରୀ ରାଷ୍ଟ୍ର ହୋଇଛି ।
ମୋବାଇଲ୍ ଫୋନ୍ ଉତ୍ପାଦନରେ ଭାରତ ବିଶ୍ୱସ୍ତରରେ ଦ୍ୱିତୀୟ ସ୍ଥାନ ଅଧିକାର କରିବା ସହ ଏକ ପ୍ରମୁଖ ଉତ୍ପାଦନକେନ୍ଦ୍ର ଭାବେ ନିଜକୁ ପ୍ରତିପାଦିତ କରିପାରିଛି । ଶିକ୍ଷାକ୍ଷେତ୍ରର ମଧ୍ୟ ଦେଶରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି ।












Click it and Unblock the Notifications