Get Updates
Get notified of breaking news, exclusive insights, and must-see stories!

ବ୍ୟାନ ହେଲା 8 ୟୁଟ୍ୟୁବ ଚ୍ୟାନେଲ

ଆଠ ୟୁଟ୍ୟୁବ ଚ୍ୟାନେଲ ହେଲା ଅଚଳ । ମିଥ୍ୟା ତଥା ଭାରତ ବିରୋଧୀ କଣ୍ଟେଣ୍ଟ ପ୍ରସାରିତ କରୁଥିବା ନେଇ ଆକାଉଣ୍ଟ ଉପରେ ରୋକ ଲଗାଇଛି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ।

ନୂଆଦିଲ୍ଲୀ: ଆଠ ୟୁଟ୍ୟୁବ ଚ୍ୟାନେଲ ହେଲା ଅଚଳ । ମିଥ୍ୟା ତଥା ଭାରତ ବିରୋଧୀ କଣ୍ଟେଣ୍ଟ ପ୍ରସାରିତ କରୁଥିବା ନେଇ ଆକାଉଣ୍ଟ ଉପରେ ରୋକ ଲଗାଇଛି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ । ବ୍ୟାନ ହୋଇଥିବା ଆକାଉଣ୍ଟଗୁଡିକ ଭାରତରେ କାର୍ଯ୍ୟକ୍ଷମ ଥିବାବେଳେ ପାକିସ୍ତାନରୁ ଅପରେଟ ହୋଇଆସୁଥଲା । ସୂଚନା ଓ ପ୍ରଯୁକ୍ତିବିଦ୍ୟା ଆଇନ 2021 ଅନୁସାରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି।

youtube

ନିଷିଦ୍ଧ କରାଯାଇଥିବା ଚ୍ୟାନେଲଗୁଡିକରେ ପ୍ରାୟ 85 ଲକ୍ଷ ୟୁଜର୍ସ ରହିଥିଲେ । ଏହି ଚ୍ୟାନେଲଗୁଡିକ ବିବାଦୀୟ କଣ୍ଟେଣ୍ଟ ପ୍ରସାରିତ କରି ସାମ୍ପ୍ରଦାୟିକ ଅସ୍ଥିରତା ସୃଷ୍ଟି କରିବା ଓ ସଦଭାବନାକୁ ଆଘାତ ପହଞ୍ଚଇବା ଭଳି କାର୍ଯ୍ୟ କରୁଥିଲେ ।

"ନ୍ୟୁଜ କି ଦୁନିଆ " ନାମକ ଏକ ଚ୍ୟାନେଲ ପାକିସ୍ତାନରୁ ଅପରେଟ ହେଉଥିଲା। ଯାହାର 95,000 ସବସ୍କ୍ରାଇବର ମଧ୍ୟ ରହିଛନ୍ତି । ସେହିପରି ଲୋକତନ୍ତ୍ର ଟିଭି ନାମକ ଏକ ଫେସବୁକ ପେଜରେ ମଧ୍ୟ 3.62 ଫଲୋର୍ସ ରହିଥିବାବେଳେ ତାକୁ ମଧ୍ୟ ବ୍ୟାନ କରାଯାଇଛି । ତେଣୁ ଏହି ଫେସବୁକ ଆକାଉଣ୍ଟ ମଧ୍ୟ ବ୍ୟାନ କରାଯାଇଛି।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+