ବାଂଲାଦେଶ ସ୍ଥିତି ଉପରେ ରହିଛି ଭାରତ ସରକାରଙ୍କ ନଜର

India-Bangladesh Government Crisis: ବାଂଲାଦେଶ ସ୍ଥିତି ଉପରେ ରହିଛି ଭାରତ ସରକାରଙ୍କ ନଜର । ସର୍ବଦଳୀୟ ବୈଠକରେ ବିରୋଧୀ ଦଳର ନେତାମାନଙ୍କୁ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି । ସରକାର କହିଛନ୍ତି ଯେ ବର୍ତ୍ତମାନ ବାଂଲାଦେଶରେ 12000 ରୁ 13000 ଭାରତୀୟ ଅଛନ୍ତି। ହେଲେ ଦେଶର ସ୍ଥିତି ବର୍ତ୍ତମାନ ଏତେ ଭୟଙ୍କର ନୁହେଁ ଯେ ଆମ ନାଗରିକମାନଙ୍କୁ ସେଠାରୁ ସ୍ଥାନାନ୍ତର କରିବାକୁ ପଡିବ।

India-Bangladesh Government Crisis

ସୂଚନାନୁସାରେ, କେନ୍ଦ୍ର ସରକାର ବୈଠକରେ କହିଛନ୍ତି ଯେ ବାଂଲାଦେଶର ପ୍ରତ୍ୟେକ ପରିସ୍ଥିତି ଉପରେ ଆମେ ତୀକ୍ଷ୍ଣ ନଜର ରଖିଛୁ। ପରିସ୍ଥିତି ଯାହା ବି ହେବ, ବିରୋଧୀଙ୍କୁ ଏ ସମ୍ପର୍କରେ ଅବଗତ କରାଯିବ। ସେଠାରୁ ପ୍ରାୟ 8000 ଭାରତୀୟ ଛାତ୍ର ବର୍ତ୍ତମାନ ନିଜ ଦେଶକୁ ଫେରିଛନ୍ତି । ବାକି ଲୋକଙ୍କୁ ବର୍ତ୍ତମାନ ସ୍ଥାନାନ୍ତର କରାଯିବାର ଆବଶ୍ୟକତା ନାହିଁ । କେନ୍ଦ୍ର ସରକାର କହିଛନ୍ତି ଯେ ଶେଖ ହସିନାଙ୍କ ଉପରେ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ସରକାର ନେଇଥିବା ପଦକ୍ଷେପକୁ ନେଇ ବିରୋଧୀ ସନ୍ତୁଷ୍ଟ ଥିବା ନେଇ ମଧ୍ୟ ସୂଚନା ରହିଛି ।

କେନ୍ଦ୍ର ସରକାରଙ୍କ ସର୍ବଦଳୀୟ ବୈଠକରେ ବୈଦେଶିକ ମନ୍ତ୍ରୀ ଜୟଶଙ୍କର ପ୍ରସାଦ ସରକାରଙ୍କ ପକ୍ଷ ଉପସ୍ଥାପନ କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଗୃହମନ୍ତ୍ରୀ ଅମିତ ଶାହା, ରାହୁଲ ଗାନ୍ଧୀ, ଏସପି ସାଂସଦ ରାମ ଗୋପାଳ ଯାଦବଙ୍କ ସମେତ ସମସ୍ତ ବିରୋଧୀଦଳ ନେତା ମଧ୍ୟ ଏହି ବୈଠକରେ ଉପସ୍ଥିତ ଥିଲେ । ଜୟଶଙ୍କର ପ୍ରସାଦ ଟୁଇଟ୍ କରି କହିଛନ୍ତି ଯେ ସର୍ବଦଳୀୟ ବୈଠକରେ ବାଂଲାଦେଶର ପରିସ୍ଥିତି ସମ୍ପର୍କରେ ସୂଚନା ଦେଇଛନ୍ତି। ଏହି ପ୍ରସଙ୍ଗରେ ବିରୋଧୀଙ୍କଠାରୁ ମିଳିଥିବା ସମର୍ଥନକୁ ଜୟଶଙ୍କର ପ୍ରଶଂସା କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+